କେମିତି ରୋକିବେ ହାର୍ଟ ଆଟାକ୍‌, ଏହାକୁ ରୋକିବାକୁ ଜାଣନ୍ତୁ  ଉପାୟ

ରକ୍ତ ସଂଚାଳନ କରୁଥିବା ଧମନୀରେ ହଠାତ୍‌ ବ୍ଲକେଜ ହେବା ଯୋଗୁ ହୋଇଥାଏ ହାର୍ଟ ଆଟାକ୍‌ । ହାର୍ଟ ଆପଣଙ୍କ ପୁରା ଶରୀରକୁ ଭଲ ବ୍ଲଡ ଯୋଗାଇ ଥାଏ । ରକ୍ତରେ ଥିବା ଅକ୍ସିଜେନ୍‌ ଓ ପୋଷକ ତତ୍ତ୍ୱ ପୁରା ଶରୀରକୁ ଯୋଗାଇଥାଏ । ଯାହାଦ୍ୱାର ଶରୀର ପ୍ରତ୍ୟେକ ଅଙ୍ଗ ଭଲ ଭାବେ କାର୍ଯ୍ୟ କରିଥାଏ । ବୟସ ବଢ଼ିବା ସହ ଧମନୀରେ ଭିତର ଅଂଶ କ୍ଷତିଗ୍ରସ୍ତ ହୋଇଥାଏ ବା ଏଥିରେ ଫ୍ୟାଟ୍‌ ଆଦି ମଇଲା ଜମି ଧମନୀକୁ ସଂକୁଚିତ କରିଦେଇଥାଏ । ଫଳରେ ରକ୍ତ ପ୍ରବାହ ରୋକିବା ଯୋଗୁ ହାର୍ଟ ଆଟାକ୍‌ ହୋଇଥାଏ ।

କେମିତି ରୋକିବେ ହାର୍ଟ ଆଟାକ :

ହାର୍ଟ ଆଟାକକୁ କୌଣସି ନିର୍ଦ୍ଦିଷ୍ଟ ବୟସରେ ହେବ ବୋଲି କୁହାଯାଇ ପାରିବନି । ତେବେ ୪୦ ବର୍ଷ ବୟସ ଉପରେ ଏହା ହେବାର ଅଧିକ ସମ୍ଭାବନା ଥାଏ । ତେଣୁ ଆପଣ ନିୟମିତ ଡାକ୍ତରଙ୍କ ପରାମର୍ଶ ନେବା ସହ ଚେକ୍‌ ଅପ୍‌ କରିବା ଜରୁରୀ । ଏହାଛଡ଼ା ଡାକ୍ତରଙ୍କ ପରାମର୍ଶରେ ଭଲ ଖାଦ୍ୟ ପ୍ଲାନ ବାଛନ୍ତୁ । ଯଦି ହାର୍ଟ ରେ କୌଣସି ଅସୁବିଧା ଦେଖାଦିଏ ତେବେ ମେଡିସିନ ଓ ଡାକ୍ତରଙ୍କ ପରାମର୍ଶ ନିୟମିତ ନିଅନ୍ତୁ ।

ହାର୍ଟ ଆଟାକ୍‌ ରୋକିବାର ଉପାୟ :

ଧୂମପାନ ତ୍ୟାଗ କରନ୍ତୁ, ସକ୍ରିୟ ଲାଇଫ ଷ୍ଟାଇଲ ବିକଳ୍ପ ବାଛନ୍ତୁ । ପୁଷ୍ଟିକର ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତ୍‌ୁ । ବାହାର ଖାଦ୍ୟ ଓ ତୈଳ ମସଲା ଖାଦ୍ୟ ଯେତେ ସମ୍ଭବ ଗ୍ରହଣ କରନ୍ତୁ ନାହିଁ । ଆପଣଙ୍କ ଦୈନନ୍ଦିନ ଜୀବନରେ ନିୟମିତ ବ୍ୟାୟାମକୁ ଏକ ବଡ଼ ଭାଗ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.