ଆଜି ଘରେ ବନାନ୍ତୁ ଟମାଟର ସାଲସା ଡିପ୍, ଚିପ୍ସ ସହିତ ନିଅନ୍ତୁ ମଜା

ଆପଣ ବିଭିନ୍ନ ପ୍ରକାରର ସସ୍ ନିଶ୍ଚିତ ଖାଇଥିବେ । ପିଜା ହେଉ ଅବା ମୋମୋ, ନଚେତ ଫାଷ୍ଟଫୁଟରେ ଆପଣ ସସ୍ର ବ୍ୟବହାର ହେଉଥିବା ଦେଖିଥିବେ। ଏହା ଖାଇବାକୁ ସ୍ୱାଦିଷ୍ଟ। କିନ୍ତୁ ବଜାରରେ ଏଗୁଡୁକୁ ଅପ୍ରାକୃତିକ ଉପାୟରେ ପ୍ରସ୍ତୁତ କରି ଫାଷ୍ଟଫୁଡ ଦୋକାନୀ ବିକୁଛନ୍ତି। ଫଳରେ ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡୁଛି । ହେଲେ ଆପଣ କେବେ ଟମାଟର ସାଲସା ଡିପ୍ ଖାଇଛନ୍ତି କି ? ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ। ମାତ୍ର କେଇ ମିନିଟରେ ଏହା ପ୍ରସ୍ତୁତ ହୋଇଯାଏ । ଟମାଟର, ପିଆଜ, ହବର୍ସ, ମସଲାକୁ ମିଶାଇ ପ୍ରସ୍ତୁତ କରିବେ ଆଉ ନାଚୋସ ଏବଂ ଟୋର୍ଟେଲା ସହିତ ଖାଇପାରିବେ । ଏଥିପାଇଁ ବେଶି କିଛି ସମାଗ୍ରୀ ଉପରେ ମଧ୍ୟ ନିର୍ଭର ହେବାକୁ ପଡେ ନାହିଁ ।
ଆବଶ୍ୟକୀୟ ସାମଗ୍ରୀ : ଟମାଟର, ପିଆଜ, କଞ୍ଚାଲଙ୍କା, ରସୁଣ, ଜିରା ପାଉଡର, ଚିନି(ବିକଳ୍ପ), ଲୁଣ(ସ୍ୱାଦ ଅନୁସାରେ), ଲେମ୍ବୁ ରସ ।
ପ୍ରସ୍ତୁତି ପ୍ରଣାଳୀ : ଟମାଟରକୁ ଏବେ କାଟିଦିଅନ୍ତୁ । ଏଥିରୁ ମଞ୍ଜି ଏବଂ ରସ ବାହାର କରିଦିଅନ୍ତୁ ।ଏବେ ସେଥିରେ ଧନିଆପତ୍ର କାଟିବା ପରେ ରସୁଣ ପିଆଜକୁ କାଟି ଗ୍ରାଇଣ୍ଡରେ ଭରନ୍ତୁ। ତା’ ପରେ ସେଥିରେ କଞ୍ଚାଲଙ୍କା, ଜିରା ପାଉଡର, ଚିନି, ଲୁଣ ଏବଂ ଲେମ୍ବୁ ରସ ପକାଇ ଦିଅନ୍ତୁ । ଏବେ ଏହାକୁ ହାଲକା ଭାବେ ଖଦଖଦଡିଆ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଟମାଟର ସାଲସା ଡିପ୍ ।
ଏହାକୁ ଏକ ପାତ୍ରରେ କାଢି ଅତିକମରେ ୩୦ ମିନିଟ୍ ପର୍ଯ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ। ଏହାକୁ ଆପଣ ନାଚୋସ, ଚିପ୍ସ, କର୍ଣ୍ଣ ଚିପ୍ସ ସହିତ ଖାଇପାରିବେ ।