ଗରମ ଦିନରେ ପ୍ରସ୍ତୁତ କରନ୍ତୁ ଥଣ୍ଡା ଥଣ୍ଡା ଅଳସୀ ରାଇତା, ଜାଣନ୍ତୁ କିପରି

ଅଳସୀରେ ପୋଟାସିୟମ, ଓମେଗା ୩, ଫାଇବର ଭରପୂର ମାତ୍ରାରେ ରହିଥାଏ। ପୋଟାସିୟମ ୟୁରିନରେ ଥିବା ଅତିରିକ୍ତ ସୋଡିୟମକୁ ବାହାର କରିବାରେ କିଡନୀର ସାହାଯ୍ୟ କରିଥାଏ। ୧୦୦ ଗ୍ରାମ ଅଳସୀରେ ୮୧୩ ମିଲିଗ୍ରାମ ପୋଟାସିୟମ ରହିଥାଏ। ରକ୍ତ ଧମନୀ କୋଷିକାକୁ ମଜବୁତ କରିଥାଏ ଫାଇବର। ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଏଥିରେ ଥିବା ଆଲଫା ଲିନୋଲେନିକ ଏସିଡ ଏବଂ ଲିଗନାନ ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲରେ ରଖିଥାଏ। ଯାହା ପାଚନ ତନ୍ତ୍ର ଏବଂ ଡାଇବେଟିଜ ଜିନତ ରୋଗ ଆଶଙ୍କା କମ୍‌ କରିଥାଏ।

ଅଳସୀ ରାଇତାକୁ ଆପଣ କିଛି ସମୟ ମଧ୍ୟରେ ଖାଇପାରିବେ। ଏହା ଶରୀରକୁ ଅନ୍ୟ ରୋଗ ସଂକ୍ରମିତ ହେବାକୁ ଦିଏନାହିଁ। ଯଦି ଆପଣ କେବେ ବି ଅଳସୀ ରାଇତା ଟ୍ରାଏ କରିନାହାନ୍ତି, ତେବେ ଆଜି ଜାଣନ୍ତୁ କିପରି ଏହାକୁ ପ୍ରସ୍ତୁତ କରିବେ।

ଆବଶ୍ୟକୀୟ ସାମଗ୍ରୀ : ଅଳସୀ ପାଉଡର, ହଦି, ଜିରା ପାଉଡର, ମହୁ, କଳା ଲୁଣ।

ପ୍ରସ୍ତୁତି ପ୍ରଣାଳୀ : ଅଳସୀ ରାଇତା କରିବା ପାଇଁ ପ୍ରଥମେ ଏକ ଜାଗାରେ ଦହିକୁ ଭଲଭାବେ ଫେଣ୍ଟି ଦିଅନ୍ତୁ। ଏହା ପରେ ଦହିରେ ଅଳସୀ ପାଉଡର ପକାଇ ଚାମଚ ସହାୟତାରେ ଭଲଭାବେ ମିଶାଇ ଦିଅନ୍ତୁ। ଆପଣ ଅଳସୀଙ୍କୁ ଗ୍ରାଇଣ୍ଡର ଅଳ୍ପ ଟିକେ ଖଣ୍ଡ ଖଣ୍ଡ ଗୁଣ୍ଡ କରିଦିଅନ୍ତୁ। ଏବେ ସେଥିରେ ଅଧ ଚାମଚ ଜିରା ପାଉଡର, ଦୁଇ ଚାମଚ ମହୁ, ଅଧା ଚାମଚ କଳା ଲୁଣ ଭଲଭାବେ ମିଶାଇ ଦିଅନ୍ତୁ।

Flaxseeds

ଏବେ ଏହାକୁ ନେଇ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ। ଏହା ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ଲାଗିବ। ପୋଷକ ତତ୍ୱରେ ଭରପୁର ଏହି ଅଳସୀ ରାଇତା ଏବେ ପ୍ରସ୍ତୁତ ହୋଇଗଲା। ପରଷିବା ବେଳେ ଏଥିରେ ଧନିଆ ପତ୍ର ଏବଂ ପୁଦିନା ପତ୍ର ପକାଇ ପରଷିବେ। ଏହାକୁ ଆପଣ ଲଞ୍ଚ କିମ୍ବା ଡିନର ଖାଇବା ସମୟରେ ରୁଟି, ପରଠା କିମ୍ବା ନାନ୍‌ ସହିତ ଖାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.