ସି ଫୁଡ ଖାଇବାକୁ ପସନ୍ଦ କରୁଥିବା ଲୋକେ ନିଶ୍ଚିତ ଟ୍ରାଏ କରନ୍ତୁ ଅମୃତସରୀ ଫିସ୍‌, ବନାଇବା ବହୁତ ସହଜ

ଆପଣ କେବେ ପଞ୍ଜାବୀ ଖାଦ୍ୟ ଟ୍ରାଏ କରିଛନ୍ତି। ପଞ୍ଜାବୀ ଖାଦ୍ୟ ବେଶ୍‌ ଚଟାପଟ୍‌ ଏବଂ ସ୍ୱାଦିଷ୍ଟ। ଭୋକକୁ ଶାନ୍ତ କରିବା ପାଇଁ ଖାଇବା ଜରୁରୀ। ଆଉ ଯଦି ଏହି ଖାଇବା ପଞ୍ଜାବୀ ହୁଏ, ତେବେ ମଜା ଆହୁରି ଆସିଯାଏ। ପଞ୍ଜାବର ଏମିତି ଏକ ଖାଦ୍ୟର ନାମ ହେଉଛି ଅମୃତସରୀ ମାଛ। ଏହା ଏକ ସ୍ନାକ ରେସିପୀ। ଏହାକୁ ଆପଣ ଅତି ସହଜରେ ବନାଇପାରିବେ। ଯଦି ଆପଣ ସି ଫୁଡ୍‌ ଖାଇବାର ସଉକ ରଖନ୍ତି, ତେବେ ଏହାକୁ ନିଶ୍ଚିତ ଟ୍ରାଏ କରିପାରିବେ। ଏହା ଖାଇବାକୁ ବେଶ୍‌ ଟେଷ୍ଟୀ।

ମାଛ ଖାଇବା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ଶୀତ ଦିନେ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀର ଅନେକ ପ୍ରକାରର ସଂକ୍ରମଣରୁ ଦୂରରେ ରହିଥାଏ ।

୧୦୦ଗ୍ରାମ୍ ମାଛରେ ୧୧୬କ୍ୟାଲୋରୀ ଓ ୨୦ଗ୍ରାମ ପ୍ରୋଟିନ୍ ରହିଥାଏ । ଏହା ସହ କୌଣସି ପ୍ରକାରର ମାଛରେ ଓମେଗା-୩ ଫ୍ୟାଟି ଏସିଡ଼୍ ଏବଂ ଭିଟାମିନ୍ ଡ଼ି ଭରପୂର ମାତ୍ରରେ ରହିଥାଏ । ଯାହା ଶରୀରକୁ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ ।

ଆବଶ୍ୟକୀୟ ସାମଗ୍ରୀ : ମାଛ, ଅଦା ଓ ରସୁଣ ପେଷ୍ଟ, ଲଙ୍କା ପାଉଡର, ଲେମ୍ବୁ ରସ, ଜୁଆଣି, ବେସନ, ଅଣ୍ଡା, ଦହି, ସ୍ୱାଦନୁସାରେ ଲୁଣ, ଫ୍ରାଏ କରିବା ପାଇଁ ତେଲ।

ପ୍ରସ୍ତୁତି ପ୍ରଣାଳୀ : ଅମୃତସରୀ ମାଛ କରିବା ପାଇଁ ପ୍ରଥମେ ମାଛକୁ ଭଲଭାବେ ସଫା କରିଦିଅନ୍ତୁ। ଏହାକୁ ସଫା କରିବା ପରେ ଫିଙ୍ଗର ଭଳି କାଟିଦିଅନ୍ତୁ। ଏବେ ଏଥିରେ ଲୁଣ, ଲେମ୍ବୁ ରସ, ଅଦା ରସୁଣ ପେଷ୍ଟ, ଲଙ୍କା ପାଉଡର ପକାଇଦିଅନ୍ତୁ। ବେସନ, ଦହି, ଅଣ୍ଡା, ଜୁଆଣୀ, ଲୁଣ ଏବଂ ପାଣି ଦେଇ ଏକ ବ୍ୟାଟର ପ୍ରସ୍ତୁତ କରିଦିଅନ୍ତୁ। ଏହି ଘୋଳରେ ମାଛକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ବୁଡାଇ ରଖନ୍ତୁ। ଏବେ ପ୍ୟାନରେ ତେଲ ଗରମ କରି ମାଛକୁ ହାଲୁକା କୁରକୁରେ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ସୁନେଲୀ ରଙ୍ଗର ହୋଇଗଲା ପରେ ମାଛକୁ ତେଲରୁ କାଢି ଆଣି ସେଥିରେ ଚାଟ୍‌ ମସଲା ଏବଂ ଲେମ୍ବୁ ରସ ପକାଇ ଗରମାଗରମ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.