କରୋନାର ଏହି ସମୟରେ ଅନେକ ସ୍ଥାନରେ ଲକଡାଉନ୍ ଚାଲିଛି। ଏମିତିରେ ଲୋକମାନଙ୍କର ମିଠା ଖାଇବାକୁ ମନ ହେଉଥିଲେ ବି ଇଚ୍ଛାକୁ ପୂରଣ କରିପାରୁନାହାଁନ୍ତି। ତେଣୁ ଆପଣଙ୍କର ଏହି ଇଚ୍ଛାକୁ ଆଜି ଆମେ ପୂରା କରିବାକୁ ଏକ ବହୁତ ବଢ଼ିଆ ରେସିପି ନେଇ ଆସିଛୁ। ଯାହା ସାହାଯ୍ୟରେ ଆପଣ ଘରେ ବସି ମିଠାର ମଜା ନେଇପାରିବେ। ଆମ୍ବର ଏହି ସିଜନରେ ବର୍ଫି ଆପଣଙ୍କୁ ବଢ଼ିଆ ସ୍ୱାଦ ଦେବ। ଯାହା ଆପଣଙ୍କ ପାଟିରୁ ପାଣି ଆଣିଦେବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
- ୨୫୦ ଗ୍ରାମ : ଖୁଆ
- ୧/୪ କପ୍ : ଚିନି
- ୧/୪ କପ୍ : ଆମ୍ବ
- ଅଳ୍ପ : କେସର
- ଅଳ୍ପ : ଅଳେଇଚ ପାଉଡର
- ଅଧା ଚାମଚ୍ : ପିସ୍ତା ବାଦାମ (କଟା ହୋଇଥିବା)
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ କଡେଇ ଗରମ କରି ଧୀମା ଆଞ୍ଚରେ ଖୁଆକୁ ଭଲଭାବେ ମେଲ୍ଟ ହେବା ପାଇଁ ଚଲାନ୍ତୁ।
ଚିନି ଏବଂ ଆମ୍ବକୁ ପକାଇ ଗାଢ଼ା ହେବା ପାଇଁ ଫ୍ରାଏ କରନ୍ତୁ।
ଏହାପରେ ଏଥିରେ ଅଳେଇଜ ପାଉଡର ମିଶାଇ ଚିକ୍କଣ କରିଥିବା ଏକ ଥାଳିକୁ ବାହାର କରିଦିଅନ୍ତୁ।
ଏହାପରେ ଏହାକୁ ହାତ କିମ୍ବା ଚାମଚରେ ଭଲଭାବେ ଚାପି ପିସ୍ତା-ବାଦାମରେ ସଜାଇ ବର୍ଫିକୁ ସେଟ୍ ହେବା ପାଇଁ ରଖନ୍ତୁ।
ଆପଣ ଏହାକୁ ନିଜ ମନ ପସନ୍ଦର ଆକାର ଦେଇ କାଟିକି ସର୍ଭ କରିପାରିବେ।