ଶୀତୁଆ ପାଗରେ ବନାନ୍ତୁ ଗରମ ଗରମ ମଟର କଚୁଡ଼ି, ବଜାର ଠାରୁ ବି ବଢିଆ ସ୍ୱାଦ

ଆବଶ୍ୟକ ସାମଗ୍ରୀ

ଗହମ ଅଟା – ୨କପ
ଗ୍ରୀନ ମଟର – ୧କପ
ଜିରା – ୧/୪ ଚାମଚ
ଧନିଆ ପତ୍ର – ଅଳ୍ପ
ଲାଲ ଲଙ୍କା ପାଉଡର – ୧/୨ ଚାମଚ
ଲୁଣ – ସ୍ଵାଦନୁସାରେ
ତେଲ – ଆବଶ୍ୟକ ଅନୁସାରେ
ପାଣି – ଆବଶ୍ୟକ ଅନୁସାରେ
ରସୁଣ ପେଷ୍ଟ – ୧/୨ ଚାମଚ

ପ୍ରସ୍ତୁତ ପ୍ରଣାଳୀ

ମଟର କଚୁଡ଼ି ବନାଇବା ପାଇଁ ସର୍ବ ପ୍ରଥମେ ମଟରକୁ ସିଝାଇ ତାହାର ପେଷ୍ଟ ବନାଇ ଦିଅନ୍ତୁ। ଏହି ପେଷ୍ଟରେ ସମସ୍ତ ମସଲା, ଧନିଆପତ୍ର, ଜିରା ଏବଂ ଲୁଣ ମିଶାଇ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। କଚୁଡ଼ି ବନାଇବା ପାଇଁ ଅଟା ଚକଟି ଦିଅନ୍ତୁ। ସେଥିରେ ଲୁଣ ମିଶାଇ ଚକଟି ଦିଅନ୍ତୁ। ଏହାପରେ ଛୋଟ ଛୋଟ ଗୋଲା ବନାଇ ସେଥିରେ ପ୍ରସ୍ତୁତ କରି ରଖିଥିବା କଚୁଡିକୁ ଭର୍ତ୍ତି କରି ବେଲି ଦିଅନ୍ତୁ। ଏପଟେ କଡ଼ାରେ ତେଲ ଗରମ କରିଦିଅନ୍ତୁ। ଧିମା ଆଞ୍ଚରେ ସମସ୍ତ କଚୁଡିକୁ ଛାଣି ଦିଅନ୍ତୁ। ଦୁଇ ପାଖ ଭଲ ଭାବେ ଛାଣି ଦିଅନ୍ତୁ। ଏହାକୁ ପ୍ଲେଟକୁ ବାହାର କରି ଗରମା ଗରମ ଚଟଣି କିମ୍ବା ଆଳୁ ତରକାରୀ ସହିତ ସର୍ଭ କରନ୍ତୁ।