ଦଶହରାରେ ଘରେ ପ୍ରସ୍ତୁତ କରନ୍ତୁ କାଜୁ କଳସ, ଅତିଥିଙ୍କର କରନ୍ତୁ ମୁହଁ ମିଠା

ଆଜି ଦଶହରା । ଆମେ ଆପଣଙ୍କ ପାଇଁ ନବରାତ୍ରୀ ସ୍ପେଶାଲ ରେସିପି ନେଇ ଆସିଛୁ। ଯାହାକୁ ଆପଣ ଅତି ସହଜରେ ବହୁତ କମ୍‌ ସମୟରେ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଆଳୁ ଟମାଟୋର ଚଟପଟି ଡିସ୍‌।

ଆବଶ୍ୟକ ସାମଗ୍ରୀ

କାଜୁ – ୧ କିଲୋ
ଚିନି – ୧ କିଲୋ
ହାଇଡ୍ରୋ (ରଙ୍ଗ ପାଇଁ) – ୧ ଗ୍ରାମ୍‌
ପୂର ପାଇଁ
କେସରୀ ପେଠା – ୨୦୦ ଗ୍ରାମ୍‌
କଟା କାଜୁ – ୧୦୦ ଗ୍ରାମ୍‌
କେସର (ଭିଜା ହୋଇଥିବା) – କିଛି ବୁନ୍ଦା
କଟା ପିସ୍ତା – ୨୫ ଗ୍ରାମ୍‌
ଅଳେଇଚ ପାଉଡର – ୧୦ ଗ୍ରାମ୍‌
ଗାର୍ନିସ କରିବା ପାଇଁ
ଚାନ୍ଦିର ଓ୍ଵର୍କ
କଟା ପିସ୍ତା
କେସରରେ ପ୍ରସ୍ତୁତ ପାଣି

ପ୍ରସ୍ତୁତି ପ୍ରଣାଳୀ

କାଜୁ କଳସ ବନାଇବା ପାଇଁ ସର୍ବପ୍ରଥମେ କାଜୁକୁ ଦୁଇ ରୁ ତିନି ଘଣ୍ଟା ପାଇଁ ପାଣିରେ ଭିଜାଇ ରଖିଦିଅନ୍ତୁ। ଏହାପରେ ହାଇଡ୍ରୋ ବି ମିଶାଇ ଦିଅନ୍ତୁ। ଏହାପରେ ଏହାର ପାଣି ଫୋପାଡି ଦିଅନ୍ତୁ ଏବଂ ୫ ମିନିଟ୍‌ ପର୍ଯ୍ୟନ୍ତ ଧୋଇବା ପରେ ମିକ୍ସରରେ ପେଶି ପେଷ୍ଟ କରିଦିଅନ୍ତୁ। ଏବେ ଏହି ପେଷ୍ଟରେ ଚିନି ମିଶାଇ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏବେ ଏକ ଭାରି କଡେଇରେ ଏହି ମିଶ୍ରଣକୁ ବଳକା ରହିଯାଇଥିବା ହରଇଡ୍ରୋ ସହ ଫ୍ରାଏ କରନ୍ତୁ। ଯେତେବେଳେ ଏହା କଡାରୁ ଲାଗିବା ଛାଡି ଦେବ ତାହେଲେ କଡାରେ ଥଣ୍ଡା ହେବା ପାଇଁ ରଖିଦିଅନ୍ତୁ।

ଏହାପାଇଁ ନିଜ ହାତରେ ଘିଅ ଲଗାଇ ମିଶ୍ରଣକୁ ଚକଟି ଗୋଲା ବନାଇ ଦିଅନ୍ତୁ। ଏହାପରେ ଏହି ଚକଟାରୁ ଅଳ୍ପ ନେଇ କଳସ ସେପ୍‌ ଦିଅନ୍ତୁ। ଏହିପରି କଳସ ସେପ୍‌ ଦେଇ ପ୍ଲେଟରେ ରଖିଦିଅନ୍ତୁ। ଏହିପରି ଭାବେ କଳସ ବନାଇ ରଖିଦିଅନ୍ତୁ। ଏବେ ଏହା ଭିତରେ ସ୍ଟଫିଙ୍ଗ ଭର୍ତ୍ତି କରିଦିଅନ୍ତୁ। କଲସ ସଜାଇବା ପାଇଁ ଏହା ଉପରେ ସିଲଭର ଓ୍ଵର୍କ, ପିସ୍ତା ଏବଂ ବାଦାମ ମଧ୍ୟ ରଖନ୍ତୁ। ଏହାପରେ ଅରେଞ୍ଜ ଫୁଡ କଲରରେ ବିଲକୁଲ ଅଳ୍ପ ପାଣି ପକାଇ ଏହାକୁ ବ୍ରସ ସାହାଯ୍ୟରେ କଳସ ଉପରେ ଡିଜାଇନ କରିଦଅନ୍ତୁ। ଏବେ ଆପଣଙ୍କର କାଜୁ କଳସ ଏକଦମ୍‌ ରେଡି ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.