ଲାଇଫ୍ ଷ୍ଟାଇଲ୍

ମାତ୍ର ୫ ମିନିଟରେ ଜାଣିହେବ ଆପଣଙ୍କୁ କ୍ୟାନ୍ସର ହୋଇଛି ନା ନାହିଁ, ଜାଣନ୍ତୁ କେମିତି

ଆଜିର ଦୁନିଆରେ କ୍ୟାନ୍ସର ଦେଶ-ଦୁନିଆ ପାଇଁ ବହୁତ ବଡ ସମସ୍ୟା ହୋଇ ଠିଆହେଉଛି। ଏହାସହିତ ଏହାକୁ ନେଇ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। କ୍ୟାନ୍ସର ମଧ୍ୟ ବିଭିନ୍ନ ପ୍ରକାର ହୋଇଥାଏ। ଯେଉଁଥିରେ ଗୋଟିଏ ହେଉଛି ଖାଦ୍ୟ ନଳୀର କ୍ୟାସନ୍ସର, ଯାହାଦ୍ୱାରା ପ୍ରତି ବର୍ଷ ୪୨ ହଜାର ଲୋକଙ୍କର ମୃତ୍ୟୁ ହେଉଛି ଏବଂ ଏହାକୁ ନେଇ ୪୭ ହଜାର ନୂଆ ମାମଲା ମଧ୍ୟ ସାମ୍ନାକୁ ଆସୁଛି।

୫୦ ପ୍ରତିଶତ ଲୋକଙ୍କର ଖାଦ୍ୟ ନଳୀରେ ହେଉଥିବା କ୍ୟାନ୍ସରକୁ ଲୋକମାନେ ଚିହ୍ନି ପାରୁନାହାନ୍ତି। ଯାହା ପରବର୍ତ୍ତୀ ସମୟରେ ଜୀବନ ନେଇଥାଏ। ଏଥିପାଇଁ ନିକଟରେ ନେଦରଲାଣ୍ଡର ରେଡବାଉଡ୍‌ ଇନଷ୍ଟିଚ୍ୟୁଟ୍‌ ଫର ହେଲଥ୍‌ ସାଇନ୍ସର ବୈଜ୍ଞାନିକଙ୍କ ଦ୍ୱାରା ଏକ କ୍ରୁତ୍ରିମ ବୁଦ୍ଧିମତା ସାହାଯ୍ୟରେ ଏକ ଇଲେକଟ୍ରୋନିକ ନାକ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ନିଶ୍ୱାସର ଗନ୍ଧରୁ ଜାଣିହେବ ସମ୍ବନ୍ଧିତ ବ୍ୟକ୍ତିଙ୍କ ଖାଦ୍ୟ ନଳୀରେ କ୍ୟାନ୍ସର ହୋଇଛି ନା ନାହିଁ।

ବ୍ରିଟେନର ଚ୍ୟାରିଟୀ କ୍ୟାନ୍ସର ରିସର୍ଚ୍ଚ ଅନୁସାରେ ଖାଦ୍ୟ ନଳୀର ଆଖପାଖର କୋଶିକା ଅନିୟନ୍ତ୍ରିତ ହୋଇଯାଏ, ଯେଉଁ କାରଣରୁ ଖାଦ୍ୟ ନଳୀରେ କ୍ୟାନ୍ସର ହେବାର ସମ୍ଭାବନା ୧୧ ପ୍ରତିଶତ ବଢ଼ିଯାଇଥାଏ। ବୈଜ୍ଞାନିକମାନେ ଏଆଇ ଯୁକ୍ତ ଇଲେକଟ୍ରୋନିକ ନାକର ଅଧ୍ୟୟନ ୪୦୨ ଲୋକଙ୍କ ଉପରେ କରିଥିଲେ। ଦୁଇ ରୁ ତିନି ବର୍ଷ ମଧ୍ୟରେ ଏହି ଟେକନିକର ବ୍ୟବହାର କରାଯିବ। ବର୍ତ୍ତମାନ କ୍ୟାନ୍ସରକୁ ଜାଣିବାକୁ ହେଲେ ଏଣ୍ଡୋସ୍କୋପି କରାଯାଉଛି। ଏହି ପ୍ରକ୍ରୀୟା ଜଟିଳ ହେବା ସହିତ ମହଙ୍ଗା ମଧ୍ୟ। କିନ୍ତୁ ଏହି ଟେକିନକ ଦ୍ୱାରା ଖର୍ଚ୍ଚ କମ୍‌ ହେବା ସହିତ ମାତ୍ର ୫ ମିନିଟରେ କ୍ୟାନ୍ସରକୁ ଚିହ୍ନଟ କରିହେବ।

Pritiparna

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

6 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

25 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

33 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

50 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago