ଲିଚୁକୋଳିରେ ବନାନ୍ତୁ ଫେସମାସ୍କ, ସ୍କିନ ବନିବ ଏକଦମ୍‌ ସଫ୍ଟ ଓ ଗ୍ଲୋଇଙ୍ଗ୍‌

ଗ୍ଲୋଇଙ୍ଗ୍‌ ତ୍ୱଚା ପାଇଁ ଲଗାନ୍ତୁ ଲିଚୁକୋଳି ଫେସମାସ୍କ

ଲିଚୁକୋଳି ବା ଲିଚି ଏକ ବହୁତ ରସିଳିଆ ଫଳ । ଯେଉଁଥିରେ ପାଣିର ପରିମାଣ ବହୁତ ଅଧିକ ରହିଛି । ସେହିପରି ଲିଚୁକୋଳିରେ ଆଣ୍ଟିଅକ୍ସିଡେଣ୍ଟସ, ଆଣ୍ଟି ଇମ୍ଫଲାମେଟରୀ ଏବଂ ଆଣ୍ଟି ମାଇାକ୍ରାବିୟଲ ଏବଂ ଆଣ୍ଟି ଭାଇରାଲ ଗୁଣ ମହଜୁଦ ରହିଥାଏ । ଏଥିପାଇଁ ଲିଚୁକୋଳି ଆପଣଙ୍କ ସ୍କିନ ପାଇଁ ମଧ୍ୟ ବହୁତ ଭଲ । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଲିଚୁକୋଳି ଫେସମାସ୍କ ବନାଇବାର ବିଧି ନେଇ ଆସିଛୁ । ଲିଚୁକୋଳି ଫେସ ମାସ୍କକୁ ଲଗାଇବା ଦ୍ୱାରା ଆପଣ ଗରମରେ ନିଜ ସ୍କିନକୁ ସବୁପ୍ରକାରର ଡ୍ୟାମେଜ ଠାରୁ ରକ୍ଷା କରିପାରିବ । ସେହିପରି ଲିଚୁକୋଳିରେ ଭିଟାମିନ ସି ର ମଧ୍ୟ ବହୁତ ଭଲ ମାତ୍ରା ରହିଛି ଯାହା ଆପଣଙ୍କ ଚେହେରାକୁ ଆକ୍ନି, ଫାଇନ ଲାଇନ୍ସ ଏବଂ ପିଗମେଣ୍ଟେସନ ସମସ୍ୟାରେ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଲିଚୁକୋଳି ଫେସ ମାସ୍କ କିପରି ପ୍ରସ୍ତୁତ କରିବେ ।

ପ୍ରଥମେ ଆସନ୍ତୁ ଜାଣିନେବା ଏଥିପାଇଁ କଣ ସବୁ ସାମଗ୍ରୀ ଦରକାର ପଡିଥାଏ । ଏହି ଫେସମାସ୍କକୁ ବନାଇବା ପାଇଁ ଗୋଟେ କଦଳୀ ଏବଂ ୩-୪ଟି ଲିଚୁକୋଳି ଦରକାର ।

ଏବେ ଆସନ୍ତୁ ଜାଣିବା ଏହି ମାସ୍କକୁ କିପରି ପ୍ରସ୍ତୁତ କରିବା । ଏଥିପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ । ଏହାପରେ ଏକ କଦଳର ଚୋପା ଛଡାଇ ଭଲଭାବେ ଚକଟି ଦିଅନ୍ତୁ ବା ମ୍ୟାସ୍‌ କରିଦିଅନ୍ତୁ । ଏହାପରେ ଆପଣ ଏଥିରେ ୩-୪ଟି ଲିଚୁକୋଳି ନେଇ କ୍ରସ୍‌ କରି ପକାନ୍ତୁ । ଏହି ଦୁଇଟି ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ । ଏବେ ଆପଣଙ୍କ ଫେସମାସ୍କ ପ୍ରସ୍ତୁତ ହୋଇଯାଇଛି । ଆପଣ ଏହାକୁ ନିଜ ତ୍ୱଚାରେ ଲଗାନ୍ତୁ ଦେଖିବେ ମାତ୍ର କେଇଟା ଦିନରେ ଏହାର ଫରକ ଜାଣିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.