ସନ୍ଧ୍ୟାରେ ଚା ସହିତ ସର୍ଭ କରନ୍ତୁ ଭେଜ୍‌ କବାବ ରୋଲ ପରଟା, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆବଶ୍ୟକ ସାମଗ୍ରୀ

  • ଦୁଇ କପ୍‌ ସୋୟାବିନ୍‌ ନଟେଟ୍ସ
  • ଚାରି ପିସ୍‌ ବ୍ରେଡ ସ୍ଲାଇସର ଚୂରା
  • ଦୁଇ ଛୋଟ ଚାମଚ ଭିନେଗାର
  • ଦୁଇ ଛୋଟ ଚାମଚ ରସୁଣ ପେଷ୍ଟ
  • ଅଧା ଚାମଚ ଗୋଲ ମରୀଚ ପାଉଡର
  • ଲାଲ ଲଙ୍କା ପାଉଡର (ଆବଶ୍ୟକ ଅନୁସାରେ)
  • ଲୁଣ (ସ୍ୱାଦାନୁସାରେ)
  • ଦୁଇଟି ପିଆଜ (ଛୋଟ କଟା ହୋଇଥିବା)
  • କଞ୍ଚା ଲଙ୍କା (ଛୋଟ କଟା ହୋଇଥିବା)
  • ଦୁଇ କପ୍‌ ଗହମ ଅଟା
  • ତେଲ (ଆବଶ୍ୟକ ଅନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ଭେଜ୍‌ କବାବ୍‌ ରୋଲ୍‌ ପରଟା ବନାଇବା ପାଇଁ ସର୍ବପ୍ରଥମେ ସୋୟାବିନକୁ ପାଣିରେ ଭିଜାଇ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏହାପରେ ଭିଜାଇ ରଖିଥିବା ସୋୟାବିନକୁ ଚିପୁଡି ଭଲଭାବେ ଏକ ପାତ୍ରରେ ରଖନ୍ତୁ। ଏଥିରେ ରସୁଣ ପେଷ୍ଟ, ଲାଲ ଲଙ୍କା ପାଉଡର, ଗୋଲ ମରୀଚ ପାଉଡର, ଲୁଣ, କଞ୍ଚା ଲଙ୍କା, ଭିନେଗାରକୁ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣରୁ ଛୋଟ ଛୋଟ ଗୋଲା ବନାଇ ଏହାକୁ ଗୋଟେ ଘଣ୍ଟା ପାଇଁ ଫ୍ରିଜରେ ରଖିଦିଅନ୍ତୁ।
ଏହାପରେ ଗ୍ୟାସରେ ଏକ କଡେଇ ରଖି ତେଲ ଗରମ କରି କବାବକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ। ଏବେ ଏକ ବାଉଲରେ ଅଟା, ଲୁଣ ଏବଂ ଦୁଇ ଛୋଟ ଚାମଚ ତେଲ ପକାଇ ଭଲଭାବେ ମିକ୍ସ କରି ପାଣିରେ ଅଟାକୁ ଭଲଭାବେ ଚକଟି ଅଟାକୁ ୩୦ ମିନିଟ୍‌ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ। ଏବେ ଏହି ଅଟା ଚକଟାରୁ କିଛି କିଛି ନେଇ ରୋଟି ବେଲିବା ପରେ ତାଓ୍ଵା ଗରମ କରି ରୁଟିକୁ ଦୁଇ ସାଇଡରୁ ଭଲଭାବେ ସେକି ଦିଅନ୍ତୁ। ଯେତେବେଳେ ପରଟା ସେକି ହୋଇଯିବ ସେତେବେଳେ ତାଉପରେ କବାବ ମିଶ୍ରଣକୁ ରଖି ରୋଲ ବନାଇ ଦିଅନ୍ତୁ। ଏହାପରେ ଏଥିରେ ଧନିଆପତ୍ର ଚଟଣୀ ଏବଂ ପିଆଜ ପକାଇ ଗରମା ଗରମ ସର୍ଭ କରନ୍ତୁ।

Leave A Reply

Your email address will not be published.