ଭାତ ଏବଂ ରୁଟିରେ ବହୁତ ବଢ଼ିଆ ଲାଗିବ ପିଆଜ ଆଚାର, ଥରେ ଟେଷ୍ଟ କରି ଦେଖନ୍ତୁ

ଏହି ଆଚାର ନା ଖାଇବା ପାଇଁ କେବଳ ଟେଷ୍ଟି ହୋଇଥାଏ ବରଂ ରୋଷେଇ ଘରେ ଥିବା ଜିନିଷରୁ ବଡ ସହଜରେ ପ୍ରସ୍ତୁତ ବି ହୋଇଯିବ। ତାହେଲେ ଆସନ୍ତୁ ଜାଣିବା ଏହି ଟେଷ୍ଟି ଆଚାରକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧ କିଲୋ – ଛୋଟ ପିଆଜ
  • ୧୦ ଚାମଚ ସୋରିଷ ପାଉଡର
  • ୩ ଚାମଚ ଲାଲ ଲଙ୍କା ପାଉଡର
  • ୨ ଚାମଚ ହଳଦି ପାଉଡର
  • ୨ଟି ଲେମ୍ବୁ ରସ
  • ୪ ଚାମଚ ଆମଚୁର ପାଉଡର
  • ୫-୬ ଚାମଚ ଲୁଣ
  • ୧ ୧/୨ କପ୍‌ ତେଲ
  • ୧ ଚାମଚ କଳା ଲୁଣ

ପ୍ରସ୍ତୁତି ପ୍ରଣାଳୀ

ପିଆଜ ଆଚାର ବନାଇବା ପାଇଁ ସର୍ବପ୍ରଥମେ ପିଆଜର ଚୋପା ଛଡାଇ ଚାରି ଭାଗରେ କାଟି ଦିଅନ୍ତୁ। ଏହି ପିଆଜରେ ଲୁଣ ଏବଂ ଲେମ୍ବୁ ରସ ପକାଇ ଭଲଭାବେ ଗୋଳାଇ ଦିଅନ୍ତୁ ଏବଂ ୪ ଘଣ୍ଟା ପାଇଁ ଅଲଗା ରଖିଦିଅନ୍ତୁ। ଏହାପରେ ଏକ ସଫା କାଚ ଜାର ନେଇ ସେଥିରେ ତେଲ, ଆମଚୁର ପାଉଡର, ଲାଲ ଲଙ୍କା ପାଉଡର, ପିଆଜ, ବାକି ମସଲା ଏବଂ ଲେମ୍ବୁ ରସ ଓ ବଳକା ଥିବା ତେଲ ପକାଇ ଲୁଣ ବି ପକାଇ ଦିଅନ୍ତୁ। ଏବେ ଜାରକୁ ବନ୍ଦ କରି ପ୍ରାୟ ୧୨ ଦିନ ପର୍ଯ୍ୟନ୍ତ ଅଲଗା ରଖିଦିଅନ୍ତୁ। ଯେତେବେଳେ ଲେମ୍ବୁ ରସ ଏବଂ ଲୁଣରେ ପିଆଜ ଏକଦମ୍‌ ମିଶିଯିବ ସେତେବେଳେ ଜାଣନ୍ତୁ ଯେ ଆପଣଙ୍କ ପିଆଜ ଆଚାର ସର୍ଭ କରିବା ପାଇଁ ଏକଦମ୍‌ ରେଡି।

 

Leave A Reply

Your email address will not be published.