ଭାତ ରୁଟି ପରଟା ସବୁ ପାଇଁ ଏକଦମ୍‌ ଫିଟ୍‌ ଖଜୁରୀ ଆଚାର, ଥରେ ବନାଇ ଦେଖନ୍ତୁ

ଆଚାରର ନାଁ ଶୁଣିଲେ ପାଟିରୁ ପାଣି ବାହାରିଆସେ। ସେ ଆମ୍ବ ହେଉ କିମ୍ବା ଲେମ୍ବୁ ଆଚାର ସବୁ ଆଚାର ବହୁତ ପସନ୍ଦ ଆସିଥାଏ ଲୋକଙ୍କୁ। ତେବେ କଣ ଆପଣ ଖଜୁରୀ ଆଚାର ଖାଇଛନ୍ତି। ଯାହା ଟେଷ୍ଟରେ ବହୁତ ସ୍ୱାଦିଷ୍ଟ। ତାହେଲେ ଆସନ୍ତୁ ଜାଣିବା ଏହି ଟେଷ୍ଟି ଖଜୁରୀ ଆଚାର କେମିତି ପ୍ରସ୍ତୁତ କରିବେ।

ଆବଶ୍ୟକ ସାମଗ୍ରୀ

  • ୨୫୦ ଗ୍ରାମ ଖଜୁରୀ (ମଞ୍ଜି ବାହାର ହୋଇଥିବା)
  • ୧ ଚାମଚ ଲାଲ ଲଙ୍କା ପାଉଡର
  • ୧ ଚାମଚ ଚିନି
  • ଅଦା ରସୁଣ ପେଷ୍ଟ
  • ୪ଟି କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ୧/୪ ଚାମଚ ହଳଦି ପାଉଡର
  • ୧/୪ ଚାମଚ ହେଙ୍ଗୁ ପାଉଡର
  • ୩ ଚାମଚ ଭିନେଗାର
  • ୧ ଚାମଚ ତେଲ
  • ଅଳ୍ପ (ଭୃଷଙ୍ଗ ପତ୍ର)
  • ଲୁଣ (ସ୍ୱାଦାନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ଖଜୁରୀ ଆଚାର ବନାଇବା ପାଇଁ ସର୍ବପ୍ରଥମେ ଏକ ପ୍ୟାନ୍‌ ଗରମ କରି ସେଥିରେ ଭୃଷଙ୍ଗ ପତ୍ର, ହେଙ୍ଗୁ ପକାଇ ଛୁଙ୍କ ଦିଅନ୍ତୁ। ଏବେ ଅଦା-ରସୁଣର ପେଷ୍ଟ ଏବଂ କଞ୍ଚା ଲଙ୍କା ପକାଇ ଭଲଭାବେ ଭାଜି ଦିଅନ୍ତୁ। ହଳଦି ପାଉଡର, ଲାଲ ଲଙ୍କା ପାଉଡର ଏବଂ ଖଜୁରୀ ପକାଇ ନରମ ହେବା ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏବେ ଏଥିରେ ଲୁଣ ଏବଂ ଚିନି ପକାଇ ୧-୨ ମିନିଟ୍‌ ପର୍ଯ୍ୟନ୍ତ ଆଉ କିଛି ସମୟ ବସାନ୍ତୁ। ଭିନେଗାରକୁ ମିଶାଇ ଭଲାଭାବେ ମିକ୍ସ କରିବା ପରେ ଆଞ୍ଚରୁ ତଳକୁ ଓହ୍ଲାଇ ଦିଅନ୍ତୁ। ଏବେ ଆପଣଙ୍କର ଖଜୁରୀ ଆଚାର ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଗରମା ଗରମ ପରଟା ସହିତ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.