ଆଜି ଘରେ ବନାନ୍ତୁ ଫିସ୍‌ କବାବ, ଜାଣନ୍ତୁ କେମିତି

ଆପଣ ହୋଟେଲ ହେଉ କିମ୍ବା ରେଷ୍ଟୁରାଣ୍ଟ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର କବାବ୍‌ ନିଶ୍ଚିତ ଭାବେ ଖାଇଥିବେ। ଚିକେନ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର। କିନ୍ତୁ ଘରେ କେବେ ଆପଣ ଫିସ୍‌ କବାବ ପ୍ରସ୍ତୁତ କରି ଖାଇଛନ୍ତି କି ? ଯଦି ଏପରି କରିନାହାନ୍ତି, ତେବେ ଆଜି ଜାଣିନିଅନ୍ତୁ କେମିତି କରିବେ ଘରେ ଫିସ୍‌ କବାବ…

ଆବଶ୍ୟକୀୟ ସାମଗ୍ରୀ: ମାଛ(ପେଟ ପିସ୍‌ ଭଳି ସାଇଜରେ କଟା ହୋଇଥିବା), ଅଦା ଓ ରସୁଣ ପେଷ୍ଟ, ଦହି, ଗରମ ମସଲା, ଧନିଆପତ୍ର, ଲୁଣ, ଗୋଲମରିଚ ପାଉଡର, ତେଲ, ଅଳ୍ପ ଟିକେ ଲେମ୍ବୁ ରସ୍‌।

କେମିତି କରିବେ ପ୍ରସ୍ତୁତ: ଫିସ୍‌ କବାବ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଦହି, ଅଦା ରସୁଣ ପେଷ୍ଟ, ଲୁଣ, ଗୋଲମରିଚ ଏବଂ ଧନିଆ, ଅଳ୍ପ ଟିକେ ଲେମ୍ବୁ ରସ୍‌ପକାଇ ଦିଅନ୍ତୁ। ଏବେ ଏଥିରେ ମାଛକୁ ପକାଇ ଭଲ ଭାବେ ଗୋଳାଇ ୧ ଘଣ୍ଟା ପାଇଁ ରଖିଦିଅନ୍ତୁ। ୧ ଘଣ୍ଟା ଏହାକୁ ରଖିବା ପରେ ଗ୍ରିଲ୍‌ ପ୍ୟାନ ଗରମ ହେବା ପରେ ତେଲ ଲଗାଇ ମାରିନେଟ ହୋଇଥିବା ମାଛକୁ ଗ୍ରିଲ ହେବା ପାଇଁ ରଖିଦିଅନ୍ତୁ। ମାଛକୁ ଭଲଭାବେ ଦୁଇକଡରୁ ଗ୍ରିଲ କରନ୍ତୁ। ଏବେ ଆପଣଙ୍କର ଗ୍ରିଲ୍‌ ଫିସ୍‌ କବାବ ପ୍ରସ୍ତୁତ ହୋଇଗଲା। ଏହାକୁ ପାଣି ପ୍ଲେଟକୁ କାଢି ଟମାଟୋ ସସ୍‌ ସହିତ ଖାଇପାରିବେ।