ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଷ୍ଟ ଭଳି କାଜୁ ମସାଲା

ଆପଣ ନିଶ୍ଚୟ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ଖାଇଥିବେ, କିନ୍ତୁ ଆପଣ କେବେ କାଜୁ ମସାଲା ଖାଇଛନ୍ତି କି ? ଯଦି ଖାଇ ନାହାନ୍ତି ତେବେ ଆଜି ଆସନ୍ତୁ ଜାଣିବା କାଜୁ ମସାଲା ରେସିପି ଯାହାକୁ ଆପଣ ଘରେ ମଧ୍ୟ କରିପାରିବେ। ଏଥିରେ ପ୍ରଚୁର ପ୍ରୋଟିନ୍ ଥାଏ ଏବଂ ସେଥିପାଇଁ ଏହା ବହୁତ ସ୍ୱାଦିଷ୍ଟ ହୋଇଥାଏ । ଏହାକୁ ପୁରି, ରୁଟି କିମ୍ବା ପରଟା ଇତ୍ୟାଦି ସହିତ କାଜୁ ମସାଲା ମଧ୍ୟ ଖାଇପାରିବେ। ତେବେ ଆସନ୍ତୁ ଜାଣିବା କାଜୁ ମସାଲା କିପରି ପ୍ରସ୍ତୁତ ହୋଇଥାଏ ।

ଆବଶ୍ୟକୀୟ ସାମଗ୍ରୀ : କାଜୁ, ପିଆଜ, ଟମାଟୋ, ତେଲ, ଜିରା, ଡାଳଚିନ, ଛୋଟ ଖଣ୍ଡ ଲବଙ୍ଗ, ଛୋଟ ଗୁଜୁରାତି, ଅଦା, ରସୁଣ, ଧନିଆ ପାଉଡର, ଲାଲ ଲଙ୍କା ପାଉଡର, ଚାମଚ ହଳଦୀ ପାଉଡର, ଗରମ ମସଲା, ଚାମଚ କସ୍ତୁରୀ ମେଥି, ଲୁଣ ସ୍ୱାଦ ଅନୁସାରେ, ଧନିଆ ପାଉଡର, କ୍ରିମି ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ଗ୍ୟାସ ଉପରେ ଏକ ପ୍ୟାନ ବସାଇ ଅଳ୍ପ ଘିଅ କିମ୍ବା ତେଲ ପକାନ୍ତୁ । ଏଥିରେ କାଜୁ ପକାନ୍ତୁ ଏହା ଟିକେ ଲାଲ ହୋଇଗଲା ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ସେହି ଗରମ ପ୍ୟାନରେ ୫୦ ଗ୍ରାମ ତେଲ ପକାଇ ସେଥିରେ ଜିରା, ଡାଲଚିନି ଓ ଲବଙ୍ଗ ଆଦି ପକାଇ ସେଥିରେ କଟା ଯାଇଥିବା ପିଆଜକୁ ପକାଇ କିଛି ସମୟ ଏହାକୁ ଭାଜନ୍ତୁ । ଏହା ପରେ ସେଥିରେ କଟା ଯାଇଥିବା ଅଦା ଓ ରସୁଣ ପକାଇ ଭାଜନ୍ତୁ । ଟମାଟୋ ଓ ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ । ଏହା ଭଲ ଭାବରେ ଫ୍ରାଏ ହୋଇଗଲା ପରେ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ପରେ ଏହାକୁ ଅଳ୍ପ ପାଣି ଦେଇକି ଗ୍ରାଇଣ୍ଡିଂ କରିଦିଅନ୍ତୁ । ସେଥିରେ ୮ ରୁ ୧୦ ଟି ଭଜାଯାଇଥିବା କାଜୁ ମିଶାଇ ଭଲ ଭାବେ ଗ୍ରାଇଣ୍ଡିଂ କରନ୍ତୁ ।

ଏହା ପରେ ଗ୍ୟାସ ଲଗାଇ ପ୍ୟାନରେ ତେଲ ପକାନ୍ତୁ ସେଥିରେ ଲଙ୍କା ଗୁଣ୍ଡ ,ହଳଦୀ ପାଉଡର ଓ ଧନିଆ ପାଉଡର ପକାନ୍ତୁ ଓ ସେଥିରେ ପୂର୍ବରୁ ଗ୍ରାଇଣ୍ଡିଙ୍ଗ ହୋଇଥିବା ପେଷ୍ଟକୁ ପକାଇ ଦିଅନ୍ତୁ। ଏହି ପେଷ୍ଟକୁ ଭଲ ଭାବରେ ୨ ମିନଟ ଯାଏ ଭାଜନ୍ତୁ ଏହା ଟିକେ ହୋଇଗଲା ପରେ ସେଥିରେ କସ୍ତୁରୀ ମେଥି ,ଗରମ ମସଲା ,ଲୁଣ ଓ ବଟର ପକାଇ ଦିଅନ୍ତୁ । ଶେଷରେ ସେଥିରେ କଟା ଧନିଆ ପତ୍ର ପକାଇ ଦିଅନ୍ତୁ । ଏବେ ଏହା ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇଗଲା । ଏହାକୁ ରୁଟି ,ପୁରୀ କିମ୍ବା ପରଟାରେ ମଧ୍ୟ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.