କେବଳ ଗୁଡ ଆଉ ଅଟାରେ ପ୍ରସ୍ତୁତ କରନ୍ତୁ ଏହି ଟେଷ୍ଟି ମିଠା, ନୂଆବର୍ଷରେ ଭରିଯିବ ମଧୁରତା

ଯଦି ଆପଣ ମିଠା ଖାଇବା ସୌକିନ ଏବଂ ନିଜ ଡାଏଟରେ ମିଠାର ଏକ ହେଲ୍ଦି ଅପ୍ସନ ପସନ୍ଦ କରିବାକୁ ଚାହୁଁଛନ୍ତି, ତାହେଲେ ଟ୍ରାଏ କରିପାରିବେ ଗୁଡ ମଠରୀ। ଏହି ରେସିପିକୁ ଆପଣ ସନ୍ଧ୍ୟାର ଟିଫିନ୍‌ ସହ ବି ଖାଇପାରିବେ। ସବୁଠୁ ଖାସ କଥା ହେଉଛି ଗୁଡ ଏବଂ ଅଟାରେ ଏହି ମିଠାକୁ ଆପଣ ପ୍ରସ୍ତୁତ କରିବେ। ତେବେ ଆଉ ବିଳମ୍ବ ନ କରି ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଅଟା – ୧ କପ୍‌
ଗୁଡ – ଆବଶ୍ୟକ ଅନୁସାରେ
ଘିଅ – ୩-୪ ଚାମଚ୍‌
ଲୁଣ – ୧ ଚିମୁଟାଏ
ଘିଅ ଫ୍ରାଏ କରିବା ପାଇଁ
ପାନମଧୁରୀ – ୧/୨ ଚାମଚ୍‌
ନଡିଆ କୋରା – ୭ରୁ୮ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

ଗୁଡ ମଠରୀ ବନାଇବା ପାଇଁ ସର୍ବପ୍ରଥମେ ଗୁଡକୁ ପାଣିରେ ମିଶାଇ ଗ୍ୟାସରେ ବସାନ୍ତୁ। ଏହା ମିଳାଇ ଗଲା ପରେ ୨-୩ ମିନିଟ୍‌ ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଟା ନେଇ ସେଥିରେ ପାନମଧୁରୀ, ଡାଲଚିନି ପାଉଡର, ଲୁଣ ଏବଂ ଘିଅ ପକାଇ ଭଲଭାବେ ମିକ୍ସ କରିନିଅନ୍ତୁ। ଏହାପରେ ଏଥିରେ ମିଳାଇ ରଖିଥିବା ଗୁଡକୁ ଅଟା ସହ ମିଶାଇ ଭଲଭାବେ ଚକଟିବାକୁ ପଡିବ। ଅଟାକୁ ୧୦-୧୫ ମିନିଟ୍‌ ପାଇଁ ସେଟ୍‌ ହେବା ପାଇଁ ଛାଡି ଦିଅନ୍ତୁ।
ଏହାପରେ ଅଟାରେ ନଡିଆ କୋରା ମିଶାଇ ଭଲଭାବେ ମିକ୍ସ କରିନିଅନ୍ତୁ। ଏବେ ଅଟାର ଗୋଲା ବନାନ୍ତୁ ଏବଂ ଏହାକୁ ନିଜ ପସନ୍ଦର ଆକାର ଦେଇ ଏକ ପ୍ଲେଟରେ ବାହାର କରି ରଖନ୍ତୁ। ଏବେ ଗ୍ୟାସରେ ଏକ କଡା ବସାନ୍ତୁ ଏବଂ ସେଥିରେ ଘିଅ ପକାନ୍ତ। ଘିଅ ଯେତେବେଳେ ଭଲଭାବେ ଗରମ ହୋଇଯିବ ସେତେବେଳେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଟାର ମଠରୀକୁ ମିଶାଇ ଦିଅନ୍ତୁ। ଏହା ଗୋଲଡେନ୍‌ ବ୍ରାଉନ କଲର ଆସିବା ପର୍ଯ୍ୟନ୍ତ ଭଲଭାବେ ଫ୍ରାଏ କରନ୍ତୁ। ଏହାକୁ ଏକ ପ୍ଲେଟକୁ ବାହାର କରି ରଖିଦିଅନ୍ତୁ। ଆପଣଙ୍କ ଟେଷ୍ଟି ଗୁଡ ମଠରୀ ଏବେ ପ୍ରସ୍ତୁତ ହୋଇଯାଇଛି।

Leave A Reply

Your email address will not be published.