ଖରାଦିନର ଟ୍ୟାନିଂ ସମସ୍ୟାରୁ ମିଳିବ ମୁକ୍ତି, ଲୁଣ ଓ କ୍ଷୀରରେ କରନ୍ତୁ ଏହି ଉପାୟ

ଗରମଦିନ ଆରମ୍ଭ ହୋଇଗଲାଣି। ଖରାରେ ପଦାକୁ ବାହାରିବା ମୁସ୍କିଲ ହୋଇପଡିଲାଣି। ଖରାଦିନରେ ସବୁଠାରୁ ବଡ ସମସ୍ୟା ହୋଇ ଥାଏ ଟ୍ୟାନିଂ । ପ୍ରବଳ ଖରାରେ ବାହାରକୁ ଯିବା ଶରୀରରେ ଜଳୀୟ ଅଂଶର ଅଭାବ ନୁହେଁ ବରଂ ଟ୍ୟାନିଂ ସମସ୍ୟା ମଧ୍ୟ ଆଣିଦିଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦାମୀ କ୍ରିମ ନୁହେଁ ବରଂ ରୋଷେଇ ଘରେ ଥିବା ଜିନିଷକୁ ବ୍ୟବହାର କରିପାରିବେ। ରୋଷେଇ ଘରେ ଥିବା ସାମାନ୍ୟ ଜିନିଷ ଲୁଣ ଏବଂ ଫ୍ରିଜରେ ଥିବା କ୍ଷୀର ଦ୍ୱାରା ସହଜରେ ଟ୍ୟାନିଂ ଦୂର କରିପାରିବେ।

ତେବେ କେମିତି ଲୁଣ ଓ କ୍ଷୀର ବ୍ୟବହାର କରିବା ଦ୍ୱାରା ଏପରି ସମସ୍ୟାରୁ ମୁକ୍ତି ମିଳିବ ତାହା ଜାଣିବା ନିତାନ୍ତ ଜରୁରୀ।

– ପ୍ରଥମେ ଏକ ପାତ୍ରରେ ଥଣ୍ଡା କ୍ଷୀର ରଖି ସେଥିରେ ଏକ ଚାମଚ ଲୁଣ ମିଶାନ୍ତୁ। ଲୁଣ ଭଲଭାବେ ମିଶିଯିବା ପରେ ଏହାକୁ ଟ୍ୟାନିଂ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ହାଲୁକା ଭାବେ ୫ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏହା ପରେ ଭଲଭାବେ ଧୋଇଦିଅନ୍ତୁ। ଏମିତି କରିବା ଦ୍ୱାରା ଟାନିଂ ସମସ୍ୟା ଦୂର ହୋଇଥାଏ। କ୍ଷୀର ଓ ଲୁଣର ବ୍ୟବହାର କେବଳ ବ୍ରଣ ସମସ୍ୟା ନୁହେଁ ଟ୍ୟାନିଂ ସମସ୍ୟାରୁ ମୁକ୍ତି ଦେଇଥାଏ।

– ବ୍ରଣ ଦୂର କରିବା ପାଇଁ ଏହି ଉପାୟ ବହୁତ କାମରେ ଆସିପାରେ। ତେବେ ଆପଣ ଏକ ପାତ୍ରରେ କ୍ଷୀର ଓ ଲୁଣ ନେଇ ରାଶି ତେଲ ଏବଂ ସୋରିଷ ତେଲ ମିଶାଇ ଦିଅନ୍ତୁ। ଏହାକୁ ଭଲଭାବେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ଏହି ମିଶ୍ରଣ ଶୁଖିଯିବା ପରେ ସାଧା ପାଣିରେ ଧୋଇଦିଅନ୍ତୁ। ଏମିତି କରିବା ଦ୍ୱାରା ସ୍କିନ୍‌ କୋମଳ ହୋଇଯିବ।

milk
photo credit: beauty and health tips

– ଲୁଣ ଏବଂ ମହୁ ବ୍ୟବହାର ଦ୍ୱାରା ମଧ୍ୟ ଟ୍ୟାନିଂ ସମସ୍ୟା ଦୂର ହୋଇପାରିବ। ଏପରି ସ୍ଥଳେ ଆପଣ ମହୁ ଏବଂ ଲୁଣକୁ ଭଲଭାବେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ। ଏହାକୁ ହାଲକା ହାତରେ ମସାଜ କରନ୍ତୁ। ଏପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା ଟ୍ୟାନିଂ ସମସ୍ୟା ଦୂର ହୋଇଥାଏ ଏବଂ ତ୍ୱଚା ମଧ୍ୟ ନମନୀୟ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.