ବ୍ରେକଫାଷ୍ଟରେ ବନାନ୍ତୁ ଟେଷ୍ଟି ସାଗୁଦାନା ଦୋସା, ଖାଇବାରେ ଏକଦମ୍‌ ମଜା ଆସିଯିବ

ଆବଶ୍ୟକ ସାମଗ୍ରୀ

  • ୧ କପ୍‌ ସାଗୁ ଦାନା
  • ୨ ବଡ ଚାମଚ ଦହି
  • ୧/୨ କପ୍‌ ଚାଉଳ
  • ଲୁଣ ଆବଶ୍ୟକ ଅନୁସାରେ

ପ୍ରସ୍ତୁତି ପ୍ରଣାଳୀ

ସାଗୁଦାନାକୁ ୪ ଘଣ୍ଟା ପାଇଁ ଭିଜାଇ ଦିଅନ୍ତୁ ଏବଂ ଚାଉଳକୁ ପ୍ରାୟ ୩୦ ମିନିଟ୍‌ ପାଇଁ ଭିଜାଇ ରଖନ୍ତୁ। ଏକ ବ୍ଲେଣ୍ଡରରେ ଭିଜାଇ ରଖିଥିବା ସାଗୁଦାନା, ଚାଉଳ, ଦହି ଏବଂ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଗାଢ଼ା ବେଷ୍ଟ ବନାଇ ଦିଅନ୍ତୁ। ଅଳ୍ପ ପାଣି ପକାନ୍ତୁ ଏବଂ ସ୍ଥିରତାକୁ ବାଲାନ୍ସ କରିବା ପାଇଁ ପୁଣି ଥରେ ବ୍ଲେଣ୍ଡ କରିଦିଅନ୍ତୁ। ଏହି ଘୋଳକୁ ବାହାର କରି ଏକଦମ୍‌ ପତଳା ଘୋଳ ବନାଇ ଦିଅନ୍ତୁ। ସ୍ୱାଦାନୁୁସାରେ ଲୁଣ ପକାନ୍ତୁ ଏବଂ ଭଲଭାବେ ଫେଣ୍ଟନ୍ତୁ। ମାଧ୍ୟମ ଆଞ୍ଚରେ ଏକ ତାଓ୍ଵା ଗରମ କରନ୍ତୁ। ଏବେ ଏକ ନନଷ୍ଟିକ ତାଓ୍ଵା ଉପରେ ତେଲ ଲଗାଇ ଚାମଚରେ ଘୋଳ ପକାଇ ତାଓ୍ଵାରେ ବୁଲାଇ ଦିଅନ୍ତୁ। ଗୋଲାକାର ବୁଲାଇ ଏକଦମ୍‌ ଦୋସା ଭଳି ବନାନ୍ତୁ। ଏହାକୁ ସେତେ ପର୍ଯ୍ୟନ୍ତ ତାଓ୍ଵା ଉପରେ ରଖନ୍ତୁ ଯେତେ ପର୍ଯ୍ୟନ୍ତ ଏହା ସୁନେଲୀ ଏବଂ କ୍ରିସପି ନହୋଇଛି। ଏବେ ଆପଣଙ୍କର ସାଗୁଦାନା ଦୋସା ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.