ଲାଇଫ୍ ଷ୍ଟାଇଲ୍

ଉଜ୍ୱଳ ତ୍ୱଚା ପାଇବା ପାଇଁ ବ୍ୟବହାର କରନ୍ତୁ ଏହିସବୁ ଆଇସକ୍ୟୁବ୍‌, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ସ୍କିନରେ ବରଫ ଲଗାଇବାର ଅନେକ ଫାଇଦା ରହିଥାଏ। ଉଜ୍ୱଳ ଏବଂ ଚମକଦାର ତ୍ୱଚା ପାଇଁ ଅଲଗା ଅଲଗା ପ୍ରକାରର ଆଇସକ୍ୟୁବ ଆପଣ ବ୍ୟବହାର କରିପାରିବେ। କିନ୍ତୁ ସବୁ ପ୍ରକାର ଆଇସକ୍ୟୁବର ଅଲଗା ଅଲଗା ଫାଇଦା ରହିଛି। ତେବେ କିପରି ଅଲଗା ପ୍ରକାରର ଆଇସକ୍ୟୁବ ବନାଇବେ ତାହା ଜାଣିବା ମଧ୍ୟ ଜରୁରୀ।

କାକୁଡି ଆଇସକ୍ୟୁବ :

କାକୁଡିରେ ଅଧିକ ମାତ୍ରାରେ ପାଣି ରହିଥାଏ। ଯାହା ଶରୀର ଏବଂ ସ୍କିନ ପାଇଁ ବହୁତ ଭଲ ହୋଇଥାଏ। ସ୍କିନକୁ ହାଇଡ୍ରେଟ୍‌ କରିବା ସହ ସନବର୍ନ, କୁଣ୍ଡାଇହେବା, ନାଲିପଡିବା କିମ୍ବା କୌଣସି ପ୍ରକାରର ଜ୍ୱଳନ ସମସ୍ୟାରୁ ସ୍କିନକୁ ଆରାମ ଦେଇଥାଏ। ଏହାଛଡା କାକୁଡିରେ ସେଲିସିଲିକ ଏସିଡ ଭରପୂର ରହିଥାଏ। ଯାହା ବ୍ରଣ ହେବାକୁ ଦିଏନାହିଁ।

କେମିତି କରିବେ ପ୍ରସ୍ତୁତ : ଏହାକୁ ତିଆରି କରିବା ପାଇଁ କାକୁଡିକୁ ଭଲଭାବେ କଦୁକସ୍‌ କରିଦିଅନ୍ତୁ। ଏହାର ରସ ବାହାର କରି ସେଥିରେ ଅଳ୍ପ ପାଣି ମିଶାଇ ଫ୍ରିଜରେ ରଖିଦିଅନ୍ତୁ।

ଗୋଲାପ ଆଇସକ୍ୟୁବ୍‌ :

ଗୋଲାପ ଜଳରେ ପ୍ରସ୍ତୁତ ଆଇସକ୍ୟୁବ ଆପଣଙ୍କ ସ୍କିନ ପାଇଁ ଅନେକ ପ୍ରକାର ଫାଇଦା ଦେଇଥାଏ। ଗାଲାପ ଜଳରେ ଆଣ୍ଟି ଇମ୍ଫ୍ଲାମେଣ୍ଟାରୀ ଗୁଣ ରହିଥାଏ। ଯାହା ଫୁଲିବା ଏବଂ ନାଲିପଡିବା ତ୍ୱଚା ସହିତ ଲଢିବାରେ ସହାୟକ ହୋଇଥାଏ। ଏହା ସ୍କିନକୁ ଶାନ୍ତ ଏବଂ ଥଣ୍ଡା କରିଥାଏ।

କେମିତି କରିବେ : ଏହାକୁ ପ୍ରସ୍ତୁତ କରିବା ପାଇଁ ବରଫ ଟ୍ରେରେ ଗୋଲାପ ଜଳ ପକାଇ ଏହାକୁ ଫ୍ରିଜ ହେବାକୁ ଦିଅନ୍ତୁ।

pc: youtube

କଫି ଆଇସକ୍ୟୁବ :

କଫିରେ ଅନେକ ଗୁଣ ରହିଥାଏ। ଆଣ୍ଟିଅକ୍ସିଡାଣ୍ଟ, ପ୍ଲେବୋନୋଏଡସ, ନ୍ୟାଚୁରାଲ ଏକ୍ସଫୋଲିଏଟର ରହିଥାଏ, ଯାହା ଡେଡ୍‌ ସ୍କିନକୁ ଧୀରେ ଧୀରେ ସଫା କରିଥାଏ। ଏହାସହିତ ପୋର୍ସକୁ ଖୋଲି ସ୍କିନର ପଫିନେସକୁ କମ୍‌ କରିଥାଏ।

କେମିତି କରିବେ : ପ୍ରଥମେ କଫି ପ୍ରସ୍ତୁତ କରି ଏହାକୁ ପତଳା କରି ଫ୍ରିଜରେ ରଖିଦିଅନ୍ତୁ।

ଆଲୋଭେରା ଆଇସକ୍ୟୁବ୍‌ : ସ୍କିନ ପାଇଁ ଆଲୋଭେରା ଜେଲ ଅନେକ ଫାଇଦା ଦେଇଥାଏ। ଭିଟାମିନ, ଫଲିକ ଏସିଡରେ ଭରପୂର ରହିଥାଏ ଆଲୋଭେରା। ଗ୍ଲୋଇଂ ସ୍କିନ ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ।

କେମିତି କରିବେ ପ୍ରସ୍ତୁତ : ଏହାକୁ ବନାଇବା ପାଇଁ ଫ୍ରେସ ଆଲୋଭେରାକୁ ନେଇ ଚୋପା ଛଡାଇ କ୍ଷୀରରେ ଗ୍ରାଇଣ୍ଡିକୁ କରିଦିଅନ୍ତୁ। ଏହାକୁ ଫ୍ରିଜରେ ଆଇସଟ୍ରେରେ ରଖିଦିଅନ୍ତୁ।

ନଡିଆକ୍ଷୀର ଆଇସକ୍ୟୁବ : ଭିଟାମିନ ସି, ଇ ଏବଂ ଲେକ୍ଟିକ ଏସିଡ ସ୍କିନ ପାଇଁ ଫାଇଦାଯୁକ୍ତ ହୋଇଥାଏ। ନଡିଆ କ୍ଷୀର ବୟସ ବଢିବା, ଉଜ୍ୱଳ ତ୍ୱଚା ଏବଂ ଅଏଲି ସ୍କିନ ପାଇଁ ବହୁତ ଭଲ ରହିଥାଏ।

କେମିତି କରିବେ : ଏହାକୁ ବନାଇବା ପାଇଁ ନଡିଆକୁ ଗ୍ରାଇଣ୍ଡିଂ କରି ଏହାର ରସକୁ ଆଇସ ଟ୍ରେରେ ରଖିଦିଅନ୍ତୁ।

Swagatika

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

8 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

12 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

15 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

20 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

32 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

38 mins ago