ପଞ୍ଜାବୀ ଚଣା ମସଲା, ଟେଷ୍ଟି ସହିତ ବନାଇବା ମଧ୍ୟ ସହଜ

ଆପଣ ଚଣା ବା କଳାବୁଟକୁ ବିଭିନ୍ନ ପ୍ରକାରରେ ତିଆରି କରି ଖାଇଥିବେ। ସିଝାଇ, ତରକାରୀ ହେଉ କିମ୍ବା ଖଟା କରି ଖାଇଥିବେ ନିଶ୍ଚିତ। ସମାନ ଜିନିଷକୁ ବିଭିନ୍ନ ପ୍ରକାର ଷ୍ଟାଇଲରେ କରି ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ। ଠିକ୍‌ ସେମିତି ଆପଣ ବୁଟକୁ କରି ଖାଇପାରିବେ। ତେବେ ଆପଣ ଏହାକୁ ପଞ୍ଜାବୀ ଷ୍ଟାଇଲରେ କରି ଖାଇପାରିବେ। ତେବେ ଏହାକୁ ଘରେ କେମିତି କରିବେ ପ୍ରସ୍ତୁତ ଆସନ୍ତୁ ଜାଣିବା…

ଆବଶ୍ୟକୀୟ ସାମଗ୍ରୀ :

ବୁଟ, ଟମାଟର, ଅଦା, ଜିରା, କଞ୍ଚାଲଙ୍କା, ତେଜପତ୍ର, ହଳଦୀ ପାଉଡର, ଲଙ୍କା ପାଉଡର, ଧନିଆ ପାଉଡର, ଗୋଲମରିଚ ପାଉଡର, କଳାଲୁଣ, ଆମଚୁର ପାଉଡର, ଧନିଆପତ୍ର, ତେଲ, ଲୁଣ।

ପ୍ରସ୍ତୁତି ପ୍ରଣାଳୀ :

ପଞ୍ଜାବୀ ଚଣା ମସଲା ତିଆରି କରିବା ପାଇଁ ପ୍ରଥମେ ଚଣା ବା ବୁଟକୁ ଭଲ ଭାବେ ଧୋଇ ୮ରୁ ୧୦ ଘଣ୍ଟା ଭିଜାଇ ରଖନ୍ତୁ। ଏବେ କୁକରରେ ପାଣି ଅଧା ଚାମଚ ଲୁଣ ପକାଇ ସିଜାଇ ଦିଅନ୍ତୁ। ୮-୯ରୁ ହୁଇସିଲ ଆସିଲେ କାଢି ଦିଅନ୍ତୁ।

ଏବେ ଏକ କଢେଇ ନେଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ସେଥିରେ କିଛି ଜିରା, ତେଜପତ୍ର ଏବଂ ଅଦା ପକାଇ ଅଧ ମିନିଟ୍‌ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏହା ପରେ ପୂର୍ବରୁ ରଖିଥିବା ଟମାଟୋ ପେଷ୍ଟକୁ ପକାଇଦିଅନ୍ତୁ। ଏବେ ପରେ ସବୁ ମସଲା ପକାଇ ୫ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ ଭାଜନ୍ତୁ। ତା’ ପରେ ସେଥିରେ ଆମଚୁର ପାଉଡର, ଗୋଲମରିଚ ଗୁଣ୍ଡ ପକାଇ ମିଶାଇ ଦିଅନ୍ତୁ। ଏହାକୁ ୩ରୁ ୪ ମିନିଟ୍‌ ରଖିବା ପରେ ସେଥିରେ ଚଣାକୁ ପକାଇ ଦିଅନ୍ତୁ। ଏହା ପରେ ସ୍ୱାଦନୁସାରେ ଲୁଣ ପକାଇ କିଛି ସମୟ ପରେ ଅଳ୍ପ ପାଣି ଦିଅନ୍ତୁ। ଏହା ୩୦ ମିନିଟ୍‌ ପର୍ଯ୍ୟନ୍ତ ସିଝି ଗଲା ପରେ ଓହ୍ଲାଇ ଦିଅନ୍ତୁ। ତା’ ପରେ ପଞ୍ଜାବୀ ଚଣା ମସଲା ପକାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ପଞ୍ଜାବୀ ଚଣା ମସଲା। ଏବେ ସେଥିରେ ଧନିଆପତ୍ର ପକାଇ ଦିଅନ୍ତୁ। ଏହାକୁ ରୁଟି ସହିତ ଖାଇବାକୁ ବେଶ୍‌ ଭଲ ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.