ମାତ୍ର ୨ ମିନିଟରେ ପ୍ରସ୍ତୁତ କରନ୍ତୁ ହାଇଦ୍ରାବାଦ ସ୍ପଟ୍‌ ଇଡିଲି, ସକାଳୁ କରିବାକୁ ବହୁତ ସହଜ

ସକାଳୁ ଜଲଦି ଉଠିବା ଏବଂ ଜଳଖିଆ ପ୍ରସ୍ତୁତ କରିବା ଗୃହିଣୀମାନଙ୍କ ପାଇଁ ବଡ ସମସ୍ୟା ରହିଥାଏ। ଖାସ୍‌ ଏଥିପାଇଁ ଅନେକ ସମୟରେ ଜଳଖିଆ ମଧ୍ୟ ହୋଇପାରେ ନାହିଁ। କିନ୍ତୁ ସକାଳ ଜଳଖିଆ ନ ଖାଇବା ଦ୍ୱାରା ଦେହ ଖରାପ ହୁଏ। ବିଶେଷ କରି ସକାଳ ସମୟରେ ସୁସ୍ଥ ଏବଂ ପୌଷ୍ଟିକ ଭୋଜନ ନ କରିବା ଦ୍ୱାରା ଦିନଯାକ ହାଲିଆ ହାଲିଆ ଲାଗେ। ତେଣୁ ପ୍ରତିଦିନ ସକାଳୁ ଜଳଖିଆ ଖାଇବା ନିହାତି ଆବଶ୍ୟକ। ସକାଳୁ କିପରି ସହଜରେ ଏବଂ ଜଲଦି ଜଳଖିଆ ପ୍ରସ୍ତୁତ କରିବେ ତାହା ଜାଣିବା ଜରୁରୀ।
ତେବେ ଆପଣ ସକାଳ ଜଳଖିଆରେ ମାତ୍ର ୨ ମିନିଟରେ ହାଇଦ୍ରାବାଦର ସ୍ପଟ୍‌ ଇଡିଲି ପ୍ରସ୍ତୁତ କରିପାରିବେ। ଏହା ସ୍ୱାଦିଷ୍ଟ, ଚଟପଟା ହୋଇଥାଏ। ତେବେ ଏହାକୁ କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ…

ଆବଶ୍ୟକ ସାମଗ୍ରୀ :ତେଲ, ପିଆଜ, କଞ୍ଚାଲଙ୍କା, ଅଦା ରସୁଣ ପେଷ୍ଟ, ଟମାଟର, ଲୁଣ, ସମ୍ବର ମସଲା, ଧନିଆପତ୍ର, ସୁଜି ଏବଂ ଦହି।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ତେଲ ଗରମ କରି ସେଥିରେ ପିଆଜ, କଞ୍ଚାଳଙ୍କା, ଅଦା ଓ ରସୁଣ ପେଷ୍ଟ ପକାଇ ଦିଅନ୍ତୁ। ଟମାଟର ଏବଂ ଲୁଣ ପକାଇ ଅଳ୍ପ ଆଞ୍ଚରେ ଭାଜି ଦିଅନ୍ତୁ। ଧନିଆପତ୍ର, ସମ୍ବର ମସଲା ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
ଏହା ପରେ ଏକ ପାତ୍ରରେ ସୁଜି, ଦହି, ଲୁଣ, ତେଲ ପକାଇ ଅଳ୍ପ ପାଣି ଦେଇ ଘୋଳ ତିଆରି କରିଦିଅନ୍ତୁ। ତା’ ପରେ ଟମାଟର ପିଆଜର ମିଶ୍ରଣକୁ ଚାରି ଭାଗରେ ବାଣ୍ଟି ଏହାକୁ ସେହି ଆଣରେ ପକାଇ ଦିଅନ୍ତୁ। ଆଣକୁ ଗୋଟେ ମିନିଟ୍‌ ପର୍ଯ୍ୟନ୍ତ ଚାରିକଡରୁ ସେକି ଦିଅନ୍ତୁ। ଏବେ ପ୍ରସ୍ତତ ହୋଇଗଲା ସ୍ପଟ୍‌ ଇଡଲି। ଗରମା ଗରମ ପରଷନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.