ଆଜି ସ୍ୱାଧୀନତା ଦିବସରେ ବନାନ୍ତୁ ସ୍ପେଶାଲ ତ୍ରିରଙ୍ଗା କେକ୍‌, ଦିନକୁ କରନ୍ତୁ ବହୁତ ଖାସ୍‌

ଆବଶ୍ୟକ ସାମଗ୍ରୀ

  • ମଇଦା – ୧ ୧/୪ କପ୍
  • ବେକିଙ୍ଗ ସୋଡା – ୧/୪ ଛୋଟ ଚାମଚ୍‌
  • ବେକିଙ୍ଗ ପାଉଡର – ୧/୪ ଛୋଟ ଚାମଚ୍‌
  • ଅରେଞ୍ଚ ଫୁଡ କଲର – ୬ ରୁ ୮ ବୁନ୍ଦା
  • ସବୁଜ ରଙ୍ଗ – ୬ ରୁ ୮ ବୁନ୍ଦା
  • ଭାନିଲା ଆସେନ୍ସ – ୭ ବୁନ୍ଦା
  • ଲହୁଣୀ – ୧/୪ କପ୍‌
  • ଦହି – ୧/୨ କପ୍‌
  • ମହୁ – ୩/୪ କପ୍‌

ପ୍ରସ୍ତୁତି ପ୍ରଣାଳୀ

  • କେକ୍‌ ବନାଇବା ପାଇଁ ଏକ ଗିନା ବା ପାତ୍ରରେ ମଇଦା, ବେକିଙ୍ଗ ପାଉଡର ଏବଂ ବେକିଙ୍ଗ ସୋଡା ପକାନ୍ତୁ।
  • ଆଉ ଏକ ପାତ୍ରରେ ଚିନି ଏବଂ କ୍ଷୀର ମିଶାନ୍ତୁ। ଏହାପରେ ଦହି ଏବଂ ଲହୁଣୀ ପକାଇ ଭଲଭାବେ ମିଶାଇ ଦିଅନ୍ତୁ।
  • ଏବେ ସମସ୍ତ ଲିକ୍ୱିଡ ଜିନିଷକୁ ମିଶାଇ ସୁଖିଲା ଜିନିଷରେ ମିଶାନ୍ତୁ। ଏହାପରେ ଏଥିରେ ଭାନିଲା ଆସେନ୍ସ ପକାନ୍ତୁ।
  • ଏବେ ଏହି ଘୋଳ ବା ବ୍ୟାଟରକୁ ତିନି ଭାଗରେ ବାଣ୍ଟି ଦିଅନ୍ତୁ।
  • ଗୋଟିଏ ଭାଗରେ ଅରେଞ୍ଜ ଫୁଡ କଲର ମିଶାନ୍ତୁ, ଆଉ ଗୋଟେ ଭାଗରେ ସବୁଜ ରଙ୍ଗ ମିଶାନ୍ତୁ ଏବଂ ତୃତୀୟ ଭାଗକୁ ସେମିତି ଧଳା ରଖନ୍ତୁ।
  • ଏବେ ଏକ ବେକିଙ୍ଗ ଟିନକୁ ଗ୍ରୀସ୍‌ କରିନିଅନ୍ତୁ ଏବଂ ଏହାପରେ ଘୋଳକୁ କେକ୍‌ ଟିନରେ ଢ଼ାଳନ୍ତୁ। ପ୍ରଥମେ ସବୁଜ, ତାପରେ ଧଳା ଏବଂ ତାପରେ ଅରେଞ୍ଜ୍‌ ଘୋଳ ରଖନ୍ତୁ।
  • ଏବେ ଏହି କେକ୍‌ ଟିନକୁ ପ୍ରଥମେ ଗରମ ଓଭନରେ ୧୮୦ ଡିଗ୍ରୀ ସେଣ୍ଟିମେଣ୍ଟରେ ୨୦ ରୁ ୩୦ ମିନିଟ୍‌ ପାଇଁ ବେକ୍‌ କରନ୍ତୁ।
  • ନିର୍ଦ୍ଧିଷ୍ଟ ସମୟ ପରେ ଟୁଥପିକରେ ଚେକ କରନ୍ତୁ।
  • ଟୁଥପିକରେ ଯଦି ନ ଲାଗିବ ତାହେଲେ ଜାଣିବେ ଯେ କେକ୍‌ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.