ବଜାର ଭଳି ପକୋଡା ବନିବ ଏକଦମ୍‌ କ୍ରିସପି, ବେସନ ଗୋଳାଇବା ସମୟରେ କରିଦିଅନ୍ତୁ ଏହି କାମ

ବର୍ଷା ଦିନ ହେଉ କିମ୍ବା ଥଣ୍ଡା ପାଗ, ଚା ସହିତ ବେସନରେ ପ୍ରସ୍ତୁତ ଟେଷ୍ଟି ପକୋଡା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଯଦି ଆପଣ କେବେ ରାସ୍ତା ପାଖେ ଠେଲା କିମ୍ବା କୌଣସି ଚା ଦୋକାନୀଙ୍କ ଠାରୁ ପକୋଡା ଖାଇଥିବେ ତାହେଲେ ଏହା ନୋଟିସ୍‌ କରିଥିବେ ଯେ ବଜାର ଭଳି ସ୍ୱାଦ ଘରେ ଆଦୌ ବି ମିଳିନଥାଏ। ଯଦି ଆପଣଙ୍କୁ ମଧ୍ୟ କ୍ରିସପୀ କୁରକୁରେ ପକୋଡା ଖାଇବାକୁ ପସନ୍ଦ ତାହେଲେ ବେସନ ଘୋଳ ତିଆରି କରିବା ସମୟରେ କିଛି ଚିନିଷ ପ୍ରତି ଖାସ୍‌ ଧ୍ୟାନ ଦେବା ଉଚିତ। ଆମେ ଆପଣଙ୍କ ପାଇଁ ଆଣିଛୁ କିଛି ଖାସ୍‌ ଟିପ୍ସ ଯାହାକୁ ଆପଣ ବେସନ ଗୋଳେଇବା ସମୟରେ ଆପଣେଇବେ ତାହେଲେ ଆପଣଙ୍କ ହାତରୁ ପକୋଡା ଖାଇବାକୁ ଏକଦମ୍‌ ଫ୍ୟାନ୍‌ ହୋଇଯିବେ ଲୋକେ।

ଅନେକ ଥର ପକୋଡା କଡାରୁ ବାହାରିବା ସମୟରେ କ୍ରିସପି ଥାଏ କିନ୍ତ ଖାଇଲାବେଳକୁ ତାହା ନରମ ହୋଇଯାଏ। ଯଦି ଏପରି ହେଉଛି ତାହେଲେ ଆପଣଙ୍କୁ ବେସନ ଘୋଳ ତିଆରି କରିବା ଠାରୁ ନେଇ ତେଲର ଟେମ୍ପରଚେର ପର୍ଯ୍ୟନ୍ତ ସବୁକିଛିକୁ ଧ୍ୟାନ ରଖିବାକୁ ହେବ।

ପକୋଡା ପାଇଁ ବେସନକୁ ସବୁବେଳେ ଥଣ୍ଡା ପାଣିରେ ଗୋଳାନ୍ତୁ। ବେସନକୁ ଗୋଟିଏ ଦିଗ ଆଡକୁ କରି ହିଁ ଗୋଳାନ୍ତୁ ଏବଂ ଧ୍ୟାନ ରଖନ୍ତୁ ଯେ ଏଥିରେ ବିଣ୍ଡା ଯେମିତି ନ ରହେ। ଦ୍ୱିତୀୟ କଥା ଏହା ବି ଧ୍ୟାନ ରଖିବାକୁ ହୋଇଥାଏ ଯେ ବେସନ ବହୁତ ଅଧିକ ପତଳା ଯେପରି ନରହେ ଓ ଅଧିକ ଗାଢ଼ ବି ହୋଇନଥିବ।

ପକୋଡା ପାଇଁ ବେସନ ଘୋଳ କରିବା ସମୟରେ ଏଥିରେ ଚାଉଳ କିମ୍ବା ଅଟାକୁ ସାମାନ୍ୟ ମିଶାଇ ଦିଅନ୍ତୁ। ଏପରି କରିବା ଦ୍ୱାରା ପକୋଡା କ୍ରିସପି ବନିବ। ସେହିପରି ତେଲ ଭଲଭାବେ ଗରମ ହେବା ପରେ ଯାଇ ପକୋଡା ଛାଣନ୍ତୁ। ଜଲଦି ଜଳଦି ପକୋଡା ଛାଣିବା ଦ୍ୱାରା ଏହା ସଫ୍ଟ ବା ନରମ ହୋଇଯାଏ।

ପକୋଡା ପାଇଁ ବେସନ୍‌ ଘୋଳ ତିଆରି କରିବା ସମୟୟରେ ଏଥିରେ ୮-୧୦ ବୁନ୍ଦା ଗରମ ତେଲ ମିଶାଇ ଦିଅନ୍ତୁ। ଆଉ ଏକ ଜିନିଷ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଯଦି ଆପଣ ପିଆଜ, ଆଳୁ କିମ୍ବା ମିକ୍ସ ଭେଚ୍‌ ପକୋଡା ବନାଇବାକୁ ଚାହୁଁଥିଲେ ଏହାର ପାଣିକୁ ପ୍ରଥମେ ସୁଖାଇ ଦିଅନ୍ତୁ। ଏଥିପାଇଁ ପରିବା ପୂର୍ବରୁ କାଟି ଏଥିରେ ଲୁଣ ପକାଇ ରଖିଦିଅନ୍ତୁ। ଯେତେବେଳେ ପକୋଡା ବନାଇବେ ସେତେବେଳେ ପରିବାକୁ ଛାଣି ବେସନରେ ପକାନ୍ତୁ।

ଦେଖିବେ ଏହି ସବୁ ଉପାୟ କରିବା ଦ୍ୱାରା ଆପଣ ବି ଏକଦମ୍‌ ବଜାର ଭଳି ପକୋଡା ବନାଇପାରିବେ। ଥରେ ବନାଇ ଦେଖନ୍ତୁ ଆପଣଙ୍କ ପକୋଡା ଆଉ ନରମ ହେବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.