ଲାଇଫ୍ ଷ୍ଟାଇଲ୍

ଆଜି ଡିନରରେ ବନାନ୍ତୁ କଞ୍ଚା ଅଣ୍ଡା ଟମାଟୋ ରସା, ଅଣ୍ଡାର ଏମିତି ୟୁନିକ ଟେଷ୍ଟ ପୂର୍ବରୁ କେବେ ବି ପାଇନଥିବେ

ଆବଶ୍ୟକୀୟ ସାମଗ୍ରୀ

  • କଞ୍ଚା ଅଣ୍ଡା
  • ଟମାଟୋ ବଟା
  • ପିଆଜ
  • କଞ୍ଚାଲଙ୍କା
  • ଧନିଆପତ୍ର
  • ଭୃଷଙ୍ଗପତ୍ର
  • ଗରମ ମସଲା
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଅଦା
  • ରସୁଣ
  • ଜିରା
  • କଞ୍ଚାଲଙ୍କା
  • ତେଲ
  • ସ୍ୱାଦ ଅନୁସାରେ ଲୁଣ

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନ ବସାଇ ସେଥିରେ ଅଳ୍ପ ତେଲ ଗରମ କରନ୍ତୁ । ତାପରେ ସେଥିରେ ଜିରା ଫୁଟାଇ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଟିକିଏ ଭାଜି ହୋଇଗଲା ପରେ ସେଥିରେ ଭୃସଙ୍ଗ ପତ୍ର ଧଣିଆ ପତ୍ର ପକାଇ ଦିଅନ୍ତୁ ତାପରେ ସେଥିରେ ଅଦା ରସୁଣ ଜିରା କଞ୍ଚାଲଙ୍କାକୁ ପେଷ୍ଟ କରି ପକାଇ ଦିଅନ୍ତୁ । ବର୍ତ୍ତମାନ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲଭାବେ କଷନ୍ତୁ । ତାପରେ ସେଥିରେ ଟମାଟୋ ପ୍ୟୁରିକୁ ଅଧା ପକାଇ ଦିଅନ୍ତୁ । ଧ୍ୟାନ ରଖିବେ ସମ୍ପୂର୍ଣ ପକାଇବେ ନାହିଁ ଅଳ୍ପ ଶେଷ ପାଇଁ ମଧ୍ୟ ରଖିବେ । ଏହା ଭଲଭାବେ କଷି ହୋଇଗଲା ପରେ ସେଥିରେ ପାଣିଦେଇ ଫୁଟିବା ପାଇଁ ଛାଡ଼ିଦିଅନ୍ତୁ । ଏହା ଭଲଭାବେ ଫୁଟି ଆସିବା ପରେ ସେଥିରେ କଞ୍ଚାଅଣ୍ଡାକୁ ଧୀରେ ଭାଙ୍ଗି ପକାନ୍ତୁ । ସେହିପରି ଭାବେ ସମସ୍ତ ଅଣ୍ଡାକୁ ଭାଙ୍ଗି ଧୀରେ ଧୀରେ ମସଲାରେ ପକାଇ ଦିଅନ୍ତୁ । ତାପରେ କାମ ଆଁଚରେ ଏହାକୁ 10 ମିନିଟ ସିଝାନ୍ତୁ । ଏହା ଭାଲାଭବେ ସିଝିଗଲା ପରେ ସେଥିରେ ବଳକା ଟମାଟୋ ପ୍ୟୁରି ଏବଂ ଧନିଆପତ୍ର ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଅଣ୍ଡା ଟମାଟୋ ରସା ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

28 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

36 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

51 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

57 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago