ଥଣ୍ଡା ଥଣ୍ଡା ପାଗରେ ବନାନ୍ତୁ ଗରମ ଗରମ ଏଗ୍ ସିଙ୍ଗଡ଼ା, ପାଟିରୁ ଛାଡ଼ିବନି ସ୍ୱାଦ

ଆବଶ୍ୟକ ସାମଗ୍ରୀ

  • ଅଣ୍ଡା
  • କଦ୍ଦୁକସ ହୋଇଥିବା ଆଳୁ
  • ଛୋଟ କଟା ପିଆଜ
  • କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ଧନିଆପତ୍ର
  • ମଇଦା
  • ବେକିଙ୍ଗ ପାଉଡର
  • ଲୁଣ
  • ରିଫାଇନ ତେଲ

ପ୍ରସ୍ତୁତି ପ୍ରଣାଳୀ

ଗୋଟେ ପାତ୍ରରେ ୩୦୦ ଗ୍ରାମ ମଇଦା ଅଧା ଛୋଟ ଚାମଚ ବେକିଙ୍ଗ ପାଉଡର ଏବଂ ଲୁଣ ମିଶାଇ ଦିଅନ୍ତୁ। ଏହାପରେ ତେଲ ପକାଇ ଚିକ୍କଣ କରି ଚକଟି ଦିଅନ୍ତୁ। ଏହାପରେ ଗୋଟେ ଦୁଇ ଘଣ୍ଟା ଅଟାକୁ ସେଟ ହେବାକୁ ଛାଡ଼ନ୍ତୁ।

ଏବେ ଏକ ପ୍ୟାନରେ ତେଲ ଗରମ କରନ୍ତୁ। ଏଥିରେ ଛୋଟ କଟା ହୋଇଥିବା ପିଆଜ ଏବଂ କଞ୍ଚା ଲଙ୍କା ପକାଇ ଭାଜି ଦିଅନ୍ତୁ। ଏଥିରେ ଚକଟି ରଖିଥିବା ଆଳୁ ଏବଂ ଗାଜରକୁ ମିଶାଇ ଭାଜି ଦିଅନ୍ତୁ। ଏହାପରେ ଲୁଣ ଏବଂ ଧନିଆ ପତ୍ର ମିଶାଇ ଆଳୁ ଏବଂ ଗାଜରକୁ ନରମ ହେବା ପାଇଁ ଘୋଡାଇ ଦିଅନ୍ତୁ।

ପାଞ୍ଚ ମିନିଟ ପରେ ପରିବା ସିଝି ଆସିଲା ପରେ ସେଥିରେ ୬ଟି ଅଣ୍ଡାକୁ ପକାଇ ଭାଜନ୍ତୁ। ପରେ ଆଞ୍ଚ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ।
ଏହାପରେ ଅଟାର ଛୋଟ ଗୋଲା କରି ପତଳା ଏବଂ ଛୋଟ ଆକାରରେ ବେଲି ଦିଅନ୍ତୁ, ପୁରା ସିଙ୍ଗଡ଼ା ଆକାରରେ ବନାଇ ଦିଅନ୍ତୁ। ଏହାପରେ ଏଥିରେ ଅଣ୍ଡାର ମିଶ୍ରଣକୁ ରଖି ତିନିକୋଣିଆ ସିଙ୍ଗଡ଼ା ଆକାରରେ ବନାଇ ଦିଅନ୍ତୁ।

ସିଙ୍ଗଡ଼ାର ଚାରି ପାଖକୁ ହାଲ୍କା ପାଣି ଦେଇ ଚାପି ଦିଅନ୍ତୁ। ଏହିପରି ଭାବେ ସମସ୍ତ ସିଙ୍ଗଡ଼ା ବନାଇ ଦିଅନ୍ତୁ। ଏହାପରେ କଡ଼ାରେ ତେଲ ଗରମ କରନ୍ତୁ ଏବଂ ଏଥିରେ ତିଆରି କରିଥିବା ସିଙ୍ଗଡ଼ାକୁ ପକାଇ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ଏଗ୍ ସିଙ୍ଗଡ଼ା।