ରୋଷଇ ଘରେ ଥିବା ଏହି ୪ଟି ଜିନିଷରୁ ବନାନ୍ତୁ ଏମିତି ଜାମ୍‌ କୁକିଜ୍‌

ଆବଶ୍ୟକ ସାମଗ୍ରୀ

  • ୨ କପ୍‌ ମଇଦା
  • ଏକ କପ୍‌ ଚିନି
  • ଘିଅ ଏକ ଚାମଚ
  • ବଟର ଜାମ୍‌ ଆବଶ୍ୟକ ଅନୁସାରେ

jammପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଏକ ପାତ୍ରରେ ମଇଦା ଏବଂ ଚିନି ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ।
  2. ଏବେ ଘିଅ ପକାଇ ଅଟା ଭଳି ଚକଟି ଦିଅନ୍ତୁ।
  3. ମିଡିୟମ ଆଞ୍ଚରେ କୌଣସି ଏକ ପାତ୍ରରେ ଜାଲି ଗିନା ବା ଜାଲି ଷ୍ଟାଣ୍ଡ ରଖନ୍ତୁ।
  4. ଏହାକୁ ଢ଼ାଙ୍କି ୧୦ ମିନିଟ୍‌ ପର୍ଯ୍ୟନ୍ତ ଗରମ ହେବାକୁ ଦିଅନ୍ତୁ।
  5. ଏକ ପ୍ଲେଟରେ ଘିଅ ଲଗାଇ ତାକୁ ଚିକ୍କଣ କରିଦିଅନ୍ତୁ।
  6. ଏବେ ହାତକୁ ଚିକ୍କଣ କରି ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ଏହାକୁ ଗୋଲା ଆକାର ଦିଅନ୍ତୁ।
  7. ଏହାପରେ ଏହାକୁ ହାତରେ ସାମାନ୍ୟ ଚେପଟା କରିଦିଅନ୍ତୁ।
  8. ଏହିଭଳି ଭାବେ ସବୁ ଗୋଲାକୁ ଚେପଟା କରି ରଖନ୍ତୁ।
  9. ଏହାପରେ ଏକ କୋନରେ ଜାମ ଭର୍ତ୍ତି କରି ଚେପଟା କରି ରଖିଥିବା କୁକିଜ ଭିତରେ ରଖନ୍ତୁ।
  10. ଏହିଭଳି ଭାବେ ସବୁ କୁକିଜକୁ ପ୍ରସ୍ତୁତ କରି ଘିଅ ଲଗାଇ ପ୍ଲେଟରେ ଅଳ୍ପ ଅଳ୍ପ ଦୂରତାରେ ରଖନ୍ତୁ।
  11. ୧୦ ମିନିଟ୍‌ ପରେ ପାତ୍ରର ଢ଼ାଙ୍କଣା ଖୋଲି କୁକିଜକୁ ଚେକ୍‌ କରନ୍ତୁ। କୁକିଜ୍‌ ଫୁଲିଯାଇଥିଲେ ଗ୍ୟାସ ବନ୍ଦ କରିଦିଅନ୍ତୁ।
  12. କୁକିଜ୍‌ ଏକ ପ୍ଲେଟରେ ବାହାର କରି ଏଥିରେ ଚିନି ବୁଣି ଦିଅନ୍ତୁ।
  13. ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଜାମ୍‌ କୁକିଜ୍‌।
  14. ଏହାକୁ ଆପଣ ଏୟାର ଟାଇଟ୍‌ କେଣ୍ଟନରରେ ରଖି ଅଧିକ ଦିନ ପର୍ଯ୍ୟନ୍ତ ରଖିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.