ଆମ୍ବ କି ଲେମ୍ବୁ ନୁହେଁ ଏଥର ଟ୍ରାଏ କରନ୍ତୁ ଖଜୁରୀ ଆଚାର, ସ୍ୱାଦରେ ଏକଦମ୍‌ ଜବରଦସ୍ତ

ଆଚାର ନାଁ ଶୁଣିବା ମାତ୍ରକେ ସମସ୍ତଙ୍କ ମନରେ ଆମ୍ବ କିମ୍ବା ଲେମ୍ବୁର ସ୍ୱାଦ ଆସିଯାଏ। କିନ୍ତୁ କଣ ଆପଣ କେବେ ଖଜୁରୀରେ ପ୍ରସ୍ତୁତ ଆଚାରର ସ୍ୱାଦ ଚାଖିଛନ୍ତି। ଏହାକୁ ହୁଏତ ଆପଣ ବିଶ୍ୱାସ କରିପାରୁନଥିବେ ଯେ ଖଜୁରୀର ଆଚାର ଅଛି। କିନ୍ତୁ ହଁ, ଖଜୁରୀ ଆଚାର ଭାରି ସୁଆଦିଆ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରାଯାଏ।

ଖଜୁରୀ ଆଚାର ବନାଇବା ପାଇଁ ଆବଶ୍ୟକ ସାମଗ୍ରୀ

  • ୨୫୦ ଗ୍ରାମ ଖଜୁରୀ (ମଞ୍ଜି ବାହାର ହୋଇଥିବା)
  • ୧ ଟେବୁଲ ଚାମଚ ଲାଲ ଲଙ୍କା ପାଉଡର
  • ୧ ଚାମଚ ଚିନି
  • ଅଦା ଏବଂ ରସୁଣ ପେଷ୍ଟ
  • ୪ଟି କଞ୍ଚା ଲଙ୍କା
  • ୧/୪ ଚାମଚ ହଳଦି ପାଉଡର
  • ୧/୪ ଚାମଚ ହେଙ୍ଗୁ ପାଉଡର
  • ୩ ଚାମଚ ଭିନେଗାର
  • ୧ ଚାମଚ ସୋରିଷ
  • ୨ ଚାମଚ ତେଲ
  • ଅଳ୍ପ ଭୃଷଙ୍ଗ ପତ୍ର
  • ଲୁଣ ସ୍ୱାଦାନୁସାରେ

ଖଜୁରୀ ଆଚାର କେମିତି ପ୍ରସ୍ତୁତ ହେବ ଜାଣନ୍ତୁ

ଖଜୁରୀ ଆଚାର ବନାଇବା ପାଇଁ ସର୍ବପ୍ରଥମେ ପ୍ୟାନରେ ତେଲ ଗରମ କରି ସୋରିଷ, ଭୃଷଙ୍ଗ ପତ୍ର ଏବଂ ହେଙ୍ଗୁର ଛୁଙ୍କ ଲଗାନ୍ତୁ। ଏବେ ଅଦା-ରସୁଣର ପେଷ୍ଟ ଏବଂ କଞ୍ଚା ଲଙ୍କା ପକାଇ ଭଲଭାବେ ଭାଜନ୍ତୁ। ହଳଦୀ ପାଉଡର, ଲାଲ ଲଙ୍କା ପାଉଡର ଏବଂ ଖଜୁରୀ ପକାଇ ନରମ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ।

ଲୁଣ ଏବଂ ଚିନି ପକାଇ ୧-୨ ମିନିଟ୍‌ ପର୍ଯ୍ୟନ୍ତ ଆଉ କିଛି ସମୟ ଫ୍ରାଏ କରନ୍ତୁ। ଭିନେଗାର ମିଶାଇ ଭଲଭାବେ ମିକ୍ସ କରିବା ପରେ ଆଞ୍ଚରୁ ଉହ୍ଲାଇ ଦିଅନ୍ତୁ। ଆପଣଙ୍କ ଖଜୁରୀ ଆଚାର ବନାଇ ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ଗରମା ଗରମ ପରଟା ସହିତ ସର୍ଭ କରିପାରିବେ।