ମାତ୍ର ୧୦ ମିନିଟରେ ବନାଇ ଖାଆନ୍ତୁ ବ୍ରେଡ୍‌ ପୋହା, ଟେଷ୍ଟରେ ଏକଦମ୍‌ ଜବରଦସ୍ତ

ଅଧିକାଂଶ ଲୋକଙ୍କୁ ସକାଳର ଟିଫିନ ବନାଇବାକୁ ସମୟ ନଥାଏ। ସେଥିପାଇଁ କିଛି ହାଲକା ଫୁଲକା ଖାଇବାକୁ ଲୋକେ ଚାହାଁନ୍ତି, ଯେମିତି କମ୍‌ ସମୟରେ ପ୍ରସ୍ତୁତ ହୋଇପାରୁଥିବ। ଆଜି ଆମେ ଆପଣଙ୍କ ପାଇଁ ବ୍ରେଡ୍‌ ପୋହା ରେସିପି ନେଇ ଆସିଛୁ। ଯାହା ଟେଷ୍ଟରେ ଏକଦମ୍‌ ଜବରଦସ୍ତ। ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଏହାକୁ।

ବ୍ରେଡ୍‌ ପୋହା ବନାଇବା ପାଇଁ କଣ ଆବଶ୍ୟକ?

  • ୭-୮ ବ୍ରେଡ୍‌ ସ୍ଲାଇସ
  • ୧ ଚାମଚ୍‌ କଟା ପିଆଜ
  • ଅଧା ଚାମଚ ହଳଦି ପାଉଡର
  • ଅଧା ଚାମଚ ଲାଲ ଲଙ୍କା ପାଉଡର
  • ଅଧା ଚାମଚ ସୋରିଷ
  • ଚିମୁଟାଏ ହେଙ୍ଗୁ
  • ଲୁଣ ସ୍ୱାଦାନୁସାରେ
  • ୨ ଚାମଚ ଲେମ୍ବୁ ରସ
  • ୨ ଚାମଚ ଦେଶି ଘିଅ କିମ୍ବା ବଟର

ବ୍ରେଡ ପୋହା ବନାଇବାର ସହଜ ତରିକା ଜାଣନ୍ତୁ

ବ୍ରେଡ୍‌ ପୋହା ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ କିମ୍ବା କଡାରେ ଗରମ କରନ୍ତୁ ଏବଂ ସେଥିରେ ଦେଶୀ ଘିଅ କିମ୍ବା ବଟର ପକାନ୍ତୁ। ଏବେ ଏଥିରେ ହେଙ୍ଗୁ ଏବଂ ରାଇ ପକାନ୍ତୁ। ସୋରିଷ ବା ରାଇ ଯେତେବେଳେ ଫୁଟିଆସିବ ସେତେବେଳେ ଏଥିରେ ଛୋ କଟା ପିଆଜ ପକାଇ ଭାଜି ଦିଅନ୍ତୁ। ଏବେ ଆପଣ ଏଥିରେ ବ୍ରେଡକୁ ଛୋଟ ଛୋଟ ଖଣ୍ଡରେ ପକାଇ ଦିଅନ୍ତୁ। ଆପଣ ଚାହିଁଲେ ଏଥିରେ ପୋହା ମଧ୍ୟ ସାଥିରେ ମିକ୍ସ କରିପାରିବେ। ଏଥିରେ ହଳଦି ପାଉଡରର ପକାଇ ଆଉ କିଛି ସମୟ ଆଞ୍ଚରେ ବସାନ୍ତୁ। ପରଷିବା ପୂର୍ବରୁ ଏଥିରେ ଲେମ୍ବୁ ରସ ପକାଇ ଭଲଭାବେ ମିଶାନ୍ତୁ।

ଆପଣ ଚାହିଁଲେ ଏଥିରେ କାଟି ରଖିଥିବା ସିମଲା ଲଙ୍କା, ଟମାଟୋ, ଭଜା ବାଦାମ ଏବଂ ମଟର ବି ପକାଇ ପାରିବେ। ଏଥିରେ ଅଳ୍ପ ଦହି ମଧ୍ୟ ମିଶାଇ ପାରିବେ। ଏହା ଉପରେ ଆପଣ ନମକୀନରେ ଗାର୍ନିସିଙ୍ଗ କରିପାରିବେ କିମ୍ବା କଟା ଧନିଆ ପତ୍ରରେ ମଧ୍ୟ ସଜାଇ ପାରିବେ। ଏହାସହିତ ଆପଣ ଚା କପି କିମ୍ବା କେଚଅପରେ ସର୍ଭ ମଧ୍ୟ କରିପାରିବେ।

Leave A Reply

Your email address will not be published.