ବାସ୍ନା ଏବଂ ସ୍ୱାଦରେ ମୁହଁରୁ ଆସିଯିବ ପାଣି, ଯଦି ଏପରି ବନାଇବେ ଅମୃତଭଣ୍ଡା ହାଲଓ୍ଵା

ଆବଶ୍ୟକ ସାମଗ୍ରୀ

  • କଞ୍ଚା ଅମୃତଭଣ୍ଡା – ୧
  • ଫୁଲକ୍ରୀମ୍‌ କ୍ଷୀର – ୨୫୦ ଗ୍ରାମ୍‌
  • ଦେଶି ଘିଅ – ୩ ଚାମଚ
  • ଗୁଡ – ୧ କପ୍‌
  • କାଜୁ – ୮-୧୦ଟି
  • ବାଦାମ – ୮ଟି
  • କିସମିସ୍‌ – ୧୦ଟି
  • ନଡିଆ କୋରା – ୧ ଚାମଚ
  • ଅଳେଇଚ ପାଉଡର – ୧/୪ ଚାମଚ

ପ୍ରସ୍ତତି ପ୍ରଣାଳୀ

ଅମୃତଭଣ୍ଡା ହାଲଓ୍ଵା ବନାଇବା ପାଇଁ ପ୍ରଥମେ କଞ୍ଚା ଅମୃତଭଣ୍ଡାର ଚୋପା ଛଡାଇ ଦିଅନ୍ତୁ। ଏହାପୋ ଅମୃତଭଣ୍ଡାରୁ ମଞ୍ଜି ବାହାର କରି ପୁଣି ଥରେ ଧୋଇ ଦିଅନ୍ତୁ। ଏବେ ଏହାକୁ କଦ୍ଦକୁସ୍‌ କରିଦିଅନ୍ତୁ। କାଜୁ ଏବଂ ବାଦାମକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଆପଣ ଚାହିଁବେ ତ କଞ୍ଚା ଅମୃତଭଣ୍ଡା ବଦଳରେ ପାଚିଲା ଅମୃତଭଣ୍ଡାର ମଧ୍ୟ ବ୍ୟବହାର କରିପାରିବେ। ଏବେ ଗ୍ୟାସ ଉପରେ ମଧ୍ୟମ ଆଞ୍ଚରେ ଏକ ପ୍ୟାନ୍‌ ବସାନ୍ତୁ। ଏଥିରେ ସାମାନ୍ୟ ଦେଶି ଘିଅ ପକାଇ ହାଲକା ଗରମ କରନ୍ତୁ। ଏବେ ଏଥିରେ କଦ୍ଦୁକସ୍‌ କରାଯାଇଥିବା ଅମୃତଭଣ୍ଡାକୁ ପକାଇ ଲଗାତର ଚଲାଇ ଭାଜନ୍ତୁ।

ଯେତେବେଳେ ଅମୃତଭଣ୍ଡା ଭଲଭାବେ ଭାଜି ହୋଇଯିବ ସେତେବେଳେ ଏଥିରେ କ୍ଷୀର ପକାନ୍ତୁ ଏବଂ ଅମୃତଭଣ୍ଡାକୁ କ୍ଷୀର ସହିତ ଗାଢ଼ା ହେବାକୁ ଛାଡନ୍ତୁ। ଅନ୍ୟପଟେ ଗ୍ୟାସକୁ ମିଡିୟମ ଆଞ୍ଚରେ ରଖନ୍ତୁ। ଏବେ ଆଉ ଏକ ଆଞ୍ଚ ଲଗାଇ ପାଣି ଗରମ କରି ଗୁଡ ପକାନ୍ତୁ। େଯେତେବେଳେ ଗୁଡ ଭଲଭାବେ ମେଳ୍ଟ ହୋଇଯିବ ଏବଂ ଗୁଡ ପାଣି ସହିତ ମିଳେଇଯିବ ସେତେବେଳେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ। ଆପଣ ଚାହିଁବେ ତ ଗୁଡ ଯାଗାରେ ଚିନିକୁ ବି ବ୍ୟବହାର କରିପାରିବେ।

ଯେତେବେଳେ ଅମୃତଭଣ୍ଡାରେ କ୍ଷୀର ଗାଢ଼ା ହୋଇଯିବ ସେତେବେଳେ ଏଥିରେ ମିଳାଇ ରଖିଥିବା ଗୁଡକୁ ପକାଇ ଦିଅନ୍ତୁ। ଏବେ ଏକାସାଥିରେ ଏହିସବୁକୁ ମିଶାନ୍ତୁ। ସବୁ ଜିନିଷ ମିଶିଗଲେ ଗ୍ୟାସର ଫ୍ଲେମକୁ ଲୋ କରି ଆଞ୍ଚରେ ଏକ ପ୍ୟାନ୍‌ ବସାନ୍ତୁ ଏବଂ ସେଥିରେ ଏକ ଚାମଚ ଦେଶି ଘିଅ ପକାଇ ଗରମ କରନ୍ତୁ।
ଯେତେବେଳେ ତେଲ ଗରମ ହୋଇଯିବ ସେତେବେଳେ ଏଥିରେ କାଜୁ, ବାଦାମ, କିସମିସ ଏବଂ ନଡିଆ କୋରା ପକାଇ ଦିଅନ୍ତୁ। ଯେତେବେଳେ ଡ୍ରାଏ ଫ୍ରୁଠ ଗୋଲଡେନ ବ୍ରାଉନ ହୋଇଯିବ ତାକୁ ନେଇ ଅମୃତଭଣ୍ଡା ହାଲଓ୍ଵାରେ ମିଶାନ୍ତୁ। ଏବେ ଆପଣଙ୍କ ଟେଷ୍ଟି ଅମୃତଭଣ୍ଡା ହାଲଓ୍ଵା ସର୍ଭ କରିବା ପାଇଁ ରେଡି ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.