ପିଲାଙ୍କ ପାଇଁ ମାତ୍ର ୨୦ ମିନିଟରେ ପ୍ରସ୍ତୁତ କରନ୍ତୁ କାଜୁ ବଟର, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

କାଜୁ ବଟର ପାଇଁ ଆବଶ୍ୟକ ସାମଗ୍ରୀ

୨ କପ୍‌ କାଜୁ
୧/୨ ଚାମଚ ଲୁଣ
୩ ଚାମଚ ନଡିଆ ରସ
ଚିନି କିମ୍ବା ଗୁଡ

କେମିତି କାଜୁ ବଟର ପ୍ରସ୍ତୁତ କରିବେ ଜାଣନ୍ତୁ

  • କାଜୁ ବଟର ବନାଇବା ପାଇଁ ସର୍ବପ୍ରଥମେ ଗ୍ରାଇଣ୍ଡର ଜାର ନିଅନ୍ତୁ।
  • ଏଥିରେ କାଜୁ, ଲୁଣ, ଚିନି କିମ୍ବା ଗୁଡ ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।
  • ଏବେ ନଡିଆ ରସ ପକାଇ ପୁଣି ଥରେ ଗ୍ରାଇଣ୍ଡିଂ କରିଦିଅନ୍ତୁ।
  • ଏବେ ପ୍ରସ୍ତୁତ କାଜୁ ବଟରକୁ ଏୟାର ଟାଇଟ୍‌ କଣ୍ଟେନରରେ ଭର୍ତ୍ତି କରି ଫ୍ରିଜରେ ଷ୍ଟୋର କରି ରଖିପାରିବେ।
  • ଏହାକୁ ବ୍ରେଡ୍‌ ସହିତ ସର୍ଭ କରି ପରିବାର ସଦସ୍ୟଙ୍କୁ ଖୁଆଇପାରିବେ।

ଟିପ୍ସ

କାଜୁ ବଟରକୁ ଏୟାର ଟାଇଟ୍‌ କଣ୍ଟେନରରେ ରଖନ୍ତୁ।
ଧ୍ୟାନ ରଖନ୍ତୁ ଏହା ଭିତରକୁ ଯେପରି ପାଣି ବୁନ୍ଦା ଯିବନାହିଁ। ନଚେତ ବଟର ଖରାପ ହୋଇଯିବାର ସମ୍ଭାବନା ବଢ଼ିଯିବ।
ଧ୍ୟାନ ରଖନ୍ତୁ ବଟରକୁ ଯଦି ଆପଣ ମିଠା ବନାଇବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଲୁଣର ବ୍ୟବହାର କରନ୍ତୁନାହିଁ।
ଆପଣ କାଜୁ ବଟରରେ ଚିନି ବଦଳରେ ଗୁଡର ବ୍ୟବହାର ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.