ଥଣ୍ଡାରେ ପ୍ରସ୍ତୁତ କରନ୍ତୁ ଢ଼ାବା ଷ୍ଟାଇଲ୍‌ ରସୁଣ ଚିକେନ, ସ୍ୱାଦ ପୁରା ଲାଜବାବ୍‌

ଯଦି ଆପଣ ନନଭେଜ୍‌ ପ୍ରେମୀ, ତାହେଲେ ସପ୍ତାହରେ ଦୁଇ ତିନି ଥର ନିଶ୍ଚୟ ଚିକେନ୍‌ ଖାଉଥିବେ। ତାହେଲେ ଆମେ ଆଜି ଯେଉଁ ଚିକେନର ରେସିପି ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ବିଶ୍ୱାସ କରନ୍ତୁ ତାର ସ୍ୱାଦ ଏକଦମ୍‌ ଲାଜବାବ୍‌। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧୭୦ ଗ୍ରାମ୍‌ ବୋନଲେସ୍‌ ଚିକେନ୍‌
  • କଟା ହୋଇଥିବା ଧନିଆ ପତ୍ର
  • ଏକ ଚାମଚ୍‌ କଞ୍ଚା ଲଙ୍କା ପେଷ୍ଟ
  • ଏକ ଚାମଚ୍‌ କ୍ରୀମ୍‌
  • ୪ ଚାମଚ ଦହି
  • ୧ ଚାମଚ କାଜୁ ପେଷ୍ଟ
  • ସ୍ୱାଦାନୁସାରେ ଲୁଣ
  • ୧ ଚାମଚ କଦ୍ଦୁକସ୍‌ କରାଯାଇଥିବା ଚିଜ୍‌
  • ୨ ଚାମଚ କଟା ରସୁଣ
  • ୧ ଚାମଚ୍‌ ଅଦା-ରସୁଣ ପେଷ୍ଟ
  • ସ୍ୱାଦାନୁସାରେ କଳା ଲୁଣ
  • ୧/୨ ଚାମଚ୍‌ ଗରମ ମସଲା
  • ୧/୨ ଚାମଚ ଚାଟ୍‌ ମସଲା
  • ୧ ଚାମଚ୍‌ ବଟର

ପ୍ରସ୍ତୁତି ପ୍ରଣାଳୀ

ରସୁଣ ଚିକେନ ବା ଗାର୍ଲିକ ଚିକେନ ବନାଇବା ପାଇଁ ପ୍ରଥମେ ଚିକେନକୁ ଦହିରେ ମ୍ୟାରିନେଟ୍‌ କରିବା ପାଇଁ କଟା ରସୁଣ, ଅଦା ପେଷ୍ଟ, କାଜୁ ପେଷ୍ଟ ଏବଂ କଞ୍ଚା ଲଙ୍କା ପେଷ୍ଟ ଚିକେନରେ ମିକ୍ସ କରିଦିଅନ୍ତୁ। ଏବେ କଟା ହୋଇଥିବା ଧନିଆ, ସ୍ୱାଦାନୁସାରେ ଲୁଣ, ଗରମ ମସଲା, କଳା ଲୁଣ, ଚାଟ ମସଲା, କ୍ରୀମ ଏବଂ ପନୀର ପକାନ୍ତୁ। ଏବେ ଏହାକୁ ମ୍ୟାରିେନେଟ କରାଯାଇଥିବା ଚିକେନକୁ ଅଧା ଘଣ୍ଟା ପାଇଁ ରଖିଦିଅନ୍ତୁ। ଏବେ ଚିକେନରେ ବଟର ଲଗାଇ ୧୦ ରୁ ୧୫ ମିନିଟ ପାଇଁ କୋଇଲା ତନ୍ଦୁରରେ ଗ୍ରୀଲ କରିଦିଅନ୍ତୁ। ଆପଣଙ୍କ ରସୁଣ ଚିକେନ୍‌ ପ୍ରସ୍ତୁତ ହୋଇଯାଇଛି। ଏହାକୁ ରୁଟି କିମ୍ବା ଭାତ ସହିତ ଗରମା ଗରମ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.