ସନ୍ଧ୍ୟାର ଚାକୁ ଦ୍ୱିଗୁଣା କରିଦେବ ପଞ୍ଜାବୀ ତଡକା ମ୍ୟାଗି, ଏପରି ସହଜ ଉପାୟରେ କରନ୍ତୁ ପ୍ରସ୍ତୁତ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨ ପ୍ୟାକେଟ ମ୍ୟାଗି
  • ୧/୪ କପ୍‌ ପିଆଜ (ଛୋଟ କଟା ହୋଇଥିବା)
  • ୧/୪ କପ୍‌ ଟମାଟୋ (ଛୋଟ କଟା ହୋଇଥିବା)
  • ୧/୪ ସିମଲା ଲଙ୍କା (ଛୋଟ କଟା ହୋଇଥିବା)
  • ୧/୪ କପ୍‌ ଗ୍ରୀନ ମଟର
  • ୧/୪ କପ୍‌ ଗାଜର (ଛୋଟ କଟା ହୋଇଥିବା)
  • ୧/୨ ଚାମଚ ଗରମ ମସଲା
  • ୧ ଚାମଚ କାଶ୍ମୀର ଲଙ୍କା ପାଉଡର
  • ୨-୩ ସୁଖିଲା ଲଙ୍କା
  • ୧ ଚାମଚ ରସୁଣ ଖଣ୍ଡ (ଛୋଟ କଟା ହୋଇଥିବା)
  • ୧ ଚାମଚ ଲହୁଣୀ

ପ୍ରସ୍ତୁତି ପ୍ରଣାଳୀ

ପଞ୍ଜାବୀ ତଡକା ମ୍ୟାଗି ବନାଇବା ପାଇଁ ସର୍ବର୍ପ୍ରଥମେ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ପିଆଜ, ଟମାଟୋ, ସିମଲା ଲଙ୍କା, ମଟର ଏବଂ ଗାଜର ପକାନ୍ତୁ। ଏହିସବୁ ପରିବାକୁ ନରମ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ମ୍ୟାଗି ମସଲା, ଗରମ ମସଲା ଏବଂ ଲୁଣ ପକାଇ ଏକା ସାଥିରେ ମିଶାଇ ଦିଅନ୍ତୁ।

ଯେତେବେଳେ ଏହି ମସଲା ନରମ ହେଇଯିବ ଏଥିରେ ୨ କପ୍‌ ପାଣି ପକାନ୍ତୁ। ମସଲା ଏବଂ ପାଣିକୁ ଏକା ସାଥିରେ ଫୁଟାଇ ଦିଅନ୍ତୁ ଏବଂ ମ୍ୟାଗି ନୁଡଲ୍ସ ପକାଇ ଢ଼ାଙ୍କୁଣୀ ଲଗାଇ କିଛି ସମୟ ସିଝିବାକୁ ଦିଅନ୍ତୁ। ମ୍ୟାଗି ହୋଇଯିବା ପରେ ଆଉ ଏକ ପ୍ୟାନ ଗରମ କରନ୍ତୁ ଏବଂ ସେଥିରେ ବଟର ପକାନ୍ତୁ।

ବଟର ଗରମ ହେବା ପରେ ଏଥିରେ କଟା ହୋଇଥିବା ରସୁଣ ଏବଂ ସୁଖିଲା ଲଙ୍କା ପକାନ୍ତୁ। ଥରେ ଯେତେବେଳେ ଏହା ଫୁଟିବାକୁ ଲାଗିବ, ଏଥିରେ କାଶ୍ମୀର ଲଙ୍କା ପାଉଡର ପକାନ୍ତୁ ଏବଂ ସବୁକିଛିକୁ ଭଲଭାବେ ମିଶାଇବା ପରେ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ। ଆପଣଙ୍କ ଗରମା ଗରମ ପଞ୍ଜାବୀ ତଡକା ଗ୍ୟାଗି ସର୍ଭ କରିବା ପାଇଁ ଏକଦମ୍‌ ରେଡି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.