କିଛି ଚଟପଟା ଖାଇବାକୁ ହେଉଛି କି ମନ, ତାହେଲେ ଅଣ୍ଡା ନୁହେଁ ବେସନରେ ବନାନ୍ତୁ ଭୁଜିଆ

ଖାଦ୍ୟ ଖାଇବାକୁ ମନ ହେଉନି। ଏହି କଥା ଆପଣ ଅନେକ ଥର ନିଜ ପିଲାମାନଙ୍କ ଠାରୁ ନିଶ୍ଚୟ ଶୁଣିଥିବେ। ଯଦି ଆପଣଙ୍କ ପିଲା ମଧ୍ୟ ଗୋଟିଏ ପ୍ରକାର ଖାଦ୍ୟ ଖାଇ ବୋର ହୋଇଗଲାଣି ଆଉ ଖାଇବାକୁ ମନା କରୁଛି, ତାହେଲେ ତାକୁ କିଛି ନୂଆ ଖାଇବାକୁ ଦିଅନ୍ତୁ। ଆପଣ ନିଜ ପିଲା ପାଇଁ ବେସନ ଭୁଜିଆ ବନାଇପାରିବେ। ଏହାକୁ ବନାଇବା ବହୁତ ସହଜ ଏବଂ ବହୁତ ସ୍ୱାଦିଷ୍ଟ ବି। ଏହାକୁ ଆପଣ ସ୍ନାକ୍ସରେ ବି ଖାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ବେସନ୍‌ ଭୁଜିଆ ପାଇଁ ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ବେସନ
  • ୧ ଚାମଚ ଅଳସୀ ପାଉଡର
  • ୨ ଚାମଚ ଦହି
  • ୧ ଚାମଚ ଜିରା
  • ୧ ଚାମଚ କଟା ସିମଲା ଲଙ୍କା
  • ଗୋଟିଏ କଟା ପିଆଜ
  • ଅଳ୍ପ ମସରୁମ୍‌
  • ୨ଟି ଛୋଟ କଟା ହୋଇଥିବା ଲଙ୍କା
  • ୧/୪ ଚାମଚ ହଳଦି ପାଉଡର
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ଏକ ଚାମଚ ଜିରା ପାଉଡର
  • ଲୁଣ – ସ୍ୱାଦାନୁସାରେ
  • ତେଲ – ଆବଶ୍ୟକତାନୁସାରେ

ବେସନ ଭୁଜିଆ ବନାଇବା ତରିକା

ସର୍ବପ୍ରଥମେ ଏକ ଗିନାରେ ବେସନ, ଦହି ଏବଂ ଅଳସୀ ପାଉଡର ପକାଇ ଭଲଭାବେ ମିଶାନ୍ତୁ ଏବଂ ପାଣି ପକାଇ ଏକ ଭଳ ଘୋଳ ତିଆରି କରନ୍ତୁ। ଏହାପରେ ନନଷ୍ଟିକ ପ୍ୟାନରେ ଗରମ କରନ୍ତୁ ଏବଂ ସେଥିରେ ଜିରା ପକାନ୍ତୁ। ଯେତେବେଳେ ଜିରା ଫୁଟିବାକୁ ଲାଗିବ ସେତେବେଳେ ଏଥିରେ ପିଆଜ ପକାନ୍ତୁ ଏବଂ ଭଲଭାବେ ଫ୍ରାଏ କରନ୍ତୁ। ଏବେ ଏଥିରେ ଲଙ୍କା ଏବଂ ବାକି ପରିବା ପକାଇ ମିଶାନ୍ତୁ। ଯେତେବେଳେ ସମସ୍ତ ପରିବା ମିଶିଯିବ ସେତେବେଳେ ମସଲା ପକାଇ ସାତ ଆଠ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଯେତେବେଳେ ପରିବା ଭଲଭାବେ ଭାଜି ହୋଇଯିବ ସେତେବେଳେ ଧୀରେ ଧୀରେ ବେସନର ମିଶ୍ରଣକୁ ପ୍ୟାନରେ ପକାନ୍ତୁ। ଧୀମା ଆଞ୍ଚରେ ଏହାକୁ ପାଖାପାଖି ପାଞ୍ଚ ମିନିଟ୍‌ ରାନ୍ଧନ୍ତୁ। ଏହାପରେ ଯେତେବେଳେ ବେସନ ଭଲଭାବେ ଫ୍ରାଏ ହେବାକୁ ଲାଗିବ ସେତେବେଳେ ଧୀରେଧୀରେ ପରିବା ଏବଂ ବେସନ ମିଶ୍ରଣକୁ ମିଶାନ୍ତୁ। ଏହାସହିତ ଧ୍ୟାନ ରଖନ୍ତୁ ଯେ ପରିବା ଅଧିକ ସିଝିନଯିବ। ଭୁଜିଆର ରଙ୍ଗ ସୁନେଲୀ ହେବା ପର୍ଯ୍ୟନ୍ତ ଲୁଣ ଏବଂ ଧନିଆ ପତ୍ର ମିଶାଇ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.