କେବେ ଖାଇଛନ୍ତି ପନୀର ଗୁଲାବ ଜାମୁନ, ଏଥର ଦୀପବଳିରେ ଘରେ ବନାନ୍ତୁ ଏହ ଇନଷ୍ଟାଣ୍ଟ ମିଠା

କଥା ଯେତେବେଳେ ମିଠାର ଆସେ, ସେତେବେଳେ ସର୍ବପ୍ରଥମେ ମନରେ ରସଗୋଲା,ଗୁଲାବ ଜାମୁନ ଆସିଥାଏ। କୌଣସି ବି ପର୍ବ ହେଉ କିମ୍ବା ଖୁସିର ମଉକା, ମୁହଁ ମିଠା କରିବା ପାଇଁ ରସଗୋଲା ପ୍ରଥମ। ତେଣୁ ଆଜି ଆମେ ଆଣିଛୁ ପନୀର ଗୁଲାବ ଜାମୁନ। ଯାହାକୁ ବନାଇବାକୁ ବହୁତ କମ୍‌ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୩୦୦ ଗ୍ରାମ୍‌ – ଖୁଆ
୧୦୦ ଗ୍ରାମ – ପନୀର
୫୦ ଗ୍ରାମ – ମଇଦା
୬୦୦ ଗ୍ରାମ – ଚିନି
୨-୩ଟି (ଅଳେଇଚ)
ଫ୍ରାଏ କରିବା ପାଇଁ ଘିଅ

ପ୍ରସ୍ତୁତି ପ୍ରଣାଳୀ

ଇନଷ୍ଟାଣ୍ଟ ପନୀର ଗୁଲାବ ଜାମୁନ ବନାଇବା ପାଇଁ ସର୍ବପ୍ରଥବେମ ସିରା ବନାଇାବକୁ ହେବ। ଏଥିପାଇଁ ୨ କପ୍‌ ପାଣିରେ ଚିନି ପକାଇ ମେଲ୍ଟ ହେବା ପର୍ଯ୍ୟନ୍ତ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସର ଫ୍ଲେମକୁ ୨-୩ ମିନିଟ ପାଇଁ କମ୍‌ କରିଦିଅନ୍ତୁ ଏବଂ ସେଥିରେ ଅଳେଇଚ ପାଉଡର ମିଶାଇ ଦିଅନ୍ତୁ। ଏବେ ଖୁଆକୁ ହାଲକା ଗରମ କରି ପନୀରକୁ ଏକ ପ୍ଲେଟରେ ବାହାର କରି ହାତରେ ଦଳି ଦିଅନନ୍ତୁ। ଏହି କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ଖୁଆ ଏବଂ ପନୀରକୁ ମିକ୍ସ କରି ସଫ୍ଟ ହେବା ପର୍ଯ୍ୟନ୍ତ ହାତରେ ଘଷନ୍ତୁ। ଏବେ ଏଥିରେ ମଇଦାକୁ ମିକ୍ସ କରି ଏକ ଚିକ୍କଣ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣରୁ ଛୋଟ ଛୋଟ ଗୋଲା ବନାଇ ଗୋଲ କରି ଏକଦମ୍‌ ଚିକ୍କଣ କରିଦିଅନ୍ତୁ।

ଆପଣ ଚାହିଁବେ ତ ଗୁଲାବ ଜାମୁନରେ ଚିରଞ୍ଜୀ ଏବଂ କିସମିଶର ୧-୧ ଦାନା ରଖିପାରିବେ। ଏହାପରେ ସମସ୍ତ ଗୁଲାବ ଜାମୁନକୁ ଏହିଭଳି ବନାଇ ଦିଅନ୍ତୁ। ଏବେ ଗୁଲାବ ଜାମୁନକୁ ଛାଣିବା ପାଇଁ କଡାରେ ଘିଅକୁ ଗରମ କରିଦିଅନ୍ତୁ ଏବଂ ଥଣ୍ଡା ହେବା ପରେ ପ୍ରସ୍ତୁତ ଗୁଲାବ ଜାମୁନ ପକାଇ ଧୀମା ଆଞ୍ଚରେ ବ୍ରାଉନ ହେବା ପର୍ଯ୍ୟନ୍ତ ଛାଣନ୍ତୁ। ଏହାପରେ ଏହାକୁ ବାହାର କରି ସିରାରେ ପକାଇ ଦିଅନ୍ତୁ। ଏହିପରି ଭାବେ ସମସ୍ତ ଗୁଲାବ ଜାମୁନକୁ ପ୍ରସ୍ତୁତ କରିଦିଅନ୍ତୁ। ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ସିରାରେ ପକାଇବା ପରେ ଆପଣଙ୍କ ଟେଷ୍ଟି ସଫ୍ଟ ସଫ୍ଟ ଗୁଲାବ ଜାମୁନ ପ୍ରସ୍ତୁତ ହୋଇଯାଇଛି। ଆପଣ ଚାହିଁଲେ ଏହାକ ଘରକୁ ଆସିଥିବା ଅତିଥିଙ୍କୁ ମଧ୍ୟ ଗରମା ଗରମ ସର୍ଭ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.