ବିନା ଓଭନ ଏବଂ ବିନା ଅଣ୍ଡାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଚକୋଲେଟ ବ୍ରାଉନୀ, ଖ୍ରୀଷ୍ଟମାସକୁ କରନ୍ତୁ ଜବରଦସ୍ତ ସେଲିବ୍ରେଟ

ଖ୍ରୀଷ୍ଟମାସ ଦିନ ବିଭିନ୍ନ ପ୍ରକାରର ଏବଂ ବିଭିନ୍ନ ସ୍ୱାଦର କେକ୍‌ ତିଆରି କରାଯାଏ। ଖ୍ରୀଷ୍ଟମାସ ସେଲିବ୍ରେସନରେ ଭିନ୍ନ ଭିନ୍ନ ଚକୋଲେଟ, କେକ ଏବଂ ବ୍ରାଉନୀ ରଖାଯାଏ। ଯାହାକୁ କିଛିି ଲୋକ ବଜାରରୁ କିଣି ଆଣିଥାନ୍ତି ସେହିପରି ଆଉ କିଛି ଲୋକ ଏହାକୁ ଘରେ ବନାଇ ଥାନ୍ତି। ଯଦି ଆପଣ ଚାହୁଁଛନ୍ତି ଏହାକୁ ଘରେ ବନାଇବେ ତାହେଲେ ଆସନ୍ତୁ ଜାଣିବା କେମିତି ବନାଇବେ ବ୍ରାଉନୀ। ଯାହାକୁ ବନାଇ ଖ୍ରୀଷ୍ଟମାସ ଅବସରରେ ଆପଣ ବ୍ରାଉନୀ ସହ ସେଲିବ୍ରେଟ୍‌ କରିପାରିବେ।

ଆବଶ୍ୟକ ସାମଗ୍ରୀ

ମଇଦା – ୩/୪ କପ୍‌
କୋକୋ ପାଉଡର – ୧/୩ କପ୍‌
ଲୁଣ – ୧/୪ ଛୋଟ ଚାମଚ୍‌
ବେକିଙ୍ଗ ପାଉଡର – ଦୁଇ ଛୋଟ ଚାମଚ୍‌
ଡାର୍କ କମ୍ପାଉଣ୍ଡ ଚକୋଲେଟ – ୧ କପ୍‌
ବଟର – ୩/୪ କପ୍‌
ଭାନିଲା ଆସେନ୍ସ- ଏକ ଛୋଟ ଚାମଚ
ଚିନି – ୩/୪ କପ୍‌

ପ୍ରସ୍ତୁତି ପ୍ରଣାଳୀ

  • ଏହାକୁ ବନାଇବା ପାଇଁ ସର୍ବପ୍ରଥମେ କୁକର କିମ୍ବା କଡାରେ ୧ କିଲୋ ଲୁଣ ପକାନ୍ତୁ। ଏହାପରେ ଏକ ଷ୍ଟାଣ୍ଡ ରଖନ୍ତୁ ଯାହାର ବ୍ୟବହାର ବେକିଙ୍ଗ ଟ୍ରେକୁ ରଖିବା ପାଇଁ କରାଯିବ। ଏହି ଲୁଣକୁ ଆପଣ ଫୋପାଡିବେ ନାହିଁ କାହିଁକିନା ଏହାକୁ ପୁର୍ନବାର ବ୍ୟବହାର କରିପାରିବେ।
  • ଏକ ବେକିଙ୍ଗ ଟ୍ରେ ନିଅନ୍ତୁ, ତାଉପରେ ବଟର ପେପରରେ ଲାଇନ୍‌ କରନ୍ତୁ ଏବଂ ଗୋଟେ ସାଇଡ କରି ରଖିଦିଅନ୍ତୁ।
  • ଏବେ ବ୍ରାଉନୀ ବନାଇବା ପାଇଁ ଏକ ପାତ୍ରରେ ମଇଦା, କୋକୋ ପାଉଡର, ଲୁଣ ଏବଂ ବେକିଙ୍ଗ ପାଉଡର ପକାଇ ଏକା ସାଥିରେ ମିକ୍ସ କରିଦିଅନ୍ତୁ।
  • ଏବେ ଏକ ଡବଲ ବୟଲର ସେଟ୍‌ କରନ୍ତୁ। ଚେକୋଲେଟ ଏବଂ ବଟର ପକାଇ ସମ୍ପୂର୍ଣ୍ଣ ଭାବେ ମିଶାଇ ଦିଅନ୍ତୁ।
  • ଏହାବ୍ୟତୀତ ମେଲ୍ଟ କରିଥିଯବା ଚକୋଲେଟରେ ଦହି, ଭାନିଲା ଆସେନ୍ସ ଏବଂ ଚିନି ମିଶାନ୍ତୁ। ଏହାକୁ ଭଲଭାବେ ସେତେ ପର୍ଯ୍ୟନତ ଫେଣ୍ଟନ୍ତୁ ଯେତେ ପର୍ଯ୍ୟନ୍ତ ଚିନି ସମ୍ପୂର୍ଣ୍ଣ ଭାବେ ନମିଳାଇଛି।
  • ଏହି ଲିକ୍ୱିଡକୁ ଅଟାର ସୁଖିଲା ମିଶ୍ରଣରେ ପକାନ୍ତୁ, ଭଲଭାବେ ସେତେ ପର୍ଯ୍ୟନ୍ତ ମିଶାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ମିକ୍ସ ନ ହୋଇଛି। ମିଶ୍ରଣକୁ ବଟର ପେପର ଲଗାଇଥିବା ଟ୍ରେରେ ରଖନ୍ତୁ ଏବଂ ଟ୍ରେକୁ ୪ ରୁ ୫ ଥର ବାଡେଇ
  • ଦିଅନ୍ତୁ। ଯେପରି ମିଶ୍ରଣ ଭଲଭାବେ ସେଟ ହୋଇଯିବ।
  • ଏବେ ଯେଉଁ ପାତ୍ରରେ ଲୁଣ ରଖିଥିଲେ ତା ଉପରେ ବକିଙ୍ଗ ଟ୍ରେ ରଖନ୍ତୁ,ତାକୁ ଅତିକମରେ ୪୫ ରୁ ୫୦ ମିନିଟ ଗରମ କରନ୍ତୁ।
  • ଚେକ କରନ୍ତୁ ବ୍ରାଉନୀ ବେକ ହୋଇଛି ନା ନାହିଁ। ଏହାକୁ ଚେକ କରିବା ପାଇଁ ଆପଣ ଟୁଥପିକର ବି ସାହାରା ନେଇପାରିବେ।
  • ଦେଖିବେ ଯଦି ଟୁଥପିକରେ ଲାଗୁନାହିଁ ତାହେଲେ ଜାଣନ୍ତୁ ଯେ ବ୍ରାଉନୀ ଏକଦମ୍‌ ରେଡି ହୋଇଯାଇଛି।
  • ଖ୍ରୀଷ୍ଟମାସ ଅବସରରେ ଆପଣ ବ୍ରାଉନୀ ସହ ସେଲିବ୍ରେଟ୍‌ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.