ରାଇତା ହେଉ କି ଚାଇନିଜ ସମସ୍ତଙ୍କର ସ୍ୱାଦ ବଢାଇବ ଧନିଆ ଲୁଣ, ଜାଣନ୍ତ କେମିତି କରିବେ ପ୍ରସ୍ତୁତ

ଖାଦ୍ୟର ସ୍ୱାଦ ବଢାଇବାକୁ ଆପଣ ଲୁଣ ବ୍ୟବହାର କରିଥାନ୍ତି। ଆଉ ଏହି ଲୁଣ ବି ଖାଦ୍ୟର ସ୍ୱାଦକୁ ଖରାପ କରିଦିଏ। ତେଣୁ ଖାଦ୍ୟରେ ସଠିକ୍‌ ମାତ୍ରାରେ ଲୁଣ ପକାଇବା ନିହାତି ଜରୁରୀ। ଆପଣ ଖାଦ୍ୟରେ ସାଧାରଣ ଲୁଣ, କଳା ଲୁଣ ବ୍ୟବହାର କରିଥାନ୍ତି। କିନ୍ତୁ ଆଉ ଏକ ଲୁଣ ରହିଛି, ଯାହାକୁ ଆପଣ ବ୍ୟବହାର କରିବା ଦ୍ୱାରା ଖାଦ୍ୟର ସ୍ୱାଦ ଦୁଇଗୁଣ ବଢିଯିବ। ତେବେ ଏହି ଲୁଣ ହେଉଛି ଧନିଆ ଲୁଣ। ହେଲେ ଧନିଆ ଲୁଣ ଆପଣ କିପରି ପ୍ରସ୍ତୁତ କରିବେ, ଆସନ୍ତୁ ଜାଣିବା…

ଆବଶ୍ୟକ ସାମଗ୍ରୀ : ଧନିଆ, ହେଙ୍ଗୁ, ଜିରା, ଲୁଣ, କଞ୍ଚାଲଙ୍କା, ଅଳ୍ପ ଆମଚୁର ପାଉଡର।

ପ୍ରସ୍ତୁତି ପ୍ରଣାଳୀ: ପ୍ୟାନକୁ ଗରମ କରି ସେଥିରେ ହେଙ୍ଗୁ ଏବଂ ଜିରା ପକାଇ ଭାଜି ଦିଅନ୍ତୁ। ଏବେ ଧନିଆ ଏବଂ କଞ୍ଚାଲଙ୍କା କାଟି ବାଟିଦିଅନ୍ତୁ। ଏଥିରେ ଭଜା ଜିରା ଓ ହେଙ୍ଗୁ ପକାଇ ଦିଅନ୍ତୁ। ଗ୍ରାଇଣ୍ଡର ବଦଳରେ ଶିଳରେ ବାଟିଲେ ଭଲ ହେବ। ଧନିଆ ଓ କଞ୍ଚାଲଙ୍କା ବଟାରେ ଅଳ୍ପ ଅଳ୍ପ କରି ଲୁଣ ମିଶାନ୍ତୁ। ଏହାକୁ ଅଳ୍ପ ଅଳ୍ପ କରି ମିଶାଇ ପରେ ଖରାରେ ଶୁଖାଇଦିଅନ୍ତୁ। ଏହାକୁ ଆପଣ ଷ୍ଟୋର କରି ରଖିପାରିବେ।
ଧନିଆ ଲୁଣକୁ ଆପଣ ସିଝା ଆଳୁ, ନୁଡଲ୍ସ କିମ୍ବା ମଞ୍ଚୁରିଆନ ତିଆରି କରିବା ବେଳେ ପକାଇ ପାରିବେ କିମ୍ବା ରୁଟି ପରଟା ସହିତ ଖାଇ ପାରିବେ। ଧନିଆ ଲୁଣ ଆପଣଙ୍କ ପ୍ରତିଟି ଖାଦ୍ୟର ଟେଷ୍ଟ ବଢାଇଥାଏ। ଆପଣ ଫ୍ରେଶ ଦହିରେ ଏହାକୁ ମିଶାଇ ରାଇତା କରି ମଧ୍ୟ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.