ସନ୍ଧ୍ୟାରେ ଚା ସହିତ ନିଅନ୍ତୁ ଗରମାଗରମ କ୍ରିସପି ଏଗ୍‌ ଲଲିପପ୍‌ ମଜା, ଟେଷ୍ଟ ପୂରା ଜବରଦସ୍ତ

ଯଦି ଆପଣଙ୍କୁ ସନ୍ଧ୍ୟାରେ ଚା ସହିତ କିଛି ସ୍ନାକ୍ସ ଖାଇବାକୁ ପସନ୍ଦ, ତାହେଲେ ଆପଣ କ୍ରିସପି ଏଗ୍‌ ଲଲିପପ୍‌ ରେସିପି ବନାଇ ଏହାର ମଜା ନେଇପାରିବେ। ଏହାକୁ ବନାଇବା ବି ବହୁତ ସହଜ ଏବଂ ସବୁଠୁ ଖାସ୍‌ କଥା ହେଉଛି ଏହା ବହୁତ ଟେଷ୍ଟି ଏବଂ କ୍ରିସପି। ତାହେଲେ ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଏହି ରେସିପି।

ଆବଶ୍ୟକ ସାମଗ୍ରୀ

୬-୭ଟି ସିଝା ଅଣ୍ଡା
୧ କପ୍‌ ମଇଦା
୨ ଚାମଚ୍‌ କର୍ଣ୍ଣଫ୍ଲୋର
୧ ଚାମଚ୍‌ ଲାଲ ଲଙ୍କା ପାଉଡର
୧ ଚାମଚ୍‌ ଗୋଲ ମରୀଚ ପାଉଡର
୧ ଚାମଚ ହଳଦୀ ପାଉଡର
୧ ଚାମଚ୍‌ ଅଦା-ରସୁଣ ପେଷ୍ଟ
ପାଣି – ଆବଶ୍ୟକ ଅନୁସାରେ
୧ ଚାମଚ ରସୁଣ (ଛୋଟ କଟା ହୋଇଥିବା)
ସିମଲା ଲଙ୍କା (ଛୋଟ କଟା ହୋଇଥିବା)
୧ ଚାମଚ୍‌ ସୋୟା ସସ୍‌
୨ ଚାମଚ୍‌ ଚିଲ୍ଲୀ ସସ୍‌
୧ ଚାମଚ କଞ୍ଚା ଲଙ୍କା
ଧନିଆ ପତ୍ର ଗାର୍ନିସ ପାଇଁ

ଏଗ୍‌ ଲଲିପପ୍‌ ପ୍ରସ୍ତୁତି ପ୍ରଣାଳୀ

ଏଗ୍‌ ଲଲିପପ୍‌ ବନାଇବା ପାଇଁ ସର୍ବପ୍ରଥମେ ଏକ ବଡ ମିକ୍ସିଙ୍ଗ୍‌ ବାଉଲରେ ମଇଦା, କର୍ଣ୍ଣଫ୍ଲୋର, ଲାଲ ଲଙ୍କା ପାଉଡର, ହଳଦି ପାଉଡର ଏବଂ ସ୍ୱାଦାନୁସାରେ ଲୁଣ ପକାନ୍ତୁ। ଏହାପରେ ଏଥିରେ ଅଦା ରସୁଣ ପେଷ୍ଟ ସହିତ ପାଣି ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ଏବେ ଏକ ପତଳା ଘୋଳ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି। ଏବେ ସିଝା ଅଣ୍ଡାକୁ କାଟି ଫାଳ କରିଦିଅନ୍ତୁ। ଏହାକୁ ଘୋଳରେ ବୁଡାଇ କିଛି ସମୟ ପାଇଁ ଅଲଗା ରଖନ୍ତୁ। ଏକ କଡାରେ ତେଲ ଗରମ କରି ଫାଳି ଅଣ୍ଡାକୁ ପକାନ୍ତ ଏବଂ ୧୦ ରୁ ୧୨ ମିନିଟ ପର୍ଯ୍ୟନ୍ତ ତେଲରେ ଛାଣି ଏକ ଟିସ୍ୟୁ ପେପରରେ ବାହାର କରିଦିଅନ୍ତୁ।

ଏବେ ଅନ୍ୟ ଏକ ପ୍ୟାନ୍‌ ନିଅନ୍ତୁ। ସେଥିରେ ତେଲ ଗରମ କରି ସେଥିରେ କାଟି ରଖିଥିବା ଅଦା, ରସୁଣ ପକାଇ ଏକ ମିନିଟ୍‌ ପାଇଁ ଭାଜନ୍ତୁ। ଏହାପରେ ଏଥିରେ ପିଆଜ ଏବଂ ସିମଲା ଲଙ୍କା ପକାଇ କିଛି ମିନିଟ୍‌ ପାଇଁ ଭାଜନ୍ତୁ। ଏବେ ଏଥିରେ ସମସ୍ତ ସସକୁ ପକାଇ ଭଲଭାବ ମିଶାନ୍ତୁ। ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ଗରମାଗରମ ଏଗ୍‌ ଲଲିପପ୍‌। ଏଥିରେ ଆପଣ ଧନିଆ ପତ୍ର ପକାଇ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.