କିଛି ନୂଆ ଆଉ ସ୍ୱାଦିଷ୍ଟ ଖାଇବାକୁ ଇଚ୍ଛା ହେଉଛି କି, ତାହେଲେ ଘରେ ଏପରି ବନାନ୍ତୁ ବ୍ରେଡ୍‌ ଦୋସା

ଆବଶ୍ୟକ ସାମଗ୍ରୀ

ବ୍ରେଡ୍‌ ସ୍ଲାଇସ୍‌ – ୧୦ଟି
ଚାଉଳ ଗୁଣ୍ଡ – ୧ କପ୍‌
୨ ବଡ ଚାମଚ ବେସନ
୧/୪ କପ୍‌ ଦହି

ଆବଶ୍ୟକଅନୁସାରେ ଲୁଣ

ଦେଢ଼ କପରୁ କମ୍‌ ପାଣି
ଅଧା ଛୋଟ ଚାମଚ ଫ୍ରୁଟ୍‌ ସଲ୍ଟ, ଇନୋ, ଛୋଟ ଚାମଚ ବେକିଙ୍ଗ ସୋଡା
ଦୋସା ବନାଇବା ପାଇଁ ଆବଶ୍ୟକଅନୁସାରେ ତେଲ
ତଡକା ପାଇଁ
୧ ଛୋଟ ଚାମଚ ତେଲ
୧/୪ ଚାମମଚ୍‌ ସୋରିଷ
ଅଧା ଛୋଟ ଚାମଚ ଜିରା
୧ ଛୋଟ ଚାମଚ କଟା ଭୃଷଙ୍ଗ ପତ୍ର
ଏକ ଚିମୁଟା ହେଙ୍ଗୁ

ପ୍ରସ୍ତୁତି ପ୍ରଣାଳୀ

ବ୍ରେଡ ଦୋସା ବନାଇବା ପାଇଁ ସର୍ବପ୍ରଥମେ ବ୍ରେଡ୍‌ ସ୍ଲାଇସକୁ ଖଣ୍ଡ ଖଣ୍ଡ କରି ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାକୁ ପେଶି ବ୍ରେଡକ୍ରମ୍ବ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଏଥୀରେ ଚାଉଳ ଗୁଣ୍ଡ, ବେସନ, ଦହି ଏବଂ ପାଣି ପକାଇ ଏକ ପତଳା ଘୋଳ ପ୍ରସ୍ତୁତ କରିଦିଅନ୍ତୁ। ଏବେ ଏହି ଘୋଳକୁ ଏକ ପାତ୍ରକୁ ବାହାର କରିଦିଅନ୍ତୁ। ଧ୍ୟାନ ରଖନ୍ତୁ ଏହି ଘୋଳ ଏକଦମ୍‌ ଦୋସା ଆଣ ଭଳି ହେବା ଆବଶ୍ୟକ। ଏବେ ଏଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ। ଆପଣ ଚାହିଁଲେ ଏହି ଘୋଳରେ କଟା ପିଆଜ, କଞ୍ଚା ଲଙ୍କା କିମ୍ବା କଟା ଗୋଲମରୀଚ ମଧ୍ୟ ପକାଇପାରିବେ। ଏବେ ବ୍ରେଡ୍‌ ଦୋସା ଘୋଳ ପାଇଁ ତଡକା ପ୍ରସ୍ତୁତ କରନ୍ତୁ। ଏଥିପାଇଁ ଗୋଟେ ପ୍ୟାନରେ ୧ ଚାମଚ ତେଲ ଗରମ କରନ୍ତୁ ଏବଂ ସେଥିରେ ଗୋଟେ ଚାମଚ ଗୋଟା ସୋରିଷ ପକାଇ ତଡା ଦିଅନ୍ତୁ। ଏହାପରେ ଅଧା ଚାମଚ ଜିରା ପକାଇ କିଛି ସେକେଣ୍ଡ ପାଇଁ ଭାଜନ୍ତୁ ଏବଂ ଶେଷରେ ଭୃଷଙ୍ଗ ପତ୍ର ପକାନ୍ତୁ ଏବଂ ଗୋଟେ ଚିମୁଟାଏ ହେଙ୍ଗୁ ପକାନ୍ତୁ। ଏହାକୁ ଭଲଭାବେ ମିକ୍ସ କରି ଏହି ତଡକାକୁ ଦୋସା ଘୋଳରେ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।

ଏବେ ଘୋଳରେ ୧/୨ ଚାମଚ ଫ୍ରୁଟ ସଲ୍ଟ କିମ୍ବା ଇନୋ ପକାଇ ମିକ୍ସ କରିଦିଅନ୍ତୁ। ଏବେ ଏକ ତାଓ୍ଵା ଗରମ କରନ୍ତୁ। ଆଞ୍ଚକୁ ଧୀମା କରନ୍ତୁ ଏବଂ ଗୋଟେ ଚାମଚ ସାହାଯ୍ୟରେ ଘୋଳକୁ ନେଇ ତାଓ୍ଵାରେ ଗୋଲ ଗୋଲ କରି ବୁଲାଇ ଦିଅନ୍ତୁ। ଧୀମା ଆଞ୍ଚରେ ଦୋସାକୁ ଭଲଭାବେ ହେବାକୁ ଦିଅନ୍ତୁ। ଏହି ବ୍ରେଡ୍‌ ଦୋସା ନର୍ମାଲ ଦୋସା ତୁଳନାରେ ଟିକେ ବେଶି ସମୟ ନେଇଥାଏ ହେବା ପାଇଁ। ଯେତେବେଳେ ଉପର ଆଡୁ ଏହା ହୋଇଯିବ ସେତେବେଳେ ଦୋସାରେ ଅଳ୍ପ ତେଲ ପକାଇ ଓଲଟାଇ ଦିଅନ୍ତୁ। ଏହାପରେ ଆଉ ଏକ ସାଇଡକୁ ଓଲଟାଇ ଅଧାରୁ ଗୋଟେ ମିନିଟ୍‌ ପର୍ଯ୍ୟନ୍ତ ହେବାକୁ ଆଞ୍ଚରେ ବସାନ୍ତୁ। ଏବେ ଆପଣଙ୍କର ବ୍ରେଡ ଦୋସା ପ୍ରସ୍ତୁତ ହୋଇଯାଇଛି। ବ୍ରେଡ ଦୋସାକୁ ମୋଡି ଏହାକୁ ନଡିଆ ଚଟଣୀ ସହ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.