ଲାଇଫ୍ ଷ୍ଟାଇଲ୍

ଆଜି କିଛି ବନାନ୍ତୁ ନୂଆ, ଘରେ ତିଆରି କରନ୍ତୁ ମସୁର ଡାଲି କଟଲେଟ

ଯେତେବେଳେ ଟିଫିନ୍‌ କଥା ଆସେ ସେତେବେଳେ ଡାଏଟରେ ଥିବା ଲୋକ ଟିକେ ସମୟ ଅଟକି ଯାଆନ୍ତି, ଖାଇବେ ନା ଖାଇବେନି। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ‘ମସୁର ଡାଲି କଟଲେଟ’ ବନାଇବା ରେସିପି ନେଇ ଆସିଛୁ। ଯାହା ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏକଦମ୍‌ ଜବରଦସ୍ତ। ଡାଏଟରେ ରହୁଥିବା ଲୋକଙ୍କୁ ଏହା ବହୁତ ପସନ୍ଦ ଆସିବ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୧ କପ୍‌ ମସୁର ଡାଲି, ୨ ମିଡିୟମ ସାଇଜ୍‌ ପିଆଜ, ୧/୪ କପ୍‌ କଟା ଧନିଆ ପତ୍ର, ୧ ଟେବୁଲ ଚାମଚ ଅଦା-ରସୁଣ ପେଷ୍ଟ, ୨ଟି କଞ୍ଚା ଲଙ୍କା, ୧ ଚାମଚ ଜିରା, ୧/୪ ଚାମଚ ହେଙ୍ଗୁ, ଏକ ଟେବୁଲ ଚାମଚ ଲାଲ ଲଙ୍କା ପାଉଡର, ୧ ଟେବୁଲ ଚାମଚ ଗରମ ମସଲା,ଲୁଣ – ସ୍ୱାଦାନୁସାରେ।

ପ୍ରସ୍ତୁତି ପ୍ରଣାଳୀ

ମସୁର ଡାଲି କଟଲେଟ ପାଇଁ ପ୍ରଥମେ ଡାଲିକୁ ୧୫-୨୦ ମିନିଟ୍‌ ପାଇଁ ପାଣିରେ ଭିଜାଇ ଦିଅନ୍ତୁ। ଏହାପରେ ମିକ୍ସରରେ ପକାଇ ପେଷ୍ଟ ବନାଇ ଦିଅନ୍ତୁ। ଏବେ ପ୍ୟାନରେ ଦୁଇ ଚାମଚ ତେଲ ପକାଇ ଗରମ କରନ୍ତୁ। ଏବେ ଏଥିରେ ଜିରା ଏବଂ ହେଙ୍ଗୁ ପକାଇ ଦିଅନ୍ତୁ। ଏହାପରେ ପିଆଜ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଏହାପରେ ଏଥିରେ ମସୁର ଡାଲି ପେଷ୍ଟ ପକାଇ ଦିଅନ୍ତୁ। ଧୀମା ଆଞ୍ଚରେ ହାଲକା ଗୋଲାପୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହାଦ୍ୱାରା ଏଥିରେ ଥିବା ଏକ୍ସଟ୍ରା ପାଣି ମଧ୍ୟ ବାହାରି ଯାଇଥାଏ।

ଏବେ ଏଥିରେ ବଳକା ଥିବା ପିଆଜ, ଅଦା-ରସୁଣ ପେଷ୍ଟ, ଧନିଆ ପତ୍ର, ମସଲା ଏବଂ ଲୁଣ ପକାଇ ଦିଅନ୍ତୁ। ଏବେ ଏଥିରେ ଡାଲିର ମିଶ୍ରଣ ପକାନ୍ତୁ। ଏହାକୁ ବହୁତ ପତଳା କରନ୍ତୁ ନାହିଁ। ଫ୍ରିଜରେ ସେଟ୍‌ ହେବା ପାଇଁ ରଖିଦିଅନ୍ତୁ। ଭଲଭାବେ ସେଟ୍‌ ହେବା ପରେ ଏହାକୁ ସ୍କୋୟାର ସେପରେ କାଟି ଦିଅନ୍ତୁ। ଯେତେବେଳେ ବି ଖାଇବା ପାଇଁ ଇଚ୍ଛା ହେବ ସେତେବେଳେ ଏହାକୁ ଗରମ ତେଲରେ ପକାଇ ଫ୍ରାଏ କରିଦିଅନ୍ତୁ। ଏହା ସୁନେଲୀ ରଙ୍ଗର ହୋଇଗଲା ପରେ ଚଟଣୀ ସହିତ ମସୁର ଡାଲି କଟଲେଟ ଖାଇ ଦିଅନ୍ତୁ।

Pritiparna

Recent Posts

ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ, ଲାଗୁ ହେବ ଟ୍ରାଫିକ କଟକଣା

ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…

55 mins ago

ବାଲେଶ୍ବର ସହରରେ ୧୯ ତାରିଖ ମଧ୍ୟରାତ୍ରି ଯାଏ କର୍ଫ୍ୟୁ, ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…

1 hour ago

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କଲେ

ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

1 hour ago

ଅଟୋ ଓଲଟି ଡ୍ରାଇଭର ସମେତ ୫ ଆହାତ, ମେଡିକାଲରେ ଭର୍ତ୍ତି

ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…

3 hours ago

ଦିଲ୍ଲୀରୁ ୪ ଲକ୍ଷ ଟଙ୍କା ଓ ୭୦ ଲକ୍ଷର ହୀରା ସୁନା ଗହଣା ଚୋରି କରିଥିଲେ ସୋରରୁ ତିନି ଜଣଙ୍କୁ ବାନ୍ଧିଲା ପୋଲିସ

ସୋର(କେନ୍ୟୁଜ୍‌): ଦିଲ୍ଲୀରେ ଚଳାଇଥିଲେ ଲୁଟ୍‌ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…

3 hours ago

ଭିଜିଲାନ୍ସ ହାତରେ ଆରଆଇ, ଲାଞ୍ଚ ନେବା ଅଭିଯୋଗରେ ଗିରଫ

ସମ୍ବଲପୁର: ପୂର୍ବରୁ ଧରାପଡିଥିଲେ, ପୁଣି ଧରା ହେଲେ । ଲାଞ୍ଚ ନେବା ଅଭିଯୋଗରେ ନାକଟିଦେଉଳ ବ୍ଲକ ଡଇଁଚା ପଞ୍ଚାୟତର ଆରଆଇ…

4 hours ago