ଚମକ ତ୍ବଚା ପାଇବା ପାଇଁ ଲେମ୍ବୁର ଏହି ୫ଟି ଟିପ୍ସକୁ ବ୍ୟବହାର କରନ୍ତୁ

ଚମକ ଏବଂ ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ କ’ଣ କରିନଥାନ୍ତି । ତ୍ବଚାକୁ ମେଣ୍ଟେନ୍ ଏବଂ ସୁନ୍ଦର ରଖିବା ପାଇଁ ଆନେକ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି । ମାର୍କେଟରେ ମିଳୁଥିବା ବିୟୁଟି ପ୍ରଡକ୍ଟ ଦାମି ହେବା ସହିତ ତ୍ବଚାକୁ ମଧ୍ୟ କ୍ଷତି ପଂହଚାଇଥାଏ । ତେଣୁ ଅଧିକାଂଶ ସମୟରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । ଆଜି ଆମେ ଆପଣଙ୍କୁ ତ୍ବଚାକୁ ସୁନ୍ଦର କରିବା ପାଇଁ ଏପରି ଟିପ୍ସ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରିବା ଖୁବ୍ ସହଜ ।

lemonlarge

ଆଜି ଆମେ ଆପଣଙ୍କୁ ଚମକ ତ୍ବଚା ପାଇବା ପାଇଁ ଲେମ୍ବୁର ବ୍ୟବହାର ବିଷୟରେ ଜଣାଇବୁ । ଏଥିରେ ଭିଟାମିନ୍ ସି ଏବଂ ଭିଟାମିନ୍ ବି ବହୁତ ରହିଥାଏ । ଯାହା ଦ୍ବାରା ମୃତ ତ୍ବଚା, ବ୍ଲାକ ହେଡକୁ ସଫାକରିବା ସହିତ ଖୋଲା ଥିବା ପୋର୍ସ ଠିକ୍ କରିବାରେ ସାହାଯ୍ୟ କରିଥାଏ ।

ଚେହେରାରେ ଆଣିଥାଏ ଚମକ : ଚେହାରାର ଚମକ ତ୍ବଚା ପାଇଁ ଲେମ୍ବୁରେ ତିଆରି ଫେସପ୍ୟାକ୍ ବ୍ୟବହାର କରନ୍ତୁ । ଫେସପ୍ୟାକ୍ ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ମହୁରେ ଏକ ଚାମଚ୍ ଲେମ୍ବୁ ରସ ଏବଂ ଏକ ଚାମଚ୍ ଦହି ମିଶାଇ ନିଅନ୍ତୁ । ଏହି ମିଶ୍ରଣକୁ ଭଲଭାବେ ମିଶେଇ ସାରିବା ପରେ ଚେହେରା ଏବଂ ବେକରେ ଲଗାନ୍ତୁ ଏବଂ ୧୫ମିନିଟ୍ ସୁଖିବା ପାଇଁ ଛାଡି ଦିଅନ୍ତୁ । ଏହାପରେ ସଫା ପାଣିରେ ଭଲଭାବେ ଧୋଇ ନିଅନ୍ତୁ ।

pack

ବଡି ସ୍କ୍ରବ୍ : ଲେମ୍ବୁକୁ ସ୍କ୍ରବ୍ ଭଳି ବ୍ୟବହାର କରିବା ପାଇଁ ଅଧା କପ୍ ଅଲିଭ୍ ତେଲ, ଅଧା କପ୍ ଚିନି ଏବଂ ଏକ ଚାମଚ୍ ମହୁ ସହିତ ଏକ ଚାମଚ୍ ଲେମ୍ବୁ ରସ ମିଶାନ୍ତୁ । ଏହି ମିଶ୍ରଣକୁ ପୂରା ଶରୀରରେ ଲଗାନ୍ତୁ । ୧୦ମିନିଟ୍ ରଖିବା ପରେ ସଫା ପାଣିରେ ପୂରା ଶରୀରକୁ ଭଲଭାବେ ଧୋଇ ନିଅନ୍ତୁ ।

ହାତର ତ୍ବଚା ପାଇଁ : ଗୋଟେ ଟମାଟୋର ରସ, ଲେମ୍ବୁ ରସ ଏବଂ ଗ୍ଲିସେରିନର ସମାନ୍ ମାତ୍ରାକୁ ମିଶାଇ ନିଅନ୍ତୁ । ଏବେ ସଫା ପାଣିରେ ଧୋଇବା ପାରେ ଏହି ମିଶ୍ରଣକୁ ଭଲଭାବେ ହାତରେ ମାଲିସ୍ କରନ୍ତୁ । ଯେତେବେଳେ ଠିକ୍ ଭାବେ ଶୁଖିଯିବ ସେବେ ହାତକୁ ଧୋଇ ନିଅନ୍ତୁ । ହାତର ତ୍ବଚା ସହିତ ନଖ ମଧ୍ୟ ଚମକିବ ।

ବ୍ଲାକ୍ ହେଡ୍ସ : ଏକ ଚାମଚ ଲେମ୍ବୁ ରସ ସହିତ ତୁଳସୀ ପତ୍ରକୁ ଛେଚି ନିଅନ୍ତୁ । ଏହାକୁ ଜେହେରାରେ ଳଗାଇ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏବେ ଏହା ଭଲଭାବେ ଶୁଖିଗଲା ପରେ ଏହାକୁ ସଫା ପାଣିରେ ଧୋଇ ନିଅନ୍ତୁ । ଚେହାରର ତ୍ବଚା ସଫାହେବା ସହିତ ବ୍ଲାକ୍ ହେଡ୍ସର ସମସ୍ୟାରୁ ମଧ୍ୟ ରକ୍ଷା ପାଇପାରିବେ ।

facial

ଅଣ୍ଡର୍ ଆର୍ମର ତ୍ବଚା ପାଇଁ : ଅଣ୍ଡର୍ ଆର୍ମର ତ୍ବଚା ଯଦି କଳା ପଡିଯାଇଛି ତେବେ ଏଥିରୁ ରକ୍ଷା ପାଇବା ପାଇଁ ଲେମ୍ବୁର ବ୍ୟବହାର ଲାଭଦାୟକ ହୋଇଥାଏ । ଅଣ୍ଡର୍ ଆର୍ମର ତ୍ବଚା ଗନ୍ଧ ଏବଂ କଳା ଦାଗ ସଫାକରିବା ପାଇଁ କଟନ ଦ୍ବାରା ଲେମ୍ବୁ ରସକୁ ଳଗାନ୍ତୁ ।