ଆଜି ଘରେ ଥରେ ଟ୍ରାଏ କରନ୍ତୁ କାଶ୍ମୀର କାଜୁ ପଲଉ, ବନାଇବା ପୁରା ସହଜ

ପଲଉ ଏକ ଏମିତି ଡିସ ଯାହା ବହୁତ କମ୍‌ ସମୟରେ ପ୍ରସ୍ତୁତ ହୋଇଯାଏ। ଏହାସହିତ ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ। ଆପଣ ତ ଅନେକ ପ୍ରକାର ପଲଉ ଖାଇଥିବେ କିନ୍ତୁ ଥରେ ଆପଣ କାଶ୍ମୀର କାଜୁ ପଲଉ ନିଶ୍ଚୟ ପ୍ରସ୍ତୁତ କରନ୍ତୁ। ଏହାର ସ୍ୱାଦ ଆପଣ ଚାହିଁଲେ ବି ଭୁଲିପାରିବେନାହିଁ। ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୧ କପ୍‌ ବାସୁମତି ଚାଉଳ
୭ ରୁ ୮ଟି କାଜୁ (ଭଜା ହୋଇଥିବା)
୭ ରୁ ୮ଟି ବାଦାମ୍‌ (ଭଜା ହୋଇଥିବା)
୩ଟି ଲବଙ୍ଗ
୧ ଇଞ୍ଚ୍‌ ଡାଲଚିନି
୨ ରୁ ୩ଟି ଗ୍ରୀନ ଅଳେଇଚ
ଗୋଟିଏ ତେଜପତ୍ର
୧/୪ ଚାମଚ ଲାଲ ଲଙ୍କା
୧ ଚାମଚ ଚିନି
୨-୪ଟି କେସର
ଲୁଣ ସ୍ୱାଦାନୁସାରେ
ଘିଅ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ବାସୁମତି ଚାଉଳକୁ ଭଲଭାବେ ଧୋଇ ପ୍ରାୟ ଅଥଘଣ୍ଟା ପାଇଁ ଭିଜାଇ ରଖିଦିଅନ୍ତୁ।
  2. ମିଡିୟମ୍‌ ଆଞ୍ଚରେ ଏକ ପ୍ୟାନରେ ଘିଅ ଗରମ କରି ତେଜପତ୍ର, ଲବଙ୍ଗ, ଡାଲଚିିନି, ଅଳେଇଚ, କାଜୁ ଏବଂ ବାଦାମ ପକାଇ ଭାଜି ଦିଅନ୍ତୁ।
  3. ଏଥିରେ ଲାଲ ଲଙ୍କା, ଚିନି, କେସର ଏବଂ ଲୁଣ ମିଶାଇ ଗୋଟେ ମିନିଟ ପର୍ଯ୍ୟନ୍ତ ଚଲାନ୍ତୁ।
  4. ଏହାପରେ ଭିଜାଇ ରଖିଥିବା ଚାଉଳକୁ ମସଲରେ ମିଶାଇ ୧ ରୁ ୨ ମିନିଟ ଯାଏଁ ଭାଜି ଦିଅନ୍ତୁ।
  5. ଏହାପରେ ଚାଉଳରେ ୨ କପ୍‌ ପାଣି ପକାଇ ପ୍ୟାନକୁ ୧୦ ରୁ ୧୨ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ।
  6. ଯେତେବେଳେ ଚାଉଳ ସିଝିଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ।
  7. ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର କାଶ୍ମୀର ପୁଲାଓ।
  8. ଏଥିରେ ଆପଣ ଧନିଆ ପତ୍ର ପକାଇ ଗାର୍ନିସ କରି ସର୍ଭ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.