ନନଭେଜ୍‌ ପ୍ରେମୀ ଆଜି ବର୍ଷା ପାଗରେ ବନାନ୍ତୁ ମଟନ୍‌ ୬୫, ସ୍ୱାଦ ଏକଦମ୍‌ ଜବରଦସ୍ତ

ଆବଶ୍ୟକ ସାମଗ୍ରୀ

  • ୫୦୦ ଗ୍ରାମ୍‌ ବୋନଲେସ୍‌ ମଟନ୍‌
  • ୧ ଟେବୁଲ ଚାମଚ ଲଙ୍କା ପାଉଡର
  • ଏକ ଚାମଚ ହଳଦି ପାଉଡର
  • ଗୋଟିଏ ଚାମଚ ଗରମ ମସଲା ପାଉଡର
  • ୨ ଚାମଚ ଲେମ୍ବୁ ରସ
  • ୧ ଚାମଚ ଚାଉଳ ଗୁଣ୍ଡ
  • ୧ ଚାମଚ କର୍ଣ୍ଣଫ୍ଲୋର
  • ଗୋଟେ ଅଣ୍ଡା
  • ସ୍ୱାଦାନୁସାରେ ଲୁଣ
  • ତେଲ ଛାଣିବା ପାଇଁ
  • ଗରମ ମସଲା ପାଇଁ (୧/୨ ଜାଇଫଳ, ଡାଲଚିନି, ଚାଉଳ ରୋଷ୍ଟେଡ)

ପ୍ରସ୍ତୁତି ପ୍ରଣାଳୀ

ଗରମ ମସଲା, ଲଙ୍କା ପାଉଡର, ହଳଦି, ଅଦା ରସୁଣ ପେଷ୍ଟ, ଲେମ୍ବୁ ରସ ଏବଂ ଫେଣ୍ଟା ହୋଇଥିବା ଅଣ୍ଡା, ଚାଉଳ ଗୁଣ୍ଡ ଏବଂ କର୍ଣ୍ଣଫ୍ଲୋର ସହିତ ସମସ୍ତ ସାମଗ୍ରୀ ମିଶାନ୍ତୁ। ଏହି ମ୍ୟାରିନେସନ୍‌ ଆପଣଙ୍କୁ ବହୁତ ବଢ଼ିଆ ସ୍ୱାଦ ଦେବ। ମଟନ ଖଣ୍ଡକୁ ପକାଇ ମ୍ୟାରିନେସନ୍‌ କରନ୍ତୁ ଏବଂ ଏହାକୁ ପ୍ରାୟ ୩୦ ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏବେ ମଟନକୁ ଗରମ ତେଲରେ ଫ୍ରାଏ କରନ୍ତୁ। ଏହା ଭଲଭାବେ ଫ୍ରାଏ ହୋଇଗଲା ପରେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମଟନ୍‌ ୬୫। ଏବେ ଏହାକୁ କଞ୍ଚା ପିଆଜ ଏବଂ ଲେମ୍ବୁରେ ସଜାଇ ସର୍ଭ କରନ୍ତୁ।