ସନ୍ଧ୍ୟା ଚା’କୁ ଟେଷ୍ଟି କରିବ ଆଳୁ ପନିର କବାବ, ନିଶ୍ଚିତ କରନ୍ତୁ ଟ୍ରାଏ

ଆପଣ ସନ୍ଧ୍ୟା ଚା’ରେ କିଛି ଚଟପଟା ଏବଂ ସ୍ୱାସ୍ଥ୍ୟକର ଖାଇବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବେ ଏହି ରେସିପି ଟ୍ରାଏ କରିପାରିବେ। ଏହା ଖୁବଶୀଘ୍ର ପ୍ରସ୍ତୁତ ହେଇପାରୁଥିବା ବେଳେ ଖାଇବାକୁ ମଧ୍ୟ ବେଶ୍ ସ୍ୱାଦିଷ୍ଟ ଲାଗିଥାଏ। ତେଣୁ ଘରେ କିଟି ପାର୍ଟି ଦେଉ କି ଜନ୍ମଦିନ ଆପଣ ଆଳୁ ପନିର କବାବ କରି ଖାଇବାକୁ ଦେଇପାରିବେ। ତେବେ କେମିତି କରିବେ ପ୍ରସ୍ତୁତ ଆସନ୍ତୁ ଜାଣିବା…
ଆବଶ୍ୟକ ସାମଗ୍ରୀ: ଆଳୁ, ପନିର, ପିଆଜ କଟା ହୋଇଥିବା, ଲୁଣ, ଚିଲ୍ଲି ଫ୍ଲେକ୍ସ, ଜୁଆଣି, ସେଜଓ୍ଵାନ ସସ୍, କର୍ନଫ୍ଲୋର।
ପ୍ରସ୍ତୁତି ପ୍ରଣାଳୀ :
ଆଳୁ ପନିର କବାବ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ପନିର, ସିଝା ଆଳୁ, କଟା ହୋଇଥିବା ପିଆଜ, ଲୁଣ, ଚିଲ୍ଲି ଫ୍ଲେକ୍ସ, ଜୁଆଣି ଏବଂ ସେଜଓ୍ଵାନ ସସ୍ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ରୁଟି ଭଳି ଗୋଳା ଅଲଗା ଅଲଗା କରିବା ପରେ ଗୋଲ ଗୋଲ ଟିକ୍କି ପରି କରିଦିଅନ୍ତୁ। ଏବେ କର୍ନ ଫ୍ଲୋର ପାଣି ପ୍ରସ୍ତୁତ କରି ଏହି କବାବ୍କୁ ବୁଡାଇ ତେଲରେ ଛାଣିଦିଅନ୍ତି। ଏବେ ସସ୍ ସହିତ ପରଷନ୍ତୁ ଆଳୁ ପନିର କବାବ୍।