ପନିର କିମ୍ବା କୋବିରେ ଗ୍ରୀନ ମଟର ପକାଇ ତରକାରୀ ନିଶ୍ଚିତ ଖାଇଥିବେ, ହାଲଓ୍ଵା କେବେ ଟ୍ରାଏ କରିଛନ୍ତି କି ?

ଶୀତଦିନରେ ବଜାରରେ ଗ୍ରୀନ ମଟର ଅନ୍ୟ ଦିନ ଅପେକ୍ଷା ଅଧିକ ମିଳିଥାଏ। ଏହା ଖାଇବା ଦ୍ୱାରା ଶରୀରକୁ ପୌଷ୍ଟିକ ତତ୍ତ୍ୱ ଭରପୂର ଭାବେ ମିଳିଥାଏ। ମଟରକୁ ଆମେ କୋବି ତରକାରୀ, ପନିର ଇତ୍ୟାଦିରେ ପକାଇ ତରକାରୀ କରିଥାଉ। ମାତ୍ର ୧୫ ମିନିଟରେ ଏହାକୁ ଆପଣ ପ୍ରସ୍ତୁତ କରିପାରିବେ। ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ଏହାକୁ ବନାଇ ଖାଇପାରିବେ । କିନ୍ତୁ କେବେ ମଟରରେ ପ୍ରସ୍ତୁତ ହାଲଓ୍ଵା କରି ଖାଇଛନ୍ତି କି ? ଜାଣନ୍ତ କେମିତି ପ୍ରସ୍ତୁତ କରିବେ ….

ଆବଶ୍ୟକୀୟ ସାମଗ୍ରୀ : ଗ୍ରୀନ ମଟର, ଘିଅ, କ୍ଷୀର, ଚିନି, କିସମିସ୍‌, ବାଦାମ, ନଡିଆ ପାଉଡର, କାଜୁ, ମାଓ୍ଵା, ଗୁଜରାତି ଗୁଣ୍ଡ।

ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ମଟରକୁ ଚୋପା ଛଡାଇ ଭଲଭାବେ ଧୋଇଦିଅନ୍ତୁ। ଏବେ ଏହାକୁ ଗ୍ରାଇଣ୍ଡରରେ ଅଳ୍ପ କ୍ଷୀର ପକାଇ ଖଦଖଦଡିଆ ଗ୍ରାଇଣ୍ଡିଂ କରିଦିଅନ୍ତୁ । ଏବେ ଗ୍ୟାସ୍‌ ଅନ୍‌ କରି କଢାଇ ବସାଇ ସେଥିରେ ଘିଅ ପକାନ୍ତୁ । ଏବେ ଘିଅ ଗରମ ହେଲେ ସେଥିରେ ମଟର ପକାଇ ୫ ରୁ ୭ ମିନିଟ୍‌ ଘାଣ୍ଟନ୍ତୁ।

ଏବେ ସେଥିରେ ଏକ ଚାମ ଘିଅ ପକାଇ ପାଣି ଶୁଖିବା ପର୍ଯ୍ୟନ୍ତ ୮ରୁ ୧୦ ମିନିଟ୍‌ ଭାଜନ୍ତୁ। ଏବେ ସେଥିରେ ଚିନି ପକାଇ ବଳକା ଥିବା କ୍ଷୀରକୁ ସେଥିରେ ପକାଇ ୪ରୁ ୫ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ଏବେ ସେଥିରେ କିସମିସ୍‌, କାଜୁ, ବାଦାମ, ନଡିଆ ପକାଇ ଘାଣ୍ଟନ୍ତୁ।

ପରେ ସେଥିରେ ଖୁଆ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ତା’ପରେ ସେଥିରେ ଗୁଜରାତି ପାଉଡର ଭଲ ଭାବେ ମିଶାଇ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଟର ହାଲଓ୍ଵା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.