ଲାଇଫ୍ ଷ୍ଟାଇଲ୍

ଆଜି ନନଭେଜରେ ବନାନ୍ତୁ ଟେଷ୍ଟି ଚିକେନ୍‌ ଲଲିପପ୍‌, ସ୍ୱାଦ ଥରେ ଚାଖିଲେ ହୋଇଯିବେ ଦିଓ୍ଵାନା

ଯଦି ଆପଣ ନନଭେଜ୍‌ ସୌକିନ୍‌ ତାହେଲେ ଆଜି ଆପଣ ଘରେ ବନାଇ ଖାଆନ୍ତୁ ଚିକେନ୍‌ ଲଲିପପ୍‌। ଆଜି ଆପଣଙ୍କୁ ଜଣାଇବୁ ଚିକେନ୍‌ ଲଲିପପ୍‌ କେମିତି ପ୍ରସ୍ତୁତ କରିବେ। ଏହାକୁ ଆପଣ ଥରେ ଖାଇଲେ ଆପଣ ଏହାର ଏକଦମ୍‌ ଦିଓ୍ଵାନା ହୋଇଯିବେ। ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୬ ପିସ୍‌ ଚିକେନ୍ ଖଣ୍ଡ
  • ଗୋଟିଏ ଅଣ୍ଡା (ହାଲକା ଫେଣ୍ଟା ହୋଇଥିବା)
  • ଏକ କପ୍‌ କର୍ଣ୍ଣଫ୍ଲୋର
  • ଗୋଟେ ଚାମଚ ରସୁଣ ପେଷ୍ଟ
  • ଏକ ଚାମଚ ଅଦା ପେଷ୍ଟ
  • ୧ ଚାମଚ ଲୁଣ
  • ଡିପ୍‌ ଫ୍ରାଏ କରିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ

ଚିକେନ ଲଲିପପ୍‌ ବନାଇବା ପାଇଁ ପ୍ରଥମେ ଚିକେନ, ଅଣ୍ଡା, କର୍ଣ୍ଣଫ୍ଲୋର, ଅଦା, ରସୁଣ ଏବଂ ଆବଶ୍ୟକ ଅନୁଯାୟୀ ପାତ୍ରରେ ପାଣି ପକାଇ ମିକ୍ସ କରିଦିଅନ୍ତୁ। ଯେମିତି ଚିକେନ ପିସ୍‌ ସବୁ ଏହି ଘୋଳରେ ବା ମିଶ୍ରଣରେ ସମ୍ପୂର୍ଣ୍ଣ ଭାବେ ମିଶିଯିବ।

ପାତ୍ରରେ ଏକ ଘଣ୍ଟା ପାଇଁ ଏହାକୁ ଛାଡି ଦିଅନ୍ତୁ। ଏବେ ତେଲକୁ ଗରମ କରନ୍ତୁ ଏବଂ ମ୍ୟାରିନେଟ ଚିକେନକୁ ତେଲରେ ଡିପ୍‌ ଫ୍ରାଏ କରନ୍ତୁ। ପ୍ରଥମେ ଅଧିକ ଆଞ୍ଚରେ ଫ୍ରାଏ କରନ୍ତୁ ଏବଂ ପରେ ସ୍ଲୋ ଆଞ୍ଚରେ ଛାଣନ୍ତୁ। ଯେମିତି ଚିକେନ୍‌ ଭଲଭାବେ ଫ୍ରାଏ ହୋଇଯିବ।

ଏବେ ଏହାକୁ ପ୍ୟାନରୁ ବାହାର କରି ଆବଜର୍ବଭେଣ୍ଟ ପେପରରେ ରଖନ୍ତୁ। ସର୍ଭ କରିବା ପୂର୍ବରୁ ପୁଣିଥରେ ତେଲରେ ଫ୍ରାଏ କରି ଦିଅନ୍ତୁ।
ନିଅନ୍ତୁ ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ଗରମା ଗରମ୍‌ ଚିକେନ୍‌ ଲଲିପପ୍‌।

Pritiparna

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

6 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

7 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

11 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

13 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

18 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

26 mins ago