ବ୍ରେକଫାଷ୍ଟରେ ବନାନ୍ତୁ ମହାରାଷ୍ଟ୍ର ପ୍ରସିଦ୍ଧ ପୁରନ ପୋଲି, ବନାଇବା ବହୁତ ସହଜ

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଏକ କପ୍‌ ଚଣା ଡାଲି
  • ୨ ବଡ ଚାମଚ ଘିଅ
  • ୧/୨ ଛୋଟ ଚାମଚ ପାନବମଧୁରୀ ପାଉଡର
  • ୧ କପ୍‌ ମଇଦା
  • ଆବଶ୍ୟକ ଅନୁସାରେ ଲୁଣ
  • ୧/୨ ଛୋଟ ଚାମଚ ରିଫାଇନ ତେଲ
  • ୧ କପ୍‌ ପେଶା ହୋଇଥିବା ଗୁଡ
  • ୧ ଛୋଟ ଚାମଚ ଜାଇଫଳ ପାଉଡର
  • ୧/୪ ଛୋଟ ଚାମଚ ହଳଦୀ
  • ୧/୪ କପ୍‌ ପାଣି

ପ୍ରସ୍ତୁତି ପ୍ରଣାଳୀ

ମଧ୍ୟମ ଆଞ୍ଚରେ ଏକ କଡା ରଖନ୍ତୁ ଏବଂ ସେଥିରେ ଘିଅ ପକାନ୍ତୁ। ଘିଅ ମିଳାଇବା ପରେ ଏଥିରେ ପେଶା ହୋଇଥିବା ଡାଲିକୁ ପକାଇ ଦିଅନ୍ତୁ। ୨-୩ ମିନିଟ୍‌ ପର୍ଯ୍ୟନ୍ତ ଭାଜିବା ପରେ ଏଥିରେ ଗୁଡ, ଅଦା ପାଉଡର, ଅଳେଇଚ ପାଉଡର, ପାନମଧୁରୀ ପାଉଡର ଏବଂ ଜାଇଫଳ ପାଉଡର ପକାନ୍ତୁ।

ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ ଏବଂ ଡାଲିକୁ ଆଉ ଦୁଇ ତିନି ମିନିଟ୍‌ ଅଧିକ ଆଞ୍ଚରେ ବସାନ୍ତୁ। ଥରେ ଡାଲି ସିଝିଗଲା ପରେ ଆଞ୍ଚ ବନ୍ଦ କରି ଥଣ୍ଡା କରି ଦିଅନ୍ତୁ। ଏହାପରେ ଡାଲିକୁ ସାମାନ୍ୟ ଦବାଇ ଦିଅନ୍ତୁ। ଅଟାକୁ ଚକଟିବା ପାଇଁ ମଇଦା, ହଳଦି ଏବଂ ଲୁଣ ମିଶାଇ ରିଫାଇନଡ ତେଲ ମିଶାନ୍ତୁ। ଏହାକୁ ଭଲଭାବେ ମିଶାଇ ଦିଅନ୍ତୁ ଏବଂ ଅଳ୍ପ ଅଳ୍ପ ପାଣି ପକାଇ ଅଟା ଭଳି ଚକଟିଦିଅନ୍ତୁ। ଏହାକୁ ୩ ଭାଗରେ ବାଣ୍ଟି ଅଲଗା ରଖିଦିଅନ୍ତୁ।

ଗୋଟେ ଭାଗ ନିଅନ୍ତୁ ଏବଂ ଏହାକୁ ମଝିରୁ ସାମାନ୍ୟ ଦବାଇ ଦିଅନ୍ତୁ। ଏବେ ଚଣା-ଗୁଡର ମିଶ୍ରଣ ନେଇ ଏହା ମଝିରେ ଭରି ଦିଅନ୍ତୁ। ତାପରେ ଏହାକୁ ବନ୍ଦ କରି ପୁଣି ମୋଡି ଦିଅନ୍ତୁ। ହାତକୁ ଅଳ୍ପ ଚିକ୍କଣ କରି ଏବଂ ହାତରେ ହିଁ ରୁଟି ବନନାଇ ଦିଅନ୍ତୁ। ଆପଣ ଏହାକୁ ବେଲଣା ବାଡି ସହାୟାତାରେ ବେଲି ବି ପାରିବେ। ମଧ୍ୟମ ଆଞ୍ଚରେ ଏକ ତାଓ୍ଵା ରଖନ୍ତୁ ଏବଂ ତାହା ଉପରେ ରୁଟି ରଖନ୍ତୁ। ୧/୨ ଚାମଚ ଘିଅ ପକାଇ ଉଭୟ ପାଖକୁ ଭଲଭାବେ ସେକି ଦିଅନ୍ତୁ। ଗରମାଗରମ ପରଷନ୍ତୁ, ଦେଖିବେ ଚା ଏବଂ କଫି ସହିତ ଏକଦମ୍‌ ମଜା ଆସିଯିବ।