କଣ ଅଧିକ ଦିନ କଫି ପାଉଡରକୁ ଷ୍ଟୋର କରି ରଖିପାରୁନାହାଁନ୍ତି, ତାହେଲେ ଏହି ଟିପ୍ସକୁ ଥରେ ପଢ଼ିଦିଅନ୍ତୁ

କଫି ସବୁ ଭାରତୀୟଙ୍କ ଘରେ ମିଳିଥାଏ। ଅନେକ ଘରେ କଫି ପିଉଥିବା ଲୋକ ବହୁତ କମ୍‌ ଥାଆନ୍ତି କିନ୍ତୁ ଅତିଥି ମାନଙ୍କ ପାଇଁ ଘରେ କଫି ରହିଥାଏ। କିନ୍ତୁ ବେଳେବେଳେ ବହୁତ ଥର ଏହି ଅସୁବିଧା ହୋଇଥାଏ ଯେ, କଫି ଅଧିକ ଦିନ ରହିଲେ ତାହା ଜମି ଯାଉଛି। ଏମିତି ସମସ୍ୟା ସବୁ ଋତୁରେ ହୋଇଥାଏ, କିନ୍ତୁ ବର୍ଷା ଋତୁରେ ଏହାର ଧ୍ୟାନ ଟିକେ ଅଧିକ ରଖିବାକୁ ପଡିଥାଏ। ତେବେ ଆସନ୍ତୁ ଜାଣିବା କଫି ପାଉଡରକୁ ଷ୍ଟୋର କରିବାର ସହଜ ଉପାୟ।

ଟିପ୍ସ ୧

କଫି ବୋତଲକୁ ଫ୍ରିଜରେ ରଖନ୍ତୁ। ଏହାଦ୍ୱାରା କଫି ପାଉଡର ଜମିବ ନାହିଁ। କେବଳ ଏତିକି ନୁହେଁ, କଫି ପାଉଡରକୁ ଫ୍ରିଜର ଭିତରେ ବି ରଖିପାରିବେ। ଯଦି ଆପଣ ଏହି ଟିପ୍ସକୁ ଆପଣାଉଛନ୍ତି ତାହେଲେ କଫି ଅନେକ ମାସ ପର୍ଯ୍ୟନ୍ତ ରହିବ। ଏହି କଥାକୁ ଧ୍ୟାନରେ ରଖନ୍ତୁ ଯେ ଆପଣ ଯେଉଁ ଡବାରେକଫି ରଖୁଛନ୍ତି ତାହା ଏୟାର ଟାଇଟ୍‌ କି ନୁହେଁ।

ଟିପ୍ସ ୨

କଫିକୁ ଜାରରେ ରଖିବା ପୂର୍ବରୁ ଆପଣ ସେଥିରେ ଚାଉଳର କିଛି ଦାନା ପକାଇ ଦିଅନ୍ତୁ ଏବଂ ସେଥିରେ କଫି ପାଉଡର ପକାଇ ଦିଅନ୍ତୁ। ସ୍ୱାଦ କେବେବି ବିଗିଡିବନାହିଁ ଏବଂ କଫି ଅନେକ ମାସ ପର୍ଯ୍ୟନ୍ତ ଠିକ୍‌ ରହିବ।

ଟିପ୍ସ ୩

ଅନେକ ସମୟରେ କଫି ବିଣ୍ଡା ହୋଇଯାଏ କିମ୍ବା ବସିଯାଏ। ଏମିତିରେ ଆପଣ କାଚ ବୋତଲରେ କଫିକୁ ବାହାର କରି ପରେ ବୋତଲକୁ ସଫା କରି ଭିତରେ ଏକ ଟିସୁ ପେପର ପକାଇ ଦିଅନ୍ତୁ। ଏଥିରେ ଏକ ଛୋଟ ଚାମଚ ଚା ପତି ବି ପକାଇ ଦିଅନ୍ତୁ ଏବଂ ଏହାପରେ ଯାଇ କଫି ପାଉଡର ପକାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା କଫିରେ ଜମାଟ ବାନ୍ଧିବ ନାହିଁ।

Leave A Reply

Your email address will not be published.