ଶୀତୁଆ ପାଗରେ ବନାଇ ଖାଆନ୍ତୁ ଗୁଡ କ୍ଷୀରି, ସ୍ୱାଦ ଏବଂ ସ୍ୱାସ୍ଥ୍ୟକୁ ମିଳିବ ଡବଲ ଡୋଜ୍‌

ଶୀତ ଋତୁରେ ଲୋକମାନେ ନିଜ ଡାଏଟରେ ଏମିତି ଜିନିଷକୁ ସାମିଲ କରିବାକୁ ପସନ୍ଦ କରନ୍ତି ଯାହା ଶରୀରକୁ ଗରମ ଦେଇଥାଏ। ଏବଂ ଇମ୍ୟୁନିଟୀକୁ ମଜବୁତ୍‌ ରଖିଥାଏ। ଏମିତି ଏକ ଡିସ୍‌ ହେଉଛି ଗୁଡ କ୍ଷୀରି। ଗୁଡ ଗରମ ହୋଇଥାଏ ତେଣୁ ଏହା ଶରୀରକୁ ଗରମ ପ୍ରଦାନ କରିଥାଏ। ତେବେ ଆସନ୍ତୁ ଆଉ ବିଳମ୍ବ ନକରି ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଚାଉଳ – ୧ କପ୍‌

କ୍ଷୀର – ୨ ଲିଟର

ଗୁଡ – ୧୨୫ ଗ୍ରାମ୍‌

ଗ୍ରୀନ ଅଳେଳଇଚ – ୪ଟି

ସୁଖିଲା ଖୁଆ (କାଜୁ, ବାଦାମ, ପିସ୍ତା) – ୧ କପ୍‌

ଚିରୋଞ୍ଜୀ – ୧ ଚାମଚ୍‌

କେସର – ଚିମୁଟାଏ

ଘିଅ – ଗୋଟେ ଚାମଚ

ପ୍ରସ୍ତୁତି ପ୍ରଣାଳୀ

ଗୁଡ କ୍ଷୀରି ବନାଇବା ପାଇଁ ସର୍ବପ୍ରଥମେ ଚାଉଳକୁ ଭଲଭାବେ ଧୋଇ ୧୦ ମିନିଟ ପାଇଁ ଭିଜାଇ ରଖନ୍ତୁ। ଏବେ ଏକ ବଡ ପାତ୍ର ନେଇ ସେଥିରେ ଏକ ଚାମଚ ଘିଅ ପକାଇ ମିଡିୟମ୍‌ ଆଞ୍ଚରେ ବସାନ୍ତୁ। ଯେତେବେଳେ ଘିଅ ଗରମ ହେବ ସେଥିରେ ଅଳେଇଚ, କ୍ଷୀର ଏବଂ ଅଧା କପ୍‌ ପାଣି ପକାଇ ଗରମ କରନ୍ତୁ। ଯେତେବେଳେ କ୍ଷୀର ଫୁଟିଆସିବ ସେତେବେଳେ ଭିଜାଇ ରଖିଥିବା ଚାଉଳକୁ ଏଥିରେ ପକାଇ ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ।

କ୍ଷୀରି ଆଞ୍ଚରେ ବସିଥିବା ସମୟରେ ଲଗାତର ଚାମଚ ସାହାଯ୍ୟରେ ଚଲାନ୍ତୁ। ଯାହାଦ୍ୱାରା ଏହା ତଳେ ଲାଗିବ ନାହିଁ। ଏବେ ଏଥିରେ କଟା ବାଦାମ୍‌, କାଜୁ ଏବଂ ଚିରୋଞ୍ଜୀ ପକାଇ ୧୦ ମିନିଟ ପର୍ଯ୍ୟନ୍ତ ଆଞ୍ଚରେ ବସାନ୍ତୁ। ଏବେ ଗୁଡକୁ କ୍ଷୀରିରେ ମିଶାଇ ଦିଅନ୍ତୁ ଏବଂ ଭଲଭାବେ ମିକ୍ସ କରନ୍ତୁ। ଏହାପରେ ପ୍ରାୟ ୨-୩ ମିନିଟ ପର୍ଯ୍ୟନ୍ତ ହାଇ ଫ୍ଲେମରେ କ୍ଷୀରିକୁ ବସାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ଆପଣଙ୍କର ଟେଷ୍ଟି ଗୁଡ କ୍ଷୀରି ପ୍ରସ୍ତୁତ ହୋଇଯାଇଛି। ଏଥିରେ ପିସ୍ତା ପକାଇ ଗାର୍ନିସ କରି ସର୍ଭ କରନ୍ତୁ।