ବର୍ଷା ଦିନରେ ତିଆରି କରନ୍ତୁ ଚଟ୍ ପଟା ଚାଉଳ ପକୋଡା, ଶରୀର ପାଇଁ ଲାଭଦାୟକ

ବର୍ଷା ଦିନେ ଖୁବ୍ ଇଚ୍ଛା ହୁଏ ଚଟ୍ ପଟା ଜିନିଷ ଖାଇବା ପାଇଁ। ତେଣୁ ଅନେକ ଲୋକ ଫାଷ୍ଟ ଫୁଡ୍ ଖାଇବାକୁ ପସନ୍ଦ ମଧ୍ୟ କରନ୍ତି। କିନ୍ତୁ ଏହା ସ୍ବାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇ ଥାଏ। ହେଲେ ଆପଣ ନିଜ ଘରେ ବର୍ଷା ଦିନରେ ଖୁବ୍ କମ୍ ସମୟ ମଧ୍ୟରେ ତିଆରି କରିପାରିବେ ରାଇସ ପକୋଡା। ଚାଉଳ ପାକୋଡା ଅବଶିଷ୍ଟ ଚାଉଳ ବା ଭାତରେ ତିଆରି ହୋଇଥାଏ। ଏହା ପାଟିକୁ ଖୁବ୍ ସ୍ଵାଦିଷ୍ଟ ଲାଗେ। ଏହାର ପ୍ରସ୍ତୁତି ପ୍ରଣାଳୀ ଖୁବ୍ ସହଜ ମଧ୍ୟ।ଚାଉଳ ପକୋଡା ରେସିପି ପାଇଁ ଆପଣ ବ୍ରାଉନ୍ ରାଇସ୍ ମଧ୍ୟ ବ୍ୟବହାର କରିପାରିବେ। ଏହା ଛଡ଼ା ସବୁ ପ୍ରକାର ଚାଉଳ ଯେମିତିକି ବାସୁମତି ଚାଉଳ, ଭଙ୍ଗା ଅରୁଆ ଚାଉଳ ଇତ୍ୟାଦି ବ୍ୟବହାର କରି ପାରିବେ।

ରାଇସ ପକୋଡା ରେସିପି ପାଇଁ ଆବଶ୍ୟକୀୟ ଜିନିଷ:

ଭାତ, କଞ୍ଚା ଲଙ୍କା, ଲୁଣ, ସ୍ଵିଟ କର୍ନ
ଅଦା, ପିଆଜ, ଧନିଆ କିମ୍ୱା ଭୃସଙ୍ଗ ପତ୍ର, ବେସନ।

ପ୍ରସ୍ତୁତି ପ୍ରଣାଳୀ:
୧. ଏକ ପାତ୍ରରେ 1/4 କପ୍ ଭାତ ନେଇ ସେଥିରେ ଅଳ୍ପ ପାଣି ମିଶାନ୍ତୁ। ଏହାକୁ ୧୦ ମିନିଟ୍ ପାଇଁ ପର୍ଯ୍ୟନ୍ତ ଛାଡିଦିଅନ୍ତୁ।

୨. ରଖା ଯାଇଥିବା ଭାତକୁ ଗ୍ରାଇଣ୍ଡରରେ ପେଶି ଦିଅନ୍ତୁ। ଏଥିରେ ଆପଣ ଅଳ୍ପ ମାତ୍ରାରେ ବେସନ ମିଶାନ୍ତୁ। ଏହାପରେ କଟା ଯାଇଥିବା ଅଦା, ପିଆଜ, ଲଙ୍କା, ମିଠା ମକା, ଧନିଆ ପତ୍ର,ଜିରା ଓ ଆବଶ୍ୟକ ଅନୁଯାୟୀ ଲୁଣ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ।

୩. ପ୍ୟାନରେ ତେଲ ଗରମ ହେବା ପରେ ଏହାକୁ ଭଲ ଭାବେ ବରା ପରି କରି ଛାଣନ୍ତୁ। ଏହା ଅଳ୍ପ ନାଲି ରଙ୍ଗର ହେବା ପରେ ଏହାକୁ କାଢି ଦିଅନ୍ତୁ।

୪. ଯେକୌଣସି ଚଟଣୀ କିମ୍ୱା ସସ୍ ସହିତ ଆପଣ ଏହି ଚାଉଲ ପକୋଡ଼ା ଖାଇ ପାରିବେ। ଏହା ଶରୀର ପାଇଁ ମଧ୍ୟ ଖୁବ୍ ଭଲ ଓ ଏହାକୁ ଆପଣ ବର୍ଷା ଦିନେ ଘରେ କରି ଖାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.