ବାସିଭାତ ଖାଇବା ଦ୍ବାରା ମିଳିଥାଏ ଏହି ସବୁ ଫାଇଦା, ଜାଣିବା ପରେ ଆଉ ଫିଙ୍ଗିବାକୁ ଚାହିଁବେ ନାହିଁ

ସର୍ବଦା ଘରେ ବଂଚୁଥିବା ଭାତକୁ ଆମେ ବାସିଖାଇବା କହି ଖାଇ ନଥାଉ ଏହାକୁ ଫିଙ୍ଗି ଦେଇଥାଉ । କିନ୍ତୁ ଏକ ରିସର୍ଚ୍ଚରୁ ଜଣା ପଡିଛି ବାସି ଭାତ ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ଅଟେ । ଆସାମ ଏଗ୍ରିକଲଚର୍ ୟୁନିଭରସିଟି ତରଫରୁ ହୋଇଥିବା ଏକ ରିସର୍ଚ୍ଚରୁ ଜଣା ପଡିଛି ବାସି ଭାତକୁ ରାତିସାରା ପାଣିରେ ଭିଜାଇ ରଖିବା ଦ୍ବାରା ଅନେକ ଫାଇଦା ହୋଇଥାଏ ।

ଯେତେବେଳେ ଆମେ ୧୦୦ ଗ୍ରାମ୍ ଚାଉଳକୁ ଭାତ ପାଇଁ ରାନ୍ଧି ଥାଉ ସେତେବେଳେ ଭାତରେ ୩.୪ ମିଲିଗ୍ରାମର ଆଇରନ୍ ରହିଥାଏ । ଯଦି ଆମେ ସମାନ୍ ପରିମାଣର ବାସି ଭାତକୁ ରାତି ସାରା ପାଣିରେ ଭିଜେଇ ରଖିଥାଉ ସେତେବେଳେ ଏଥିରେ ଥିବା ଆଇରନର ପରିମାଣ ୭୩.୯୧ ମିଲିଗ୍ରାମକୁ ବଢିଯାଇଥାଏ ।

ଏହି ପରି, ପାଣିରେ ଭିଜିକି ଥିବା ଭାତରେ ସୋଡିୟମ୍, ପୋଟାସିୟମ୍, କ୍ୟାଲସିୟମର ମାତ୍ରାକୁ ମଧ୍ୟ ବଢାଇଥାଏ । ବାସିଭାତରେ ଅଧିକମାତ୍ରାରେ ପ୍ରୋଟିନ ଭରି ରହିଥାଏ । ବାସି ଭାତକୁ ସକାଳର ଜଳଖିଆରେ ସାମିଲ୍ କଲେ ନା କେବଳ ଆପଣଙ୍କୁ ଫ୍ରେସନେସ୍ ମିଳିଥାଏ ଏହା ସହିତ ଅଲସର୍ ସମସ୍ୟାରୁ ମଧ୍ୟ ଆପଣଙ୍କୁ ରକ୍ଷା କରିଥାଏ ।