ଲାଇଫ୍ ଷ୍ଟାଇଲ୍

ଭୋକ ଲାଗିଲେ ଫଟାଫଟା ପ୍ରସ୍ତୁତ କରନ୍ତୁ ଡାଲ ଢ଼ୋକଲୀ, ଟେଷ୍ଟ ପୂରା ଜବରଦସ୍ତ

ଡାଲ ଢ଼ୋକଲୀ ପାଇଁ ଆବଶ୍ୟକ ସାମଗ୍ରୀ

  • ଏକ କପ୍‌ ହରଡ ଡାଲି
  • ୫୦ ଗ୍ରାମ ବାଦାମ୍‌ ମଞ୍ଜି
  • ଏକ ଚାମଚ ସୋରିଷ ଦାନା
  • ଜିରା
  • ଏକ ଚିମୁଟା ହିଙ୍ଗୁ
  • ଗୋଟା ଲାଲ ଲଙ୍କା
    ଭୃଷଙ୍ଗ ପତ୍ର
    ଗୋଟେ ପିଆଜ କଟା ହୋଇଥିବା
    ଟମାଟୋ କଟା ହୋଇଥିବା
    ଏକ ଚାମଚ ଅଦା ରସୁଣ ପେଷ୍ଟ
    ହଳଦୀ
    ଲାଲ ଲଙ୍କା ପାଉଡର
    ଜିରା ପାଉଡର
    ଧନିଆ ପାଉଡର
    ଗରମ ମସଲା
    ଗୁଡ
    ଲୁଣ ସ୍ୱାଦାନୁସାରେ
    ଲେମ୍ବୁ ରସ
    ଛୋଟ କଟା ଧନିଆ ପତ୍ର

ଢ଼ୋକଲୀ ବନାଇବା ପାଇଁ ସାମଗ୍ରୀ

ଗହମ ଅଟା, ହଳଦି, ଲାଲ ଲଙ୍କା ପାଉଡର, ଜୁଆଣୀ ଏକ ଚାମଚ, ଲୁଣ ସ୍ୱାଦାନୁସାରେ ଏବଂ ତେଲ।

ଡାଲ ଢ଼ୋକଲୀ ବନାଇବା ପ୍ରସ୍ତୁତି ପ୍ରଣାଳୀ

ଡାଲି ବନାଇବା ପାଇଁ ହରଡ ଡାଲିକୁ ଧୋଇ ଦିଅନ୍ତୁ। ଏବେ ପ୍ରେସରକୁକରରେ ଏକ କପ୍‌ ଡାଲିରେ ଦୁଇ କପ୍‌ ପାଣି ପକାନ୍ତୁ। ଏହାସହିତ ବାଦାମ୍‌ ଏବଂ ଏକ ଚାମଚ ତେଲ ପକାଇ ତିନି ରୁ ଚାରିଟି ସିଟି ଦେଇ ସିଝାଇ ଦିଅନ୍ତୁ। ଡାଲିକୁ ଥଣ୍ଡା କରି ଚକଟି ଦିଅନ୍ତୁ। ଏକ କଡାରେ ଘିଅ ଗରମ କରନ୍ତୁ। ଏଥିରେ ସୋରିଷ, ହେଙ୍ଗୁ ଏବଂ ଜିରା ପକାଇ ଫୁଟାନ୍ତୁ।
ଏହାସହିତ ଗୋଟା ଲାଲ ଲଙ୍କା ଏବଂ ଭୃଷଙ୍ଗ ପତ୍ର ପକାନ୍ତୁ। ଏହାପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ଏହାସହିତ ଏଥିରେ ଟମାଟୋ ଏବଂ ଅଦା ରସୁଣ ପେଷ୍ଟ ପକାନ୍ତୁ। ଏବେ ଏଥିରେ ସିଝାଇ ରଖିଥିବା ଡାଲିକୁ ପକାନ୍ତୁ। ଏଥିରେ ଏକ କପ୍‌ ପାଣି ଦେଇ ଭଲଭାବେ ମିଶାନ୍ତୁ। ଏହାପରେ ଏଥିରେ ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ଜିରା ପାଉଡର ଏବଂ ଗରମ ମସଲା ପାଉଡର ପକାନ୍ତୁ। ଶେଷରେ ଏଥିରେ ଗୁଡ, ଲେମ୍ବୁ ରସ ମିଶାଇ ଡାଲିକୁ ପୁଣି ଥରେ ସିଝାଇ ଦିଅନ୍ତୁ।

ଢ଼ୋକଲୀ କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ
ଢ଼ୋକଲୀ ବନାଇବା ପାଇଁ ଏକ ପାତ୍ରରେ ଅଟା, ହଳଦି, ଲଙ୍କା, ଜୁଆଣୀ ଏବଂ ଅଳ୍ପ ତେଲ ପକାଇ ମିଶାଇ ଦିଅନ୍ତୁ। ଏହାପରେ ଏହିସବୁକୁ ଅଟା ଭଳି ଚକଟି ଦିଅନ୍ତୁ। ଏହି ଅଟାକୁ ଗୋଲ ଗୋଲ କରି ରୁଟି ଭଳି ବେଲି ଦିଅନ୍ତୁ। ଆପଣ ଚାହିଁବେ ତ ଏହାକୁ ମନଲାଖି ସେପ୍‌ ଦେଇପାରିବେ। ଏବେ ସିଝାଇ ରଖିଥିବା ଡାଲିରେ ଏହି ଢ଼ୋକଲୀକୁ ପକାଇ ଦିଅନ୍ତୁ। ଏବେ ଏହି ଡାଲିକୁ ଢ଼ୋକଲୀରେ ସବୁ ମସଲାକୁ ମିଶାଇ ଆଉ ଥରେ ଆଞ୍ଚରେ ବସାଇ ଦିଅନ୍ତୁ। ଏହାକୁ ଗରମା ଗରମ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago